ମାକ୍ରନ୍, ମୋଦୀଙ୍କ ସହ ସେଲ୍‌ଫି ସେୟାର କଲେ ଅଭିନେତା ଆର୍ ମାଧବନ

Advertisment
ମାକ୍ରନ୍, ମୋଦୀଙ୍କ ସହ ସେଲ୍‌ଫି ସେୟାର କଲେ ଅଭିନେତା ଆର୍ ମାଧବନ

ନୂଆଦିଲ୍ଲୀ: ଜୁଲାଇ ୧୪ରେ ପ୍ୟାରିସରେ ଅନୁଷ୍ଠିତ ବାସ୍ତିଲ ଦିବସ ଉତ୍ସବରେ ଯୋଗ ଦେଇଥିଲେ ଅଭିନେତା ଆର୍ ମାଧବନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲାଗି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ୍ ଆୟୋଜନ କରିଥିବା ନୈଶଭୋଜିରେ ମଧ୍ୟ ସେ ଯୋଗ ଦେଇଥିଲେ। ଏହି ଅବସରରେ ମାଧବନ ପ୍ରଧାନମନ୍ତ୍ରୀ ମୋଦୀ ଓ ରାଷ୍ଟ୍ରପତି ମାକ୍ରନ୍‌ଙ୍କ ସହ ଏକ ଦେଲ୍‌ଫି ଉଠାଇଥିଲେ ଯାହାକୁ ସେ ଇନ୍‌ଷ୍ଟାଗ୍ରାମରେ ସେୟାର କରିଛନ୍ତି। ଫଟୋଟି ସେୟାର କରି ମାଧବନ ଭାରତ-ଫ୍ରାନ୍ସ ବନ୍ଧୁତାକୁ ପ୍ରଶଂସା କରିଛନ୍ତି। ଏହି ବନ୍ଧୁତା ଉଭୟ ଦେଶ ତଥା ବିଶ୍ବ ପାଇଁ କଲ୍ୟାଣକାରୀ ହେବ ବୋଲି ସେ ଲେଖିଛନ୍ତି। ଉଭୟ ଦେଶର ଉନ୍ନତି ସେ କାମନା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe