ଅରୁଣ ବର୍ମାଙ୍କ ପରଲୋକ

Advertisment
ଅରୁଣ ବର୍ମାଙ୍କ ପରଲୋକ

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତା ତଥା ଅରୁଣ ବର୍ମାଙ୍କ ଗୁରୁବାର ରାତି ୨ଟା ସମୟରେ ଭୋପାଲ ପିପଲ୍ସ ହସ୍ପିଟାଲ‌ରେ ପରଲୋକ ହୋଇଥିବା ସୂଚନା ମିଳିଛି । ମୃତ୍ୟୁ ବେଳକୁ  ଅରୁଣଙ୍କୁ ୬୨ବର୍ଷ ହୋଇଥିଲା । ଡାକ୍ତରଙ୍କ କହିବାନୁସାରେ ଅରୁଣଙ୍କ ମସ୍ତିଷ୍କରେ  ବ୍ଲକ୍‌ ରହିଥିଲା ଏବଂ ଧିରେ ଧିରେ ଫୁସ୍‌ଫୁସ୍ ସହ ତାଙ୍କ ଶରୀରର ବିଭିନ୍ନ ଅଙ୍ଗ ଅକାମି ହୋଇଯାଇଥିଲା । ଶେଷରେ ତାଙ୍କର କିଡ୍‌ନୀ ମଧ୍ୟ କାମ କରିବା ବନ୍ଦ କରି ଦେଇଥିଲା ।

ଅଭିନେତ୍ରୀ ଅରୁଣ ବର୍ମାଙ୍କ ଘନିଷ୍ଠ ବନ୍ଧୁ ଅଭିନେତ୍ରୀ ଟିନା ଘାଇଙ୍କ ଅନୁସାରେ, ଅଭିନେତା ଆର୍ଥିକ ସଙ୍କଟ ଦେଇ ଗତି କରୁଥିଲେ, ଏଭଳି ପରିସ୍ଥିତିରେ ସିନେ ଆଣ୍ଡ ଟେଲିଭିଜନ ଆର୍ଟିଷ୍ଟ ଆସୋସିଏସନ ତାଙ୍କ ଚିକିତ୍ସା ପାଇଁ ୫୦ ହଜାର ଟଙ୍କା ଦେଇଥିଲା। ସେ ମଧ୍ୟ ବ୍ୟକ୍ତିଗତ ଭାବରେ ୨୫ ହଜାର ଟଙ୍କା ଅରୁଣ ବର୍ମାଙ୍କୁ ସାହାଯ୍ୟ କରିଥିଲେ।

ଅରୁଣ ବର୍ମାଙ୍କ ୧୯୮୭ ମସିହାରେ ସନ୍ନି ଦେଓଲଙ୍କ ଅଭିନୀତ ଡକାୟତରେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ । ପରେ ତାଙ୍କ ଅଭିନୟ ଚର୍ଚ୍ଚିତ ଚଳଚ୍ଚିତ୍ର ‘ନାୟକ’, ‘ପ୍ରେମ୍‌ ଗ୍ରନ୍ଥ’, ‘ମୁଝ୍‌ସେ ସାଦି କରୋଗି’, ‘ଖଳନାୟକ’ ଏବଂ ‘ହିରୋପନ୍ଥୀ’ ଆଦିରେ ଦେଖିବାକୁ ମିଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe