ଦୁଇଥର ବିବାହ ବିଚ୍ଛେଦ ପରେ ସମ୍ପର୍କୀୟ ଭଉଣୀକୁ ବିବାହ କଲେ ସୁପରଷ୍ଟାର

Advertisment

ବାଲା ଓରଫ ବାଲାକୁମାର ତାଙ୍କ ମାମୁଁଙ୍କ ଝିଅକୁ ବିବାହ କରିଛନ୍ତି। ଏହି ବିବାହକୁ ନେଇ ବାଲା କହିଛନ୍ତି, ‘କୋକିଲାଙ୍କ ଠାରୁ ଭଲ ଜୀବନସାଥୀ ମୁଁ ଯେତେ ଖୋଜିଥିଲେ ବି ପାଇ ପାରି ନଥାଆନ୍ତା।

Updated On

ବାଲା ଓରଫ ବାଲାକୁମାର ତାଙ୍କ ମାମୁଁଙ୍କ ଝିଅକୁ ବିବାହ କରିଛନ୍ତି। ଏହି ବିବାହକୁ ନେଇ ବାଲା କହିଛନ୍ତି, ‘କୋକିଲାଙ୍କ ଠାରୁ ଭଲ ଜୀବନସାଥୀ ମୁଁ ଯେତେ ଖୋଜିଥିଲେ ବି ପାଇ ପାରି ନଥାଆନ୍ତା।

ଅଦ୍ୟତନ ହୋଇଛି
୭୮୭୮


ନୂଆଦିଲ୍ଲୀ: ସାଉଥ ସିନେମା ଶିଳ୍ପର ସୁପରଷ୍ଟାର ଅଭିନେତା ବାଲା ଓରଫ ବାଲାକୁମାର ତୃତୀୟଥର ବିବାହ କରିବା ଘଟଣାକୁ ନେଇ ଖୁବ ଚର୍ଚ୍ଚ ହେଉଛି।  ଜେଲରୁ ବାହାରକୁ ଆସିବା ପରେ ସୁପରଷ୍ଟାରଙ୍କ ଏଭଳି ହଠାତ ଏଭଳି ନିଷ୍ପତ୍ତିକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କେଉଁ କାରଣ ପାଇଁ ହଠାତ ସୁପରଷ୍ଟାର ତୃତୀୟ ବିବାହ କଲେ ବୋଲି ଲୋକେ ପ୍ରଶ୍ନ କରିଛନ୍ତି।

ବାଲା ଓରଫ ବାଲାକୁମାର ତାଙ୍କ ମାମୁଁଙ୍କ ଝିଅକୁ ବିବାହ କରିଛନ୍ତି। ଏହି ବିବାହକୁ ନେଇ ବାଲା କହିଛନ୍ତି, ‘କୋକିଲାଙ୍କ ଠାରୁ ଭଲ ଜୀବନସାଥୀ ମୁଁ ଯେତେ ଖୋଜିଥିଲେ ବି ପାଇ ପାରି ନଥାଆନ୍ତା। କୋକିଲା ଅନେକ ଦିନରୁ ମୋ ସହିତ ରହି ଆସିଛନ୍ତି। ସେ ମୋ ସହିତ ମୋର ଅସୁସ୍ଥ ମା’ର ଖୁବ ଯତ୍ନ ନେଉଛନ୍ତି।

ଅନ୍ୟପକ୍ଷରେ ମୁଁ ବିଶେଷ ସୂତ୍ରରୁ ଖବର ପାଇଛି ଅନେକ କଷ୍ଟ  କରି କମାଇଥିବା ମୋର ୨୫୦କୋଟିର ସମ୍ପତ୍ତିକୁ ହଡପ ପାଇଁ ଯୋଜନା କରାଯାଉଛି। ଏହାକୁ ସମ୍ଭାଳିବା ପାଇଁ ମୁଁ ଏପରି ଜଣେ ମଣିଷକୁ ଖୋଜୁଥିଲି ଯାହାକୁ ମୁଁ କୋକିଲା ଭିତରେ ପାଇପାରିଛି।’

ନିକଟରେ ବାଲାଙ୍କ ପ୍ରଥମ ସ୍ତ୍ରୀ କଣ୍ଠଶିଳ୍ପୀ ଅମୃତା ସୁରେଶ ଜୀବନ ପ୍ରତି ବିପଦ ଥିବା କହିବା ସହିତ ତାଙ୍କୁ ଅଭିନେତା ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ କରିଥିଲେ। ଅମୃତାଙ୍କ ଏହି ଅଭିଯୋଗ କ୍ରମେ ବାଲାଙ୍କୁ ଗିରଫ କରାଯାଇ ଜେଲ ହୋଇଥିଲା। କିନ୍ତୁ କିଛି ସର୍ତ୍ତରେ ବାଲାଙ୍କୁ ଜାମିନ ମିଳି ଯାଇଛି। ସେ ଜେଲରୁ ବାିହାରକୁ ବାହାରି ଆସିଛନ୍ତି। 

ଅମୃତା ଓ ବାଲାଙ୍କ ଏକ କନ୍ୟା ସନ୍ତାନ ଅଛନ୍ତି। ଯାହାଙ୍କ ନାମ ଅବନ୍ତିକା ବୟସ ୧୨ବର୍ଷ ବୋଲି ଜଣାପଡ଼ିଛି। ଅବନ୍ତିକା ବି ଅଭିନେତା ବାପାଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଛନ୍ତି।
ଅମୃତା ଓ ବାଲାଙ୍କ ବିବାହ ୨୦୧୦ ଅଗଷ୍ଟ ୨୭ ତାରିଖରେ ହୋଇଥିବା ବେଳେ ୨୦୧୯ରେ ଦୁହିଁଙ୍କ ବିବାହ ବିଚ୍ଛେଦ ହୋଇଥିଲା।

ଏହାପରେ ବାଲା  ୨୦୨୧ ସେପ୍ଟେମ୍ବର ୫ ତାରିଖରେ ଏଲିଜାବେଥ ଉଦୟନଙ୍କୁ ଦ୍ବିତୀୟ ବିବାହ କରିଥିଲେ। ଏହି ବିବାହ ବି ବେଶୀ ଦିନ ପର୍ଯ୍ୟନ୍ତ ତିଷ୍ଠି ପାରି ନଥିଲା।  ୨୦୨୩ରେ ଦୁହେଁ ଅଲଗା ହୋଇଯାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe