ଅଶ୍ଲୀଳ ମେସେଜ ସହ ନକଲି ଫଟୋ ଭାଇରାଲ କରିଥିବାରୁ ଅଭିଯୁକ୍ତ ବିରୋଧରେ ମାମଲା ରୁଜୁ କଲେ ସାହିଲ ଖାନ୍‌

Advertisment
ଅଶ୍ଲୀଳ ମେସେଜ ସହ ନକଲି ଫଟୋ ଭାଇରାଲ କରିଥିବାରୁ ଅଭିଯୁକ୍ତ ବିରୋଧରେ ମାମଲା ରୁଜୁ କଲେ ସାହିଲ ଖାନ୍‌

Find Health Tips

ମୁମ୍ବାଇ : କିଛି ଦିନ ତଳେ ଅଭିନେତା ସାହିଲ ଖାନ୍‌ଙ୍କ ଏକ ଅଶ୍ଲୀଳ ଫଟୋ ଭାଇରାଲ ହୋଇଥିଲା । ଅଶ୍ଲୀଳ କ୍ୟାପ୍‌ସନ ସହ ଏହାକୁ ଭାଇରଲ କରାଯାଇଥିବା ବେଳେ ଏବେ ଏଭଳି କରିଥିବା ଲୋକମାନଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି ଅଭିନେତା ସାହିଲ ଖାନ୍‌ । ଅଭିଯୋଗ ପତ୍ରରେ, ଜାବିର ଅହମ୍ମଦ, ଜେ କେ ପିଟର ଏବଂ କରଣଧୀର ମୋର ଫଟୋକୁ ଏଡିଟ୍‌ କରି ଅଶ୍ଲୀଳ କ୍ୟାପ୍‌ସନ ସହ ଇନ୍‌ଷ୍ଟାରେ ସେୟାର କରିଥିଲେ ବୋଲି ଲେଖିଛନ୍ତି ସାହିଲ ।

publive-image The Indian Express

ଏହି ଫଟୋ ମେ’ ୨୩ରୁ ଜୁନ୍‌ ୬ମଧ୍ୟରେ ଖୁବ୍‌ ଭାଇରାଲ ହୋଇଥିଲା । ଜଣେ ମହିଳା ସାହିଲଙ୍କ ଫଟୋକୁ ନିଜ ଇନ୍‌ଷ୍ଟା ହ୍ୟାଣ୍ଡେଲରେ ସେୟାର କରିଥିଲେ । ସେୟାର କରିବା ସହ ମହିଳାଜଣଙ୍କ ମଧ୍ୟ ଅଶ୍ଲୀଳ କ୍ୟାପ୍‌ସନ ଦେଇଥିଲେ । ଯେଉଁଥିରେ ଲୋକେ ସାହିଲ ବେଶ୍ୟାବୃତ୍ତିରେ ସାମିଲ ଥିବା କଥା ଉଠାଇଥିଲେ । ଫଟୋକୁ ନେଇ ଭିନ୍ନ ଭିନ୍ନ ପ୍ରକାରର ଅଶ୍ଲୀଳ କମେଣ୍ଟ ଆସୁଥିବା ଦେଖି ଏବେ ସାହିଲ ଏତଲା ରୁଜୁ କରିବାକୁ ବାଧ୍ୟ ହୋଇଛନ୍ତି । ପୁଲିସ ଏହି ମାମଲାକୁ ନେଇ ତଦନ୍ତ ଆରମ୍ଭ କରି ଦେଇଥିବା ବେଳେ ଅଭିଯୁକ୍ତକୁ ଉଚିତ ଦଣ୍ଡ ମିଳିବ ବୋଲି କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe