ଏହି କାରଣ ପାଇଁ ଦର୍ଶନଙ୍କୁ ମିଳିଲା ୬ସପ୍ତାହର ଅନ୍ତରୀଣ ଜାମିନ୍

୬ସପ୍ତାହ ପାଇଁ ଜେଲରୁ ବାହାରକୁ ଆସିବେ ଅଭିନେତା ଦର୍ଶନ। ଚିକିତ୍ସା ପାଇଁ ମିଳିଲା ଅନ୍ତରୀଣ ଜାମିନ୍। ପ୍ରଶଂସକଙ୍କ ହତ୍ୟା ମାମଲାରେ କନ୍ନଡ ଅଭିନେତା ଦର୍ଶନ ଥୋଗୁଦୀପା ଜେଲରେ ଅଛନ୍ତି।

actor darsan

ବେଙ୍ଗାଲୁରୁ: ପ୍ରଶଂସକଙ୍କ ହତ୍ୟା ମାମଲାରେ କନ୍ନଡ ଅଭିନେତା ଦର୍ଶନ ଥୋଗୁଦୀପା ଜେଲ ଯାଇଥିଲେ। କିଛି ମାସ ଜେଲରେ ରହିବା ପରେ ଏବେ ସେ ଜେଲରୁ ବାହାରକୁ ଆସିବେ ବୋଲି ଜଣାପଡ଼ିିଛି। ୬ସପ୍ତାହ ପାଇଁ ଜେଲରୁ ବାହାରକୁ ଆସିବେ ଅଭିନେତା ଦର୍ଶନ। ଚିକିତ୍ସା ପାଇଁ ତାଙ୍କ ଅନ୍ତରୀଣ ଜାମିନ୍ ମିଳିଥିବା ଜଣାଯାଇଛି। ଉଭୟ ପାଦ ବଧିର ହେବା ସହ ଅସ୍ତ୍ରୋପଚାର କରିବା ଆବଶ୍ୟକ ବୋଲି ଜଣାଇ ୪୭ବର୍ଷୀୟ ଅଭିନେତା ଜାମିନ ମାଗିଥିଲେ। ତାଙ୍କ ଆବେଦନ ଉପରେ ଶୁଣାଣି କରି କର୍ଣ୍ଣାଟକ ହାଇକୋର୍ଟ ୬ସପ୍ତାହର ଅନ୍ତରୀଣ ଜାମିନ୍ ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ଦର୍ଶନଙ୍କ ବିରୋଧରେ ବେଙ୍ଗାଲୁରୁର କାମାକ୍ଷୀପାଲ୍ୟା ପୁଲିସ ଷ୍ଟେସନରେ ଏକ ମାମଲା ରୁଜୁ ହେବା ପରେ ତାଙ୍କ ଫାର୍ମହାଉସରୁ ତାଙ୍କୁ ଗିରଫ କରାଯାଇଥିଲା। ଜୁନ୍ ୯ରେ କନ୍ନଡ ଅଭିନେତା ଦର୍ଶନଙ୍କ ବିରୋଧରେ ହତ୍ୟା ମାମଲା ପଞ୍ଜୀକୃତ ହୋଇଥିବା ବେଳେ ତାଙ୍କୁ ତାଙ୍କ ମହୀସୁରର ଫାର୍ମ ହାଉସରୁ ଗିରଫ କରିଥିଲା ପୁଲିସ | ଏବେ ସେ ବଲ୍ଲାରୀ ଜେଲରେ ଥିବା ବେଳେ ତାଙ୍କୁ ଏବେ ସର୍ଜରୀ ପାଇଁ ୬ସପ୍ତାହର ଅନ୍ତରୀଣ ଜାମିନ୍ ଦିଆଯାଇଛି।

ଏହା ପୂର୍ବରୁ ଦର୍ଶନଙ୍କ ଡାକ୍ତର କହିଥିଲେ ‌ଯେ, ଗତ ୯ବର୍ଷ ହେଲାଣି ଦର୍ଶନ ଅଣ୍ଟା ବିନ୍ଧା ପାଇଁ ଚିକିତ୍ସା କରିଆସୁଥିଲେ। ମଣିପାଲ ଡାକ୍ତରଖାନାରେ ତାଙ୍କର ଚିକିତ୍ସା ଚାଲିଥିଲା। ଜେଲକୁ ଯିବା ପରେ ତାଙ୍କ ଅଣ୍ଟାର ଯନ୍ତ୍ରଣା ବଢ଼ିଯାଇଛି। ଏହାର ପ୍ରତିକାର ଭାବେ ତାଙ୍କର ସର୍ଜରୀ ହେବା ଜରୁରୀ ଏବଂ ସଜରୀ ନହେଲେ ତାଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇପାରେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe