ଅଭିନେତା ଫରାଜ୍‌ ଖାନ୍‌ଙ୍କ ପରଲୋକ

Advertisment
ଅଭିନେତା ଫରାଜ୍‌ ଖାନ୍‌ଙ୍କ ପରଲୋକ

Granthshala News

ବଲିଉଡ ଅଭିନେତା ଫରାଜ୍ ଖାନ୍‌ ଆଉ ନାହାନ୍ତି। ୪୬ ବର୍ଷ ବୟସରେ ବେଙ୍ଗାଲୁରୁର ଏକ ହସ୍ପିଟାଲ ଚିକିତ୍ସାଧୀନ ଅବସ୍ଥାରେ ସେ ପ୍ରାଣତ୍ୟାଗ କରିଛନ୍ତି। ଅଭିନେତ୍ରୀ ପୂଜା ଭଟ୍ଟ ଏହି ସୂଚନା ଦେଇଛନ୍ତି। ପୂଜା ଟୁଇଟର୍‌ରେ ଉଲ୍ଲେଖ କରିଛନ୍ତି, ଭାରି ମନରେ ଏହି ଖବରକୁ କହିବାକୁ ପଡ଼ୁଛି ଯେ, ଫରାଜ୍‌ ଖାନ୍‌ ଆମ ସମସ୍ତଙ୍କୁ ଛାଡ଼ି ଚାଲିଗଲେ। ଆଶା କରୁଛି, ସେ ଏବେ ଭଲ ଦୁନିଆରେ ରହିବେ। ଆପଣଙ୍କ ସାହାଯ୍ୟ ଓ ଶୁଭକାମନା ପାଇଁ ଧନ୍ୟବାଦ। ଦୟାକରି ତାଙ୍କ ପରିବାର ପାଇଁ ପ୍ରାର୍ଥନ କରୁନ୍ତୁ।

ଉଲ୍ଲେଖନୀୟ, ଫରାଜଙ୍କ ପାଇଁ ନିକଟରେ ପୂଜା ଆର୍ଥିକ ସହାୟତା ମାଗିଥିଲେ। ଯାହାପରେ ସଲମାନ ଖାନ୍ ଫରାଜ୍‌ଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରିଥିଲେ। ଫରାଜ୍ ଖାନଙ୍କ ଆର୍ଥିକ ସ୍ଥିତି ଠିକ୍ ନଥିଲା। ଗତ କିଛି ଦିନ ତଳେ ତାଙ୍କର ଚିକିତ୍ସା ପାଇଁ ପରିବାର ଲୋକ ଏକ ଫଣ୍ଡ-ରେଜର ଓ୍ବେବସାଇଟ୍ ଜରିଆରେ ଲୋକଙ୍କୁ ଆର୍ଥିକ ସାହାଯ୍ୟ ମା‌ଗିଥିଲେ। ଫରାଜଙ୍କ ବାପା ୟୁସୁଫ୍ ଖାନ୍ ମଧ୍ୟ ଜଣେ ଅଭିନେତା ଥିଲେ। ବାପାଙ୍କ ଭଳି ଫରାଜ ଖାନ୍ ମଧ୍ୟ ଅଭିନୟ କ୍ଷେତ୍ରରେ କ୍ୟାରିୟର ଆରମ୍ଭ କରିଥିଲେ। ପ୍ରକାଶଥାଉ କି, ରାନୀ ମୁଖାର୍ଜୀଙ୍କ ସହ ଫରାଜ୍ ନିଜର ଅଭିନୟ ଜୀବନ ଆରମ୍ଭ କରିଥିଲେ। ରାନୀଙ୍କ ସହ ସେ ‘ମେହେନ୍ଦି’ ଓ ‘ଫରେବ୍’ ଚଳଚ୍ଚିତ୍ର ସହିତ ବଲିଉଡରେ ଆହୁରି ଅନେକ ଫିଲ୍ମରେ କାମ କରିସାରିଛନ୍ତି। ଫରାଜଙ୍କ ଫିଲ୍ମ ‘ଫରେବ୍’ ର ଗୀତ ‘ତେରି ଆଖେଁ ଝୁକି ଝୁକି’ ଖୁବ୍ ହିଟ୍ ହୋଇଥିଲା। ରାନୀଙ୍କ ସହ ‘ମେହେନ୍ଦି’ ଫିଲ୍ମ ଫରାଜଙ୍କ ଶେଷ ଫିଲ୍ମ ଥିଲା। ଫରାଜ ପ୍ରାୟ ୧ ମାସ ହେବ ଛାତିରେ କଫ ଓ ସଂକ୍ରମଣ ଯୋଗୁଁ ଚିକିତ୍ସିତ ହେଉଥିଲେ। ତେବେ ପରେ ବ୍ରେନ ଇନଫେକ୍ସନ ହୋଇଥିବାରୁ ୨୫ ଲକ୍ଷ ଟଙ୍କାର ଦରକାର ପଡ଼ିଥିଲା। ଖବର ଜାଣିବା ପରେ ସଲମାନ ଖାନ୍ ହସ୍ପିଟାଲର ବିଲ୍ ଭରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe