ବଲିଉଡ୍‌ କଳାକାରଙ୍କୁ ପାକିସ୍ତାନର ପ୍ରଧାନମନ୍ତ୍ରୀ ଭାବି ମେସେଜ ପଠାଇଲେ ଇନ୍‌ଷ୍ଟାଗ୍ରାମ ବ୍ୟବହାରକାରୀ,ତା’ ପରେ...

Advertisment
ବଲିଉଡ୍‌ କଳାକାରଙ୍କୁ ପାକିସ୍ତାନର ପ୍ରଧାନମନ୍ତ୍ରୀ ଭାବି ମେସେଜ ପଠାଇଲେ ଇନ୍‌ଷ୍ଟାଗ୍ରାମ ବ୍ୟବହାରକାରୀ,ତା’ ପରେ...

bollywoodbubble.com

ମୁମ୍ବାଇ : ଏବେ ଲୋକମାନେ ନିଜ ନିଜର ଅସୁବିଧାକୁ ସରକାରଙ୍କ ପାଖରେ ଖୁବ୍‌ ଶୀଘ୍ର ପହଞ୍ଚାଇବା ପାଇଁ ସୋସିଆଲ ମିଡ଼ିଆର ବ୍ୟବହାର କରିବା ଆରମ୍ଭ କରିଛନ୍ତି । କିନ୍ତୁ ଯଦି ଗୋଟିଏ ନାଁରେ ଅନେକ ବିଶିଷ୍ଟ ବ୍ୟକ୍ତି ଥାନ୍ତି ତେବେ ଭୁଲ ବୁଝାମଣା ହେବା ଥୟ। ଏପରି ଘଟିଛି ବଲିଉଡ୍‌ କଳାକାର ଇମ୍ରାନ ଖାନ୍‌ଙ୍କ ସହିତ।

ସୂଚନା ମୁତାବକ, ଜଣେ ଇନ୍‌ଷ୍ଟା ବ୍ୟବହାରକାରୀ ବଲିଉଡ୍‌ କଳାକାର ଇମ୍ରାନ ଖାନ୍‌ଙ୍କୁ ପାକିସ୍ତାନର ନବ ନିର୍ବାଚିତ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ବୋଲି ଭାବି ଇନଷ୍ଟାଗ୍ରାମରେ ବାର୍ତ୍ତା ପଠାଇଥିଲେ । ଅଭିନେତା ଇମ୍ରାନ ତାଙ୍କ ପାଖକୁ ଆସିଥିବା ବାର୍ତ୍ତାର ସ୍କ୍ରିନ୍‌ସଟ୍‌ ନେଇ ତାକୁ ନିଜ ଇନ୍‌ଷ୍ଟା ପେଜ୍‌ରେ ସେୟାର କରିଥିଲେ । ଏହା ସହ ବାର୍ତ୍ତା ପଠାଇଥିବା ବ୍ୟକ୍ତି ଯେପରି ନିରାଶ ନ ହୁଅନ୍ତୁ ସେଥିପାଇଁ ଆସିଥିବା ବାର୍ତ୍ତାର ଉତ୍ତର ମଧ୍ୟ ରଖିଥିଲେ ଅଭିନେତା ଇମ୍ରାନ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe