ବଲିଉଡ୍ ଅଭିନେତା ଇର୍‌ଫାନ୍ ଖାଁଙ୍କ ଦେହାନ୍ତ

Advertisment
ବଲିଉଡ୍ ଅଭିନେତା ଇର୍‌ଫାନ୍ ଖାଁଙ୍କ ଦେହାନ୍ତ

ମୁମ୍ବାଇ: ଅନ୍ତଃନଳୀ ସଂକ୍ରମଣରେ ଆକ୍ରାନ୍ତ ହୋଇଥିବା ବଲିଉଡ୍ ଅଭିନେତା ଇର୍‌ଫାନ୍ ଖାଁ ପରଲୋକ ଗମନ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୫୪ ବର୍ଷ ହୋଇଥିଲା। ମଙ୍ଗଳବାର ଦିନ ତାଙ୍କୁ ମୁମ୍ବାଇର କୋକିଲାବେନ୍‌ ଧୀରୁଭାଇ ଅମ୍ବାନୀ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା।

ତାଙ୍କ ମୃତ୍ୟୁ ସମାଚାର ଚଳଚ୍ଚିତ୍ର ନିର୍ମାତା ସୁଜିତ୍ ସରକାର୍ ଟୁଇଟର୍‌ରେ ସେୟାର କରିଛନ୍ତି।

ନିରୋନଏଣ୍ଡୋକ୍ରାଇନ୍‌ ଟ୍ୟୁମର୍‌ରେ ଆକ୍ରାନ୍ତ ହୋଇଥିଲେ ବୋଲି ସେ ୨୦୧୮ରେ ଘୋଷଣା କରିଥିଲେ।

୨୦୧୯ରେ ଇର୍‌ଫାନ୍ ଅନେକ ମାସ ଧରି ବିଦେଶରେ ଚିକିତ୍ସାଧୀନ ଥିଲେ। ସେ ସମୟରେ ସେ ଗୋଟିଏ ମାତ୍ର ପ୍ରୋଜେକ୍ଟ୍‌ ହୋମି ଆଦାଜାନିଆଙ୍କ ‘ଅଙ୍ଗ୍ରେଜି ମିଡିୟମ୍’ରେ କାମ କରୁଥିଲେ।

publive-image Image Source: Hindustan Times

ଶନିବାର ଦିନ ଇର୍‌ଫାନ୍‌ଙ୍କର ମାଆ ସଇଦା ବେଗମ୍‌ଙ୍କର ୯୫ ବର୍ଷ ବୟସରେ ପରଲୋକ ହୋଇଯାଇଥିଲା। ଭିଡିଓ କଲ୍ ଜରିଆରେ ଇର୍‌ଫାନ୍ ମାଆଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେଇଥିଲେ ବୋଲି କୁହାଯାଇଥିଲା।

ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ଇର୍‌ଫାନ୍ ପ୍ରାୟ ଦୁଇ ଦଶନ୍ଧି ଧରି କାମ କରିଥିଲେ। ତାଙ୍କ ଅଭିନୀତ ପ୍ରସିଦ୍ଧ ଭାରତୀୟ ଚଳଚ୍ଚିତ୍ରମାନଙ୍କ ମଧ୍ୟରେ ରହିଛି ‘ସଲାମ ବମ୍ବେ’, ‘ମକ୍‌ବୁଲ୍’, ‘ପାନ୍ ସିଂ ତୋମାର୍’, ‘ଦି ଲଞ୍ଚ୍ ବକ୍ସ୍’, ‘ହାଇଦର୍’, ‘ଗୁଣ୍ଡେ’, ‘ପିକୁ’, ‘ତଲ୍‌ୱାର୍’ , ‘ହିନ୍ଦୀ ମିଡିୟମ୍’ ଏବଂ ‘ଅଙ୍ଗ୍ରେଜି ମିଡିୟମ୍’ ।

ଭାରତୀୟ ଚଳଚ୍ଚିତ୍ରରେ ଉ‌ଚ୍ଚକୋଟିର ଅଭିନୟ କରିବା ସହ ସେ ‘ସ୍ଲମ୍‌ଡଗ୍ ମିଲିୟନେୟାର୍’, ‘ଜୁରାସିକ୍ ୱାର୍ଲଡ୍’ ‘ଦି ଆମାଜିଙ୍ଗ୍ ସ୍ପାଇଡର୍ ମ୍ୟାନ୍,’’ ଏବଂ ‘ଲାଇଫ୍‌ ଅଫ୍ ପାଇ’ ଭଳି ଆନ୍ତର୍ଜାତିକ ବ୍ଲକ୍‌ବଷ୍ଟର୍‌ ସିନେମାରେ ଅଭିନୟ କରି ସୁନାମ ଅର୍ଜନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe