India Today
ମୁମ୍ବାଇ: ଅଭିନେତା କାର୍ତ୍ତିକ ଆର୍ଯ୍ୟନ ଓ ଅଭିନେତ୍ରୀ ସାରା ଅଲ୍ଲୀ ଖାନଙ୍କ ମଧ୍ୟରେ ଥିବା ଭଲପାଇବା ଗୋଟେ ସମୟରେ ଚର୍ଚ୍ଚାର ଶୀର୍ଷରେ ରହିଥିଲା। କିନ୍ତୁ ଏବେ ଦୁହେଁ ପରସ୍ପରଠାରୁ ଅଲଗା ହୋଇଛନ୍ତି। ଏମିତି କି ଅଲଗା ହେବା ପରେ ଆର୍ଯ୍ୟନ ସାରାଙ୍କ ସହ କାମ କରିବାକୁ ଚାହୁଁନଥିବା ଜଣାପଡ଼ିଛି। ଫିଲ୍ମ 'ଲଭ୍ ଆଜ କଲ'ରେ ଥିବା କିଛି ଦୃଶ୍ୟକୁ ନିର୍ଦ୍ଦେଶକ ଆଉ ଥରେ ସୁଟ୍ କରିବାକୁ ଚାହୁଁଥିବା ବେଳେ ଆର୍ଯ୍ୟନ ସୁଟ୍ କରିବାକୁ ସିଧା ସିଧା ମନା କରି ଦେଇଛନ୍ତି। ଯେଉଁଥିରୁ ସଂପର୍କ ଭାଙ୍ଗିବା ପରେ ଆର୍ଯ୍ୟନ ସାରାଙ୍କ ଯୋଗାଯୋଗରେ ଆସିବାକୁ ଚାହୁଁନଥିବା ସ୍ପଷ୍ଟ ହୋଇଛି।
DNA Indiaସୂଚନା ମୁତାବକ, ଦୁହିଁଙ୍କର ସଂପର୍କ 'କଫି ଉଇଥ୍ କରଣ' ସୋ’ରୁ ଆରମ୍ଭ ହୋଇଥିଲା। ସାରା ନିଜ ବାପା ସୈଫଙ୍କ ସହ ସେଠାକୁ ଯାଇଥିବା ବେଳେ କାର୍ତ୍ତିକଙ୍କ ପ୍ରତି ତାଙ୍କର ଭଲପାଇବା ଥିବା କଥା କହିଥିଲେ। ସେ ଅଧ୍ୟାୟର ପ୍ରସାରଣ ପରେ ସାରା ଓ କାର୍ତ୍ତିକ ନିକଟତର ହୋଇଥିଲେ। ଦୁହିଁଙ୍କ ମଧ୍ୟରେ ପ୍ରେମ ସଂପର୍କ ଆରମ୍ଭ ହେବା ସହ ଦୁହେଁ ସାଙ୍ଗରେ ଫିଲ୍ମ କରିଥିଲେ। ଦୁହିଁଙ୍କ ଅନେକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ବେଳେ ପ୍ରଶଂସକମାନେ ଦୁହିଁଙ୍କ ଯୋଡ଼ିକୁ ପସନ୍ଦ ମଧ୍ୟ କରିଥିଲେ। କିନ୍ତୁ ଫିଲ୍ମ 'ଲଭ୍ ଆଜ କଲ'ର ସୁଟିଂ ପରେ ପରେ ଦୁହେଁ ପରସ୍ପରଠାରୁ ଅଲଗା ହୋଇଥିଲେ। ପରସ୍ପର ପରସ୍ପରଙ୍କୁ ସମୟ ଦେଇ ପାରୁ ନଥିବାରୁ ସଂପର୍କ ଭାଙ୍ଗିଥିବା କିଛି ଦିନ ତଳେ ସାମ୍ନାକୁ ଆସିଥିଲା।
Follow Us