ପରଲୋକରେ ସାଉଥ ସିନେମାର ଖଳନାୟକ, ୭୫୦ଟି ଫିଲ୍ମରେ କରିଥିଲେ ଅଭିନୟ

Advertisment
New Project (10)

ନୂଆଦିଲ୍ଲୀ: ପରଲୋକରେ ସାଉଥ ସିନେମାର ଖଳନାୟକ | ଦକ୍ଷିଣ ସିନେମାର ଲୋକପ୍ରିୟ ଅଭିନେତା କୋଟା ଶ୍ରୀନିବାସ ରାଓଙ୍କର ଆଜି ଦେହାନ୍ତ ହୋଇଛି | ୮୩ ବର୍ଷ ବୟସରେ ସେ ଏ ଦୁନିଆରୁ ବିଦାୟ ନେଇଛନ୍ତି | ତାଙ୍କ ଦେହାନ୍ତ ଖବର ପାଇଁ ସମଗ୍ର ଦକ୍ଷିଣ ଭାରତୀୟ ସିନେମା ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି। 

ସୂଚନା ଅନୁଯାୟୀ, ଅଭିନେତା ଦୀର୍ଘ ଦିନ ଧରି ବାର୍ଦ୍ଧକ୍ୟଜନିତ ରୋଗରେ ପୀଡିତ ଥିଲେ। ରବିବାର ସକାଳେ ତାଙ୍କର ମୃତ୍ୟୁ ଘଟିଥିଲା। କୋଟା ଶ୍ରୀନିବାସଙ୍କ ମୃତ୍ୟୁ ପରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁ ଶୋକ ପ୍ରକାଶ କରିଛନ୍ତି। ସେ ଟ୍ୱିଟ କରି ଲେଖିଛନ୍ତି, 'ନିଜର ବହୁମୁଖୀ ଭୂମିକାରେ ନଜର ଆସି ଦର୍ଶକଙ୍କ ହୃଦୟ ଜିତିଥିବା ପ୍ରସିଦ୍ଧ ଅଭିନେତା କୋଟା ଶ୍ରୀନିବାସ ରାଓଙ୍କ ଦେହାନ୍ତ ଅତ୍ୟନ୍ତ ଦୁଃଖଦ। ତାଙ୍କ ଦେହାନ୍ତ ତେଲୁଗୁ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରି ପାଇଁ ଏକ ଅପୂରଣୀୟ କ୍ଷତି। ୧୯୯୯ ମସିହାରେ ସେ ବିଜୟୱାଡାରୁ ବିଧାୟକ ଭାବରେ ଜିତି ଜନସାଧାରଣଙ୍କ ସେବା କରିଥିଲେ। ମୁଁ ତାଙ୍କ ପରିବାର ସଦସ୍ୟଙ୍କ ପ୍ରତି ଗଭୀର ସମବେଦନା ଜଣାଉଛି।'

କୋଟା ଶ୍ରୀନିବାସ ରାଓ ଦକ୍ଷିଣ ଚଳଚ୍ଚିତ୍ରରେ ଏକ ଲୋକପ୍ରିୟ ନାମ ଥିଲେ। ୧୯୭୮ ମସିହାରେ ସେ ଅଭିନୟ ଜଗତରେ ପ୍ରବେଶ କରିଥିଲେ। ତାଙ୍କର ପ୍ରଥମ ଚଳଚ୍ଚିତ୍ର ଥିଲା 'ପ୍ରାଣମ ଖରିଦୁ'। ଏହା ପରେ ସେ କେବେ ପଛକୁ ଫେରି ଚାହିଁ ନଥିଲେ ଏବଂ ତାଙ୍କ ୪୦ ବର୍ଷର ଦୀର୍ଘ କ୍ୟାରିଅରରେ ପ୍ରାୟ ୭୫୦ଟି ଚଳଚ୍ଚିତ୍ରରେ ଉତ୍କୃଷ୍ଟ କାମ କରିଥିଲେ।

ଶ୍ରୀନିବାସ ରାଓ ଚଳଚ୍ଚିତ୍ରରେ ଖଳନାୟକଙ୍କଠାରୁ ଆରମ୍ଭ କରି ହାସ୍ୟ ଅଭିନେତା ପର୍ଯ୍ୟନ୍ତ ସମସ୍ତ ପ୍ରକାରର ଭୂମିକାରେ ଅଭିନୟ କରିଥିଲେ ଏବଂ ଲୋକଙ୍କ ହୃଦୟ ଜିତିଥିଲେ। ୨୦୧୫ ମସିହାରେ ତାଙ୍କର ଉଲ୍ଲେଖନୀୟ କାମ ପାଇଁ ଅଭିନେତାଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ତେଲୁଗୁ ବ୍ୟତୀତ ଏହି ଅଭିନେତା ହିନ୍ଦୀ, କନ୍ନଡ ଏବଂ ମାଲାୟଲମ ଚଳଚ୍ଚିତ୍ରରେ ମଧ୍ୟ କାମ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe