କରୋନା ସଂକ୍ରମିତ ହେଲେ ଅଭିନେତା କୁମୁଦ ମିଶ୍ରା

Advertisment
କରୋନା ସଂକ୍ରମିତ ହେଲେ ଅଭିନେତା କୁମୁଦ ମିଶ୍ରା

StarsUnfolded

ବି-ଟାଉନ୍‌ର ବିଶିଷ୍ଟ ଅଭିନେତା କୁମୁଦ ମିଶ୍ରା କରୋନାର ସଂକ୍ରମିତ ହୋଇ ମଧ୍ୟପ୍ରଦେଶର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗମ୍ଭୀର ରହିଛି। ଶ୍ବାସକ୍ରିୟାରେ ସମସ୍ୟା ହେବା ସହ ତାଙ୍କ ଅମ୍ଳଜାନ ସ୍ତର ଖୁବ୍ କମ୍ ରହିଛି। ତେବେ ଗତ କିଛିଦିନ ତଳେ ତାଙ୍କ ମା’ କରୋନାରେ ସଂକ୍ରମିତ ହେବାରୁ ତାଙ୍କୁ ହସ୍ପିଟାଲ୍‌ରେ ରଖାଯାଇଥିଲା। ମା’ଙ୍କ ଦେଖାରଖା କରିବା ପାଇଁ ସେ ପ୍ରତିଦିନ ହସ୍ପିଟାଲ୍‌କୁ ଯିବା ଆସିବା କରୁଥିଲେ।

ଚଳଚ୍ଚିତ୍ର ଜଗତରେ ପ୍ରବେଶ ପୂର୍ବରୁ କୁମୁଦ ଜଣେ ଭଲ ଟେଲି ଅଭିନେତା ଭାବେ ଖୁବ୍ ଜନାଦୃତି ଲାଭ କରିଥିଲେ। ୧୯୯୫ରେ ଡିଡି ନ୍ୟାସନାଲ୍‌ରେ ପ୍ରସାରିତ ଲୋକପ୍ରିୟ ଧାରାବାହିକ ‘ସ୍ବାଭିମାନ’ରେ ସେ ଅଭିନୟ କରି ଜନମାନସରେ ଛାପ ଛାଡ଼ିଥିଲେ। ନିକଟରେ ସେ ‘ତାଣ୍ଡବ’ ୱେବ୍‌ ସିରିଜ୍‌ରେ କେନ୍ଦ୍ରମନ୍ତ୍ରୀ ଭୂମିକାରେ ଅଭିନୟ କରି ପ୍ରଶଂସା ସାଉଁଟିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe