୫୦ବର୍ଷର ଫିଲ୍ମ କ୍ୟାରିୟରରେ ଏତିକି କୋଟିର ମାଲିକ ହୋଇପାରିଥିଲେ ମନୋଜ

ଅନେକ ବଲିଉଡ ସୁପରଷ୍ଟାର ମସଲା ଫିଲ୍ମରୁ ଷ୍ଟାରଡମ୍ ଏବଂ ଟଙ୍କା ଉଭୟ ରୋଜଗାର କରିଥିଲେ। କିନ୍ତୁ, ମନୋଜ କୁମାର ଦେଶପ୍ରେମକୁ କେନ୍ଦ୍ର କରି ନିଜ ଅଭିନୟ ଦ୍ୱାରା ଦର୍ଶକଙ୍କ ହୃଦୟ ଜିତିଥିଲେ।

tmanoj kumar

ମୁମ୍ବାଇ: ବଲିଉଡ ତଥା ଦେଶର ମନୋଜ କୁମାର ଓରଫ 'ଭାରତ କୁମାର' ଆଉ ଆମ ମଧ୍ୟରେ ନାହାନ୍ତି। ୮୭ ବର୍ଷ ବୟସରେ ସେ ଏହି ଦୁନିଆରୁ ବିଦାୟ ଦେଇଛନ୍ତି। ୭୦ଦଶକରେ, ସେ ତାଙ୍କର ଦେଶପ୍ରେମପୂର୍ଣ୍ଣ ଚଳଚ୍ଚିତ୍ର ମାଧ୍ୟମରେ ଭାରତର ଲୋକଙ୍କ ଉପରେ ଗଭୀର ପ୍ରଭାବ ପକାଇଥିଲେ। ତାଙ୍କୁ ଭାରତର ଜଣେ ଦେଶପ୍ରେମୀ କଳାକାର କହିଲେ କୌଣସି ଅତ୍ୟୁକ୍ତି ହେବ ନାହିଁ। ଯେତେବେଳେ ଅନ୍ୟ ଅଭିନେତାମାନେ କମେଡି ଏବଂ ଆକ୍ସନ ଦ୍ୱାରା ଦର୍ଶକଙ୍କ ହୃଦୟ ଜିତିଥିଲେ ଏବଂ ସଫଳତା ପାଇଥିଲେ, ସେହି ସମୟରେ, ମନୋଜ କୁମାର ଦେଶବାସୀଙ୍କୁ ଚଳଚ୍ଚିତ୍ର ମାଧ୍ୟମରେ ଦେଶପ୍ରେମର ଅର୍ଥ ବୁଝାଇଥିଲେ।

ତାଙ୍କ ସମୟର ଅନେକ ବଲିଉଡ ସୁପରଷ୍ଟାର ନିଜ କ୍ୟାରିଅରରେ ଷ୍ଟାରଡମ୍ ପାଇବା ସହ ପ୍ରଚୁର ଟଙ୍କା ଅର୍ଜନ କରିଥିଲେ। କିନ୍ତୁ, ମନୋଜ କୁମାର କେବଳ ଦର୍ଶକଙ୍କ ହୃଦୟ ଜିତିପାରିଥିଲେ। ସେ ଟଙ୍କା ରୋଜଗାର କରିବାରେ ଅନେକ ଅଭିନେତାଙ୍କ ପଛରେ ରହିଯାଇଥିବା ଜଣାଯାଇଛି। ଆଜି ଆମେ ଜାଣିବା ୫୦ବର୍ଷର ଫିଲ୍ମ କ୍ୟାରିୟରରେ ମନୋଜ କେତେ କୋଟିର ମାଲିକ ହୋଇପାରିଛନ୍ତି।

ସ୍ୱର୍ଗତଃ ଅଭିନେତା ମନୋଜ କୁମାରଙ୍କ ସମ୍ପତ୍ତି ସମ୍ପର୍କରେ ସାର୍ବଜନୀନ ଭାବରେ କୌଣସି ସ୍ପଷ୍ଟ ତଥ୍ୟ ଉପଲବ୍ଧ ନାହିଁ। ତଥାପି, 'ସେଲିବ୍ରିଟି ନେଟ୍ ୱର୍ଥ' ରିପୋର୍ଟ ଅନୁଯାୟୀ, ମନୋଜ କୁମାର ତାଙ୍କ ଫିଲ୍ମ କ୍ୟାରିଅରରୁ ୨୦ ନିୟୁତ ଡଲାର (୧୭୦ କୋଟି ଟଙ୍କା) ରୋଜଗାର କରିଛନ୍ତି। ପାକିସ୍ତାନରେ ଜନ୍ମିତ ହରିକୃଷ୍ଣ ଗିରି ଗୋସ୍ୱାମୀ ଚଳଚ୍ଚିତ୍ର ଜଗତରେ ମନୋଜ କୁମାର ନାମରେ ଜଣାଶୁଣା ଥିଲେ ଏବଂ ଦର୍ଶକ ତାଙ୍କୁ ଭାରତ କୁମାର ନାମ ଦେଇଥିଲେ।

ସେ ୬୦ ଦଶକରେ ବଲିଉଡରେ ଡେବ୍ୟୁ କରିଥିଲେ, ଏବଂ ୭୦ ଓ ୮୦ଦଶକରେ ବହୁତ ଲୋକପ୍ରିୟତା ହାସଲ କରିଥିଲେ। ମନୋଜ କୁମାର ତାଙ୍କର ପ୍ରସିଦ୍ଧ ଚଳଚ୍ଚିତ୍ର 'ହରିୟାଲୀ ଔର ରାସ୍ତା', 'ୱୋ କୌନ ଥି?', 'ହିମାଳୟ କି ଗୋଦ୍ ମେଁ', 'ଦୋ ବଦନ', 'ଉପକାର', 'ପଥର କେ ସନମ', 'ନୀଲ କମଲ', 'ପୁରବ ଔର ପଶ୍ଚିମ', 'ରୋଟି କପଡା ଔର ମାକାନ' ଏବଂ 'କ୍ରାନ୍ତି' ପାଇଁ ଜଣାଶୁଣା |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe