ସୁନୀଲ ପାଲଙ୍କ ପରି ଗତମାସରେ ଅଭିନେତାଙ୍କୁ ଉଠାଇ ନେଇଥିଲେ ଅପହରଣକାରୀ

ମୁଶତାକ ଖାନ ମେରଠରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବା ବେଳେ ଦିଲ୍ଲୀ-ମେରଠର ଜାତୀୟ ରାଜପଥରୁ ନଭେମ୍ବର ୨୦ ତାରିଖରେ ତାଙ୍କୁ ଅପହରଣ କରାଯାଇଥିଲା। 

yey


ନୂଆଦିଲ୍ଲୀ: କିଛିଦିନ ତଳେ ହାସ୍ୟାଭିନେତା ତଥା ଅଭିନେତା ସୁନୀଲ ପାଲ ମୁମ୍ବାଇ ବାହାରକୁ ସୋ’ କରିବାକୁ ଯାଇଥିବା ବେଳେ ଅପହରଣ ହୋଇଯାଇଥିବା ଖବର ସାମ୍ନାକୁ ଆସିଥିଲା।  ସୁନୀଲ ପାଲଙ୍କ ପୂର୍ବରୁ  ଅଭିନେତା ମୁଶତାକ ଖାନଙ୍କ ଅପହରଣ ହୋଇଯାଇଥିବା ତାଙ୍କ ମ୍ୟାନେଜର ଅଭିଯୋଗ କରି କହିଛନ୍ତି।

ସୂଚନାଯୋଗ୍ୟ, ମୁଶତାକ ଖାନ ମେରଠରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବା ବେଳେ ଦିଲ୍ଲୀ-ମେରଠର ଜାତୀୟ ରାଜପଥରୁ ନଭେମ୍ବର ୨୦ ତାରିଖରେ ତାଙ୍କୁ ଅପହରଣ କରାଯାଇଥିଲା। 

ପୁଲିସ ସୂତ୍ରରୁ ପ୍ରକାଶ, ମେରଠରେ ରହୁଥିବା ରାହୁଲ ସୌନି ନାମକ ବ୍ୟକ୍ତି ବରିଷ୍ଠ ଲୋକଙ୍କୁ ସମ୍ମାନୀତ କରିବା ପାଇଁ ଏକ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ। ଏହି କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ସେ ଅଭିନେତା ମୁଶତାକ ଖାନଙ୍କୁ ଡକାଇଥିଲେ। ଏଥିପାଇଁ  ଅଭିନେତାଙ୍କୁ ଆଡଭାନ୍ସ ବାବଦକୁ ସେ ୫୦ହଜାର ଟଙ୍କା ବି ଦେଇଥିଲେ। ଏହି କାର୍ଯ୍ୟକ୍ରମରେ  ସାମିଲ ହେବା ପାଇଁ ନଭେମ୍ବର ୨୦ ତାରିଖରେ ମୁଶତାକ ଖାନ ମୁମ୍ବାଇରୁ ଦିଲ୍ଲୀ ପହଞ୍ଚିଥିଲେ।

ଦିଲ୍ଲୀ ବିମାନବନ୍ଦରରୁ ମେରଠ ଯିବା ସମୟରେ ଜାତୀୟରାଜପଥରେ ଅପହରଣକାରୀ ତାଙ୍କର ଅପହରଣ କରି ନେଇଥିବା ଅଭିନେତାଙ୍କ ମ୍ୟାନେଜର ଶିବମ ଯାଦବ ଗତ ମଙ୍ଗଳବାର  ବିଜନୌରରେ ପହଞ୍ଚି କୌତବାଲି ଥାନାରେ ଅପହରଣକାରୀଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି। ଏହାପରେ ଅଭିନେତାଙ୍କ ଅପହରଣ ହୋଇଥିବା ଘଟଣା ସାାମ୍ନାକୁ ଆସିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe