ଏମାନେ କେବଳ ଓଲିଉଡର ନବାଗତ ନାୟକ ନୁହନ୍ତି , ଜାଣନ୍ତୁ ଆଉ କ’ଣ

Advertisment
ଏମାନେ କେବଳ ଓଲିଉଡର ନବାଗତ ନାୟକ ନୁହନ୍ତି , ଜାଣନ୍ତୁ ଆଉ କ’ଣ

ଭୁବନେଶର: ୨୦୧୮ର ପ୍ରଥମାର୍ଦ୍ଧରେ ଏମତି କେତେ ଜଣ ନବାଗତ ନାୟକଙ୍କର ଓଲିଉଡରେ ପ୍ରବେଶ ଘଟିଛି ଯେଉଁମାନେ ପ୍ରଯୋଜନାରେ ବି ପାଦ ଥାପିଛନ୍ତି। ଆସନ୍ତୁ ସେମାନଙ୍କ ସଂପର୍କରେ ଜାଣିବା…
ଛଉ ନୃତ୍ୟ ଉପରେ ଆଧାରିତ ସିନେମା ହେଲା ‘ଦୀପୁ ଦ ଡ୍ୟାନ୍‌ସ ବୟ’ । ଏଥିରେ ନବାଗତ ମନୋଜ ରାଉତ ନାୟକ ଭୂମିକାରେ ଅଭିନୟ କରିଥିଲେ। ସେ କେବଳ ଏହି ସିନେମାରେ ଅଭିନୟ କରି ନଥିଲେ ବରଂ ଏହାର ପ୍ରଯୋଜନା ମଧ୍ୟ କରିଥିଲେ।

ଠିକ୍‌ ସେହିପରି ‘ଗୁଡୁ ଆଣ୍ଡ୍‌ ଗୁଡି’ ସିନେମାରେ ବି ଯେଉଁ ନୂଆ ନାୟକଙ୍କୁ ପରଦା ଉପରେ ଦର୍ଶକ ଭେଟିଥିଲେି ,ସେ ବି ସେହି ଫିଲ୍ମର ପ୍ରଯୋଜନା କରିଥିଲେ। ସେହି ନାୟକ ତଥା ପ୍ରଯୋଜକ ହେଲେ ସୂର୍ଯ୍ୟକାନ୍ତ ସାମଲ।ଏହି ଫିଲ୍ମରେ ବଙ୍ଗୀୟ ନାୟିକା ହିମିକାଙ୍କୁ ତାଙ୍କ ବିପକ୍ଷରେ ଦେଖିବାକୁ ପାଇଥିଲେ ଦର୍ଶକ।

publive-image
ଆଉ ଏକ ସିନେମା ହେଲା ‘ଅଜାତଶତ୍ରୁ’ । ଏହି ସିନେମାରେବି ସମାନ କଥା ଘଟିଥିଲା।ଏଥିରେ ନାୟକ ଭୂମିକାରେ ନଜର ଆସି ଥିଲେ ସୋହମ୍‌ ସିଂହ। ସେ ଏହାର ପ୍ରଯୋଜକ ମଧ୍ୟ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe