ରୋଜ୍‌ଭ୍ୟାଲି ଦୁର୍ନାତୀ ମାମଲାରେ ବଙ୍ଗୀୟ ଅଭିନେତା ପ୍ରସେନଜିତ୍‌ ଚାର୍ଟାଜୀଙ୍କୁ ସମନ ଜାରି କଲେ ଇଡି

ରୋଜ୍‌ଭ୍ୟାଲି ଦୁର୍ନାତୀ ମାମଲାରେ ବଙ୍ଗୀୟ ଅଭିନେତା ପ୍ରସେନଜିତ୍‌ ଚାର୍ଟାଜୀଙ୍କୁ ସମନ ଜାରି କଲେ ଇଡି

TellyChakkar

ନୂଆଦିଲ୍ଲୀ: ରୋଜ୍‌ଭ୍ୟାଲି ଦୁର୍ନୀତି ମାମଲାରେ ବଙ୍ଗୀୟ ଅଭିନେତା ପ୍ରସେନଜିତ୍‌ ଚାର୍ଟାଜୀଙ୍କୁ ପ୍ରବର୍ତ୍ତନ ନର୍ଦ୍ଦେଶାଳୟ(ଇଡି) ସମନ ଜାରି କରିଛନ୍ତି। ଇଡି ସମନ ଜାରି କରି ପ୍ରସେନଜିତ୍‌ଙ୍କୁ ଜୁଲାଇ ୧୯ ତାରିଖରେ କୋର୍ଟରେ ହାଜିର ହେବାକୁ କହିଛନ୍ତି। ରୋଜଭ୍ୟାଲି କମ୍ପାନି ଓ ଏହି କମ୍ପାନିର ଅଧ୍ୟକ୍ଷ ଗୌତମ କୁଣ୍ଡୁଙ୍କ ସହ ପ୍ରସେନଜିତ୍‌ଙ୍କ ସଂପୃକ୍ତି ନେଇ ପ୍ରଶ୍ନ ଉଠିଛି।

ଏହି ମାମଲାରେ ବେଆଇନ୍‌ ଅର୍ଥ କାରବାର ନିରୋଧୀ ସଂସ୍ଥା ସୋମବାର ତ୍ରୁଣମୂଳ କଂଗ୍ରେସ ନେତା ମଦନ ମିତ୍ରଙ୍କୁ ପଚରାଉଚରା କରିଥିଲେ।

publive-image

ଇଡି ଜାରି କରିଥିବା ସମନ ଉପରେ ନିଜର ପ୍ରତିକ୍ରିୟା ରଖି ପ୍ରସେନଜିତ୍‌ କହିଛନ୍ତି, ‘ଏ ମୁହୂର୍ତ୍ତରେ ମୁଁ ଏହି ପ୍ରସଂଗରେ କିଛି କହିପାରିବି ନାହିଁ। ଏହି ସମନ ମୋତେ ନୁହେଁ, ମୋ କମ୍ପାନିକୁ ପଠାଯାଇଛି। ମୁଁ ତଦନ୍ତରେ ପୂର୍ଣ୍ଣ ସହଯୋଗ କରିବି। ସେମାନେ ଯାହା ଜାଣିବାକୁ ଚାହାନ୍ତି ସେ ସବୁର ଉତ୍ତର ମୁଁ ଦେବି।’

ତଦନ୍ତକାରୀଙ୍କ କହିବା ଅନୁଯାୟୀ, ରୋଜଭ୍ୟାଲି ଦୁର୍ନୀତିର ପରିମାଣ ଶାରଦା ଦୁର୍ନୀତିଠାରୁ ୫ ଗୁଣା ଅଧିକ। ରୋଜଭ୍ୟାଲି ଦୁର୍ନୀତି ପରିମାଣ ୧୭,୦୦୦ କୋଟି ବୋଲି ସୂଚନା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe