ଅନ୍ୟକୁ ଅପମାନିତ କରିବା କଙ୍ଗନାଙ୍କୁ ଶୋଭା ଦେଉନାହିଁ: ରଣଦୀପ

tkanganaratyuu

ମୁମ୍ବାଇ: 'ଜାଟ' ଫିଲ୍ମରେ ବଲିଉଡ୍ ଅଭିନେତା ରଣଦୀପ ହୁଡାଙ୍କ ଖଳନାୟକ ଭୂମିକା ଦର୍ଶକଙ୍କୁ ବହୁତ ପସନ୍ଦ ଆସୁଛି। ଏହି ଫିଲ୍ମଟି ବକ୍ସ ଅଫିସରେ ମଧ୍ୟ ଭଲ ପ୍ରଦର୍ଶନ କରୁଛି। ଫିଲ୍ମ ପାଇଁ ଚର୍ଚ୍ଚାରେ ଥିବା ରଣଦୀପଙ୍କ ଏକ ବୟାନ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ବୟାନରେ ସେ ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ଏବଂ ଆଲିଆ ଭଟ୍ଟଙ୍କ ମଧ୍ୟରେ ୨୦୨୦ରେ ହୋଇଥିବା ବିବାଦ ବିଷୟରେ କହିଛନ୍ତି।

ଆଲିଆ ଫିଲ୍ମ 'ଗଲି ବୟ'ରେ କାମଚଳା ଅଭିନୟ କରିଥିବା କହିଥିଲେ କଙ୍ଗନା। ୨୦୨୦ରେ କଙ୍ଗନାଙ୍କ ଏହି ବୟାନକୁ ବିରୋଧ କରି ଆଲିଆଙ୍କ ସମର୍ଥନ କରିଥିଲେ ରଣଦୀପ। କଙ୍ଗନାଙ୍କ ନାମ ନେଇନଥିଲେ ବି ଏକ୍ସରେ ଏକ ପୋଷ୍ଟ କରି ସେ ଆଲିଆଙ୍କୁ ସମର୍ଥନ କରିଥିଲେ। ଏବେ ପୋଷ୍ଟଟି କଙ୍ଗନାଙ୍କ ପାଇଁ ଥିଲା ବୋଲି ସ୍ବୀକାର କରିଛନ୍ତି ରଣଦୀପ। ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ, "ଆଲିଆଙ୍କୁ ବାରମ୍ବାର ଟାର୍ଗେଟ କରୁଥିଲେ କଙ୍ଗନା। ତାଙ୍କ ସହ ମୋର କୌଣସି ବ୍ୟକ୍ତିଗତ ଶତ୍ରୁତା ନଥିଲା ଏବଂ ରହିବ ନାହିଁ ମଧ୍ୟ। ମୁଁ ଅନୁଭବ କଲି ଯେ, ଆଲିଆଙ୍କୁ ବାରମ୍ବାର ଟାର୍ଗେଟ କରିବା ଠିକ୍ ନୁହେଁ। କଙ୍ଗନା ଜଣେ ବହୁତ ଭଲ ଅଭିନେତ୍ରୀ। ମୁଁ ତାଙ୍କ ପ୍ରତିଭାକୁ ସମ୍ମାନ କରେ। କିନ୍ତୁ ସେ ଏପରି ଅନ୍ୟମାନଙ୍କୁ ଅପମାନିତ କରିବା ଉଚିତ୍ ନୁହେଁ। ଏସବୁ ତାଙ୍କୁ ଶୋଭା ପାଏ ନାହିଁ।"

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe