ଗିରଫ ହେବେ କି ରଣବୀର ସିଂହ? ନଗ୍ନ ଫଟୋସୁଟ କରିଥିବାରୁ ନୋଟିସ ପଠାଇଲା ମୁମ୍ବାଇ ପୁଲିିସ !

Advertisment

ଅଗଷ୍ଟ ୨୨ରେ ହେବେ ହାଜର

ଅଗଷ୍ଟ ୨୨ରେ ହେବେ ହାଜର

ଗିରଫ ହେବେ କି ରଣବୀର ସିଂହ? ନଗ୍ନ ଫଟୋସୁଟ କରିଥିବାରୁ ନୋଟିସ ପଠାଇଲା ମୁମ୍ବାଇ ପୁଲିିସ !

indiatoday

ମୁମ୍ବାଇ: ଲୋକପ୍ରିୟ ଫେସନ୍‌ ପତ୍ରିକା ପେପର୍‌ ମାଗାଜିନ୍‌ ପାଇଁ ଅଭିନେତା ରଣବୀର ସିଂହ କରିଥିବା ନଗ୍ନ ଫଟୋସୁଟ୍‌ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବା ପରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ମହିଳାଙ୍କ ଭାବନାକୁ ଆଘାତ ହେଇଥିବା ଅଭିଯୋଗରେ ମୁମ୍ବାଇ ପୁଲିସ୍ ଅଭିନେତାଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ରଣବୀର ସିଂହଙ୍କ ବିରୋଧରେ ଭାରତୀୟ ପିଙ୍ଗଳ କୋର୍ଡ ଅଧୀନରେ ଧାରା ୫୦୯, ୨୯୨, ୨୯୪ ଲାଗିଥିବା ବେଳେ ଆଇଟି ଆକ୍ଟ ଅଧୀନରେ ସେକ୍ସନ ୬୭ଏ ଧାରା ଲାଗିଥିଲା। ମାମଲା ରୁଜୁ ପରେ ଅଭିନେତାଙ୍କୁ ନୋଟିସ ପଠାଇବାକୁ  ମୁମ୍ବାଇ ପୁଲିସ ପ୍ରସ୍ତୁତ ଥିବା ବେଳେ ରଣବୀର ମୁମ୍ବାଇରେ ନଥିବାରୁ ଅଗଷ୍ଟ ୧୬ରେ ତାଙ୍କୁ ନୋଟିସ ହସ୍ତାନ୍ତର କରାଯିବ ବୋଲି ଜଣାପଡ଼ିଛି। ନୋଟିସ ପାଇବା ପରେ ଅଗଷ୍ଟ ୨୨ରେ ତାଙ୍କୁ ହାଜର ହେବାକୁ ପଡ଼ିବ।

ସୂଚନା ମୁତାବକ, ଜୁଲାଇ ୨୬ରେ ରଣବୀରଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ତାଙ୍କ ବିରୋଧରେ ଏକ ସ୍ବେଚ୍ଛାସେବୀ ସଂଗଠନର ଜଣେ ମହିଳା କର୍ମୀ ଓ ଜଣେ ମହିଳା ଓକିଲଙ୍କ ଦ୍ବାରା ୨ଟି ଭିନ୍ନ ଅଭିଯୋଗ ହୋଇଛି।

ଉଲ୍ଲେଖଯୋଗ୍ୟ, ଲୋକପ୍ରିୟ ଫେସନ୍‌ ପତ୍ରିକା ପେପର୍‌ ମାଗାଜିନ୍‌ ପାଇଁ ରଣବୀର ତାଙ୍କର ଏହି ନଗ୍ନ ଫଟୋସୁଟ୍‌ କରି ଗତ ୨୧ ତାରିଖରୁ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛନ୍ତି। ଏକ କସ୍‌ମୋପଲିଟାନ୍‌ ମାଗାଜିନ୍‌ ପାଇଁ ଏପରି ଫଟୋସୁଟ୍‌ କରିଥିବା ବର୍ଟ ରେନୋଲ୍‌ଡସଙ୍କ ଠାରୁ ସେ ପ୍ରେରିତ ହୋଇ ଏପରି ଫଟୋସୁଟ୍‌ କରିଥିବା ସୂଚନା ରହିଛି। ରଣବୀର ଫଟୋସୁଟ୍‌ରେ ଏକ ଅନ୍ତର୍ବସ୍ତ୍ର ପରିଧାନ କରିଛନ୍ତି, ମାତ୍ର ତାହା ଅଧିକାଂଶ ସ୍ଥାନରେ ଦୃଶ୍ୟମାନ ହେଉନାହିଁ।

ରଣବୀରଙ୍କ ଏହି ନଗ୍ନ ଫଟୋସୁଟ୍‌ ଟ୍ବିଟର୍‌ରେ ଖୁବ୍‌ ଜୋର୍‌ରେ ଟ୍ରେଣ୍ଡ୍‌ କରିବାରେ ଲାଗିଛି। ଏହି ଫଟୋକୁ ବ୍ୟବହାର କରି ସୋସିଆଲ୍‌ ମିଡିଆ ବ୍ୟବହାରକାରୀମାନେ ଅନେକ ମିମ୍‌ ବନାଉଥିବାର ଦେଖିବାକୁ ମିଳିଛି। ରଣବୀରଙ୍କ ଉଦ୍ଦେଶ୍ୟରେ ସୋସିଆଲ୍‌ ମିଡିଆ ବ୍ୟବହାରକାରୀମାନେ ଖୁବ୍‌ ମଜା ମଜା କମେଣ୍ଟ୍‌ ସବୁ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe