ଏହି ଅଭିନେତ୍ରୀଙ୍କ ଫଟୋକୁ ବର୍ଦ୍ଧିତ କରି ଦେଖିବାକୁ ପସନ୍ଦ କରନ୍ତି ସଲମାନ

Advertisment
ଏହି ଅଭିନେତ୍ରୀଙ୍କ ଫଟୋକୁ ବର୍ଦ୍ଧିତ କରି ଦେଖିବାକୁ ପସନ୍ଦ କରନ୍ତି ସଲମାନ

navbharattimes.indiatimes.com

ମୁମ୍ବାଇ: ବଲିଉଡ୍ ଅଭିନେତା ସଲମାନ ଖାନଙ୍କ ସହ ଜଡ଼ିତ ପ୍ରତିଟି କଥାକୁ ନେଇ ଚର୍ଚ୍ଚା ହୋଇଥାଏ।  ସେ କାହାକୁ ଡେ୍ଟ୍ କରୁଛନ୍ତି ବା କେବେ ବିବାହ କର‌ିବେ? ଏହି ପ୍ରଶ୍ନର ସାମ୍ନା ସଲମାନଙ୍କ ସବୁ ସମୟରେ କରିବାକୁ ପଡ଼େ। କିନ୍ତୁ ଏବେ ତାଙ୍କୁ ଭିନ୍ନ ପ୍ରଶ୍ନ ପଚରାଯାଇଥିବା ବେଳେ ତାହାର ସେ ଯେଉଁ ଉତ୍ତର ରଖିଥିଲେ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ନିଜ ଫୋନରେ ସଲମାନ କାହାର ଫଟୋକୁ ବର୍ଦ୍ଧିତ କରି ଦେଖନ୍ତି ବୋଲି ପ୍ରଶ୍ନ କରାଯିବା ପରେ, ସେ ଯେଉଁ ଉତ୍ତର ଦେଇଥିଲେ, ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

publive-image Pinkvilla

ସୂଚନା ମୁତାବକ, ମୁମ୍ବାଇରେ ଆୟୋଜିତ ହୋଇଥିବା ଉମଙ୍ଗ ୨୦୨୦ରେ ପହଞ୍ଚିଥିଲେ ସଲମାନ। ଏହି ସମୟରେ ଇଭେଣ୍ଟର ଉପସ୍ଥାପନା କରୁଥିବା ହାସ୍ୟଅଭିନେତା କପିଲ ଶର୍ମା ସଲମାନଙ୍କୁ ପ୍ରଶ୍ନ କରିଥିଲେ, ସୋସିଆଲ ମିଡିଆରେ ଆପଣଙ୍କର କୋଟି କୋଟି ପ୍ରଶଂସକ ଅଛନ୍ତି। ସେ ମଧ୍ୟରୁ ଅନେକ ମହିଳା ପ୍ରଶଂସକମାନେ ଆପଣଙ୍କୁ ମେସେଜ କରୁଥି‌ବେ ନିଶ୍ଚୟ। କେବେ ‌କାହାର ପ୍ରୋଫାଇଲ ପସନ୍ଦ ଆସିବା ସହ ଆପଣ ସେମାନଙ୍କ ଫଟୋକୁ ବର୍ଦ୍ଧିତ କରି ଦେଖିଛନ୍ତି କି? ଏହାର ଉତ୍ତରରେ ସଲମାନ କହିଥିଲେ କି, ସେଭଳି କାମ ମୁଁ କେବେ କରି ନାହିଁ। କିନ୍ତୁ ମୁଁ କ୍ୟାଟ୍ରିନା କୈଫଙ୍କ ସବୁ ଫଟୋ ବର୍ଦ୍ଧିତ କରି ଦେଖେ। ସଲମାନଙ୍କ ଉତ୍ତର ଶୁଣି ଉପସ୍ଥିତ ଲୋକେ ହସିବାକୁ ଲାଗିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe