jansatta.com
ମୁମ୍ବାଇ : ଲୋକପ୍ରିୟ ଅଭିନେତା ଶେଖର ସୁମନଙ୍କ ସହ ଏକ ଅଜବ ଘଟଣା ଘଟିଛି । ଯାହା ବିଷୟରେ ଟୁଇଟ୍ କରି ଜଣାଇଛନ୍ତି ଶେଖର । ଏକ ଲିମ୍କା ବୋତଲର ଫଟୋ ଟୁଇଟ୍ କରି ପୋକ ବାହାରିଥିବା ନେଇ ଶେଖର ସୂଚନା ଦେଇଛନ୍ତି । ଏହା ସହ କେହି ଲିମ୍କା ପିଅନ୍ତୁ ନାହିଁ ବୋଲି ମଧ୍ୟ ଉପଦେଶ ଦେଇଛନ୍ତି । ଫଟୋ ସେୟାର କରି, ଲିମ୍କା ବୋତଲ ଖୋଲିବା ପରେ ତାହାର ଠିପି ଏବଂ ବୋତଲ ମୁହଁରେ ବହୁତ ପୋକ ଲାଗିଥିବାର ଦେଖିଲି । କେହି ବଜାରରେ ମିଳୁଥିବା ଏହି ମୃଦୁପାନୀୟକୁ ପିଅନ୍ତୁ ନାହିଁ । ଦୟା କରି ଏହାକୁ ସାର୍ବଜନିକ ହିତ ପାଇଁ ରି-ଟୁଇଟ୍ କରନ୍ତୁ ବୋଲି ଲେଖିଥିଲେ ଶେଖର ।
ଶେଖରଙ୍କ ଟୁଇଟ୍ ସାମ୍ନାକୁ ଆସିବା ପରେ ଲିମ୍କା ପକ୍ଷରୁ ଏ ନେଇ ଜବାବ ରଖା ଯାଇଛି । ଆମେ ଏହି ମାମଲାକୁ ନେଇ ତଦନ୍ତ କରିବାକୁ ଚାହୁଁଛୁ । ଦୟା କରି ଆମକୁ ଆପଣଙ୍କ ପୂରା ନାଁ, ଟେଲିଫୋନ, ଇ-ମେଲ ଠିକଣା ଓ ଯେଉଁ ଦେଶରେ ଆପଣ ରହୁଛନ୍ତି ତାହାର ଠିକଣା ପଠାନ୍ତୁ । ଏଭଳି ଘଟଣାକୁ ରିପୋର୍ଟ କରିଥିବାରୁ ଧନ୍ୟବାଦ ବୋଲି ଟୁଇଟ୍ କରିଛି ଲିମ୍କା ।
Follow Us