ଅଭିନେତା ସୁଶାନ୍ତ ରାଜପୁତ ମୃତ୍ୟୁ ମାମଲା : ପଲିଗ୍ରାଫ୍‌ ଟେଷ୍ଟ କରିବ ସିବିଆଇ

Advertisment
ଡ୍ରଗ୍‌ସ ମାମଲାର ତଦନ୍ତ ପାଇଁ ଏନ୍‌ସିବିକୁ ଭେଟିଲା ସିବିଆଇ

News24 Hindi

ଅଭିନେତା ସୁଶାନ୍ତ ରାଜପୁତ ମୃତ୍ୟୁ ମାମଲା ନେଇ ସିବିଆଇ ଜୋର୍‌ଜାର୍‌ ତଦନ୍ତ ଜାରି ରଖିଛି। ସୁଶାନ୍ତଙ୍କ ସହ ଜଡ଼ିତ ଥିବା ଲୋକଙ୍କୁ ବାରମ୍ବାର ଡାକି ପଚାରାଉଚରା ଜାରି ରଖିଛି। ଏହା ପରେ ବି ସିବିଆଇ ସେମାନଙ୍କ ଉତ୍ତରରେ ସନ୍ତୁଷ୍ଟ ନଥିବା ଭଳି ମନେ ହେଉଛି। ଏଣୁ ଖୁବ୍‌ଶୀଘ୍ର ସିବିଆଇ ପଲିଗ୍ରାଫ୍‌ ଟେଷ୍ଟର ସହଯୋଗ ନେବ ବୋଲି ସୂଚନା ମିଳିଛି। ରିୟା ଚକ୍ରବର୍ତୀଙ୍କ ସମେତ ତାଙ୍କ ପରିବାର, ସୁଶା‌ନ୍ତଙ୍କ ବନ୍ଧୁ ସିଦ୍ଧାର୍ଥ ପିଠାନି, ରୋଷେୟା ନିରଜ, ସାମୁଏଲ୍‌ ମିରାଣ୍ଡା ଓ ପୂର୍ବରୁ ସିବିଆଇ ସମନ କରିଥିବା ସମସ୍ତ ବ୍ୟକ୍ତିବିଶେଷଙ୍କ ପଲିଗ୍ରାଫ୍ ଟେଷ୍ଟ କରାଯିବ ବୋଲି ଜଣାପଡ଼ିଛି। ଅନ୍ୟପଟେ ସିବିଆଇ ଶୁକ୍ରବାର ରିୟାଙ୍କୁ ପ୍ରାୟ ୧୦ଘଣ୍ଟା ଧରି ପଚରାଉଚରା କରିଥିଲା। ସେହିପରି ଶନିବାର ମଧ୍ୟ ପୁଣି ଜେରା ପାଇଁ ମୁମ୍ବାଇ ଡିଆରଡିଓ ଗେଷ୍ଟ୍‌ ହାଉସରେ ହାଜର ହୋଇଥିଲେ ରିୟା। ଆଜି ସିବିଆଇ ତାଙ୍କୁ ଡ୍ରଗ୍‌ସ୍‌ କାରବାର ବିଷୟରେ ପଚା‌ରାଉଚରା କରିଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe