ସାଇକେଲ ଚଳାଇ ମତଦାନ କରିବାକୁ ପହଞ୍ଚିଲେ ସାଉଥ ସୁପରଷ୍ଟାର ବିଜୟ, ଭାଇରାଲ ହେଲା ଭିଡିଓ

Advertisment
ସାଇକେଲ ଚଳାଇ ମତଦାନ କରିବାକୁ ପହଞ୍ଚିଲେ ସାଉଥ ସୁପରଷ୍ଟାର ବିଜୟ, ଭାଇରାଲ ହେଲା ଭିଡିଓ

indiatoday

ଚେନ୍ନାଇ: ପୁଣି ଚର୍ଚ୍ଚାରେ ସାଉଥ ସୁପରଷ୍ଟାର ବିଜୟ। ଏଥର କୌଣସି ଫିଲ୍ମକୁ ନେଇ ନୁହେଁ ତାମିଲନାଡୁରେ ଚାଲୁଥିବା ବିଧାନସଭା ନିର୍ବାଚନ ପାଇଁ ସେ ଚର୍ଚ୍ଚାକୁ ଆସିଛନ୍ତି। ଆଜି ତାମିଲନାଡୁରେ ବିଧାନସଭା ନିର୍ବାଚନ ଥିବା ବେଳେ ମତଦାନ ‌ପାଇଁ କୌଣସି ବିଳାସପୂର୍ଣ୍ଣ ଗାଡ଼ି ନନେଇ ସେ ସାଇକେଲରେ ଯାଇଥିବା ଦେଖାଯାଇଛି, ଯାହାର ଏକ ଭିଡିଓ ମଧ୍ୟ ଭାଇରାଲ ହୋଇଛି।

ଭିଡିଓରେ ଦେଖାଯାଇଛି ଯେ, ବିଜୟ ସାଇକେଲ ଚଳାଇ ଯାଉଥିବା ବେଳେ ପଛରେ ତାଙ୍କ ପ୍ରଶଂସକମାନେ ଗାଡ଼ି ଚଳାଇ ଯାଉଛନ୍ତି। ତାଙ୍କ କଡ଼ରେ ଜଣେ ପୁଲିସକର୍ମୀ ଗାଡ଼ି ଚଳାଇ ତାଙ୍କୁ ସୁରକ୍ଷା ଦେଇ ଯାଉଥିବାର ଦେଖାଯାଇଛି। ତେବେ ମତଦାନ କେନ୍ଦ୍ର ପାଖରେ ଥିବାରୁ ଏବଂ ରାସ୍ତାର ଚଉଡ଼ା କମ ଥିବାରୁ ସେ ସାଇକେଲ ଚଳାଇ ଯିବାକୁ ଭାବିଥିଲେ ବୋଲି ଜଣାପଡ଼ିଛି। ତେବେ ବିଜୟଙ୍କ ସମେତ ଅନେକ ସାଉଥ ଷ୍ଟାରଙ୍କୁ ମତଦାନ କରୁଥିବା ଦେଖାଯାଇଛି।

publive-image ndtv

ସାଉଥ ସୁପରଷ୍ଟାର ଅଜିତ ମଧ୍ୟ ନିଜ ପତ୍ନୀଙ୍କ ସହ ଯାଇ ମତଦାନ କରିଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe