ପତ୍ନୀଙ୍କଠାରୁ ମାଡ଼ ଖାଉଥିବା ବେଳେ ଅକ୍ଷୟ କୁମାରଙ୍କ ପରି ଏହି ଅଭିନେତା କ୍ୟାମେରାରେ କଏଦ

Advertisment
ପତ୍ନୀଙ୍କଠାରୁ ମାଡ଼ ଖାଉଥିବା ବେଳେ ଅକ୍ଷୟ କୁମାରଙ୍କ ପରି ଏହି ଅଭିନେତା କ୍ୟାମେରାରେ କଏଦ

ବଲିଉଡରେ ଏମିତି କିଛି ଅଭିନେତା ଅଛନ୍ତି ,ଯେଉଁମାନେ କି କ୍ୟାମେରା ସାମ୍ନାରେ ତଥା ସର୍ବସମ୍ମୁଖରେ ନିଜ ପତ୍ନୀଙ୍କ ହାତରୁ ଚାପୁଡ଼ା ଖାଇଛନ୍ତି। ଏହି ଖବର ଶୁଣିବା ପରେ ହୁଏତ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥାଇପାରେ, ହେଲେ ଏହା ହିଁ ସତ ଅଟେ। ତେବେ ଆସନ୍ତୁ ଜାଣିବା ଏମିତି କିଛି ଅଭିନେତାଙ୍କ ବିଷୟରେ , ଯିଏକି କ୍ୟାମେରା ସମ୍ନାରେ ତଥା ସର୍ବସମ୍ମୁଖରେ ନିଜ ପତ୍ନୀଙ୍କ ହାତରୁ ଚାପୁଡ଼ା ଖାଇଛନ୍ତି।

publive-image

ଅକ୍ଷୟ କୁମାର: ଅକ୍ଷୟ କୁମାରଙ୍କୁ ବଲିଉଡ୍‌ ସବୁଠାରୁ ଅନୁଶାସିତ ଅଭିନେତା ବୋଲି ମଧ୍ୟ କୁହାଯାଇଥାଏ। ଏଥିସହିତ ଅଭିନେତା ଅକ୍ଷୟ କୁମାର ବରିଷ୍ଠ ଅଭିନେତା ରାଜେଶ ଖାନ୍ନାଙ୍କ ଝିଅ ଟ୍‌ିଙ୍କିଲ୍‌ ଖାନ୍ନାଙ୍କୁ ବିବାହ ମଧ୍ୟ କରିସାରିଛନ୍ତି। ତେବେ ଅକ୍ଷୟ କୁମାର ତାଙ୍କର ଅଭିନେତ୍ରୀ ପତ୍ନୀ ଟ୍‌ିଙ୍କିଲ୍‌ ଖାନ୍ନାଙ୍କ ଠାରୁ ଏକ ହୋଟେଲ୍ର ଲବିରେ ଚାପୁଡ଼ା ଖାଇଥିଲେ। ଏହା ସେ ସମୟରେ ସବୁଠୁଁ ଚର୍ଚ୍ଚାର ବିଷୟ ହୋଇଥିଲା।

publive-image

କରଣ ସିଂହ ଗ୍ରୋଭର୍‌: ଅଭିନେତା କରଣ ସିଂହ ଗ୍ରୋଭର ହୁଏତ ଏବେ ଅଭିନେତ୍ରୀ ବିପାଶା ବସୁଙ୍କର ପତି ,ହେଲେ ଏହା ହେଉଛି କରଣଙ୍କର ତୃତୀୟ ବିବାହ। ଅଭିନେତା କରଣ ସିଂହ ଗ୍ରୋଭର ତାଙ୍କର ପୂର୍ବ ପତ୍ନୀ ତଥା ଟିଭି ଅଭିନେତ୍ରୀ ଜେନିଫର ଓ୍‌ିଂଗେଟ୍‌ଙ୍କଠାରୁ କ୍ୟାମେରା ସାମ୍ନାରେ ତଥା ସର୍ବ ସମ୍ମୁଖରେ ଚାପୁଡ଼ା ଖାଇଥିଲେ।

publive-image

ଇମ୍ରାନ୍‌ ହାସ୍ମୀ: ସାଧାରଣଥଃ ଅଭିନେତା ଇମ୍ରାନ୍‌ ହାସ୍ମୀ ବଲିଉଡରେ ସିରିଅଲ୍‌ କିସର୍‌ ରୂପେ ବେଶ୍‌ ଜଣାଶୁଣା। ଯିଏକି ନିଜର କ୍ୟାରିଅ ଆରମ୍ଭରୁ ଫିଲ୍ମ ମଧ୍ୟରେ ବୋଲ୍‌ଡନେର ସସସ୍ତ ସୀମାକୁ ପାର କରିଦେଇଥିଲେ। ତେବେ ଅଭିନେତା ଇମ୍ରାନ୍‌ ଏବେ ବିବାହିତ ଅଛନ୍ତି ଓ ଫିଲ୍ମରେ ନିଜର କମ୍‌ ବୋଲ୍‌ଡ ସିନ୍‌ ଦେଉଛନ୍ତି। ହେଲେ ଇମ୍ରାନ୍‌ ଏହାକୁ ସ୍ୱୀକାର କରିଛନ୍ତି ଯେ ସେ ଏକଦା ତାଙ୍କ ପତ୍ନୀଙ୍କ ହାତରୁ ସର୍ବ ସମ୍ମୁଖରେ ଚାପୁଡ଼ା ଖାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe