ଅବିକଳ ଆଲିଆଙ୍କ ଭଳି ଦିଶୁଛନ୍ତି ଏହି ଯୁବତୀ, ଡାଇଲକ ବି କହୁଛନ୍ତି ସେମିତି

Advertisment
ଅବିକଳ ଆଲିଆଙ୍କ ଭଳି ଦିଶୁଛନ୍ତି ଏହି ଯୁବତୀ, ଡାଇଲକ ବି କହୁଛନ୍ତି ସେମିତି

ମୁମ୍ବାଇ: କିଛିଦିନ ତଳେ ଅନୁଷ୍କା ଶର୍ମାଙ୍କ ଚେହେରା ଜଣେ ଆମେରିକୀୟ ଗାୟିକାଙ୍କ ଚେହେରା ସହିତ ଖାପଖାଉଥିଲା ବୋଲି ଦେଖିବାକୁ ମିଳିଥିଲା। ଏହି ଆମେରିକୀୟ ଗାୟିକାଙ୍କ ନାମ ଜୁଲିୟା ମେଇକଲ୍‌ସ ବୋଲି ଜଣାପଡ଼ିଥିଲା। ଜୁଲିୟା ମେଇକଲ୍‌ସଙ୍କ ଏହି ଫଟୋ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ ହେବାରେ ଲାଗିଥିଲା। ଏହି କ୍ରମରେ ଆଲିୟାଙ୍କ ଭଳି ଅବିକଳ ଦେଖା ଯାଉଥିବା ଆଉ ଜଣେ ଯୁବତୀଙ୍କ ଫଟୋ ଏବେ ସୋସିଆଲ ମିଡିଆରେ ଜୋର୍‌ଦାର ଭାଇରାଲ ହୋଇଛି।

ଭାଇରାଲ ହୋଇଥିବା ଫଟୋ ଓ ଭିଡିଓରେ ଦେଖିବାକୁ ମିଳିଛି କି, ‘ଗଲି ବୟ’ରେ ଆଲିୟା ଯେମିତି ଦିଶୁ ଥିଲେ, ଉକ୍ତ ଯୁବତୀ ଜଣକ ସେପରି ନଜର ଆସୁଛନ୍ତି । ଆଉ ଏହି ଭିଡିଓ ଦେଖି କିଛି ତାଙ୍କୁ ଆଲିୟା କହୁଥିବାବେଳେ ଆଉ କିଛି ଲୋକେ ଆଲିୟାଙ୍କ ସାନଭଉଣୀ କହୁଛନ୍ତି । ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଉଛି, ଉକ୍ତ ଯୁବତୀ ଜଣକ ଭିଡିଓରେ ଫିଲ୍ମ ‘ଗଲି ବୟ’ରେ ଆଲିୟାଙ୍କ ଡାଇଲଗ କହୁଥିବା ଶୁଣିବାକୁ ମିଳିଛି। ଏହି ଯୁବତୀଙ୍କ ନାମ ହେଲା ସନାୟା ଓ ସେ ଉତ୍ତରାଖଣ୍ଡବାସୀ ବୋଲି ତାଙ୍କ ସୋସିଆଲ ମିଡିଆରେ ପ୍ରକାଶ ପାଇଛି।

View this post on Instagram

#gullyboy #aliabhatt #aliabhattfans #ranveersingh

A post shared by sanayaashu (@ashu0876962) on

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe