ବର୍ଷାରାଣୀ ଆଲିଶା

ବର୍ଷାରାଣୀ ଆଲିଶା

ମଡେଲିଂରୁ ଗ୍ଲାମର ଜଗତକୁ ପାଦ ବଢ଼େଇଥିବା ଆଲିଶା ବ୍ରହ୍ମା ଏହା ଭିତରେ କିଛି ସିନେମା ଓ ଆଲବମ୍ ଗୀତଦୃଶ୍ୟର ନାୟିକା ସାଜିଛନ୍ତି। ଚଳଚ୍ଚିତ୍ର ‘ଲାଗେ ମୋତେ କେମିତି କେମିତି’ରେ ଆଲିଶା ଦୁଷ୍ମନ୍ତଙ୍କ ବିପକ୍ଷର ନାୟିକା ସାଜିଥିଲେ। ଏହା ବ୍ୟତୀତ ‘ବର୍ଷାରାଣୀ’, ‘ଯୋଗୀ ଆଜି ତୋ ପ୍ରେମରେ’ ଆଦି ଆଲବମ୍ ଗୀତରେ ସେ ନାୟିକା ସାଜିଛନ୍ତି। ‘ବର୍ଷାରାଣୀ’ ଗୀତଦୃଶ୍ୟ ଦେଖିବା ପରେ ଆଲିଶା ସିନେ ନିର୍ଦ୍ଦେଶକଙ୍କ ନଜରକୁ ଆସିଥିଲେ।

ବାଲେଶ୍ବରର ରଘୁନାଥ ବ୍ରହ୍ମା ଓ ବୈଜୟନ୍ତୀ ବ୍ରହ୍ମାଙ୍କ ଝିଅ ଆଲିଶା ଏବେ ବଡ଼ ଓ ଛୋଟ ପରଦାରେ ଅଭିନୟ କରି ଦର୍ଶକଙ୍କ ଦୃଷ୍ଟିଆକର୍ଷଣ କରୁଛନ୍ତି। ନିକଟରେ ତାଙ୍କୁ ଆଉ କିଛି ଅଫର୍ ମିଳିଛି ମାତ୍ର ନୂଆ ଚଳଚ୍ଚିତ୍ରଗୁଡ଼ିକର ଟାଇଟଲ୍ ଘୋଷଣା କରାଯାଇନାହିଁ। ମଡେଲିଂ ଓ ଅଭିନୟ ସହିତ ଆଲିଶା ମଧ୍ୟ ପାଠପଢ଼ାରୁ ବିରତି ନେଇନାହାଁନ୍ତି। ସେ ଏବେ ଫକୀରମୋହନ ବିଶ୍ବବିଦ୍ୟାଳୟରେ ବି.ସି.ଏ କରୁଛନ୍ତି। ଅଭିନୟର ନିଶା ଥିଲେ ମଧ୍ୟ ଆଲିଶା ଭାରି ଚୁଜି। ସିନେମାରେ କାହାଣୀ ଓ କଳାକାରଙ୍କ ସମ୍ପର୍କରେ ଭଲକରି ଜାଣିବା ପରେ ସେ ଅଭିନୟ କରିବାକୁ ପାଦ ବଢ଼ାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe