ଏ ବଲିଉଡ୍‌ ଅଭିନେତ୍ରୀମାନେ ଗର୍ଭାବସ୍ଥାରେ ବି ସୁଟିଂ କାର୍ଯ୍ୟ ଶେଷ କରିଥିଲେ

Advertisment
ଏ ବଲିଉଡ୍‌ ଅଭିନେତ୍ରୀମାନେ ଗର୍ଭାବସ୍ଥାରେ ବି ସୁଟିଂ କାର୍ଯ୍ୟ ଶେଷ କରିଥିଲେ

India TV

ସାଧାରଣତଃ ଡାକ୍ତରମାନେ ଗର୍ଭବତୀ ମହିଳାଙ୍କୁ ଆରାମ କରିବାକୁ କହିଥାଆନ୍ତି। ଏହା ଦ୍ୱାରା ମହିଳାଙ୍କ ସାଂଗକୁ ତାଙ୍କର ହେବାକୁ ଥିବା ଶିଶୁକୁ ମଧ୍ୟ ଫାଇଦା ମିଳିଥାଏ । ହେଲେ ଆଜି ଆମେ ଆପଣଙ୍କୁ ବଲିଉଡ୍‌ର ଏପରି କିଛି ଆକ୍‌ଟ୍ରେସ୍‌ଙ୍କ ବିଷୟରେ କହିବୁ, ଯେଉଁମାନେ ଗର୍ଭବତୀ ଥାଇ ବି ଫିଲ୍ମର ସୁଟିଂ କାର୍ଯ୍ୟକୁ ଶେଷ କରିଛନ୍ତି।

କରୀନା କପୁର ଖାନ୍‌: ବଲିଉଡର ବେବୋ ତଥା ଅଭିନେତ୍ରୀ କରୀନା କପୁର ଖାନ୍‌ ବଲିଉଡର ଛୋଟେ ନବାବ୍‌ ତଥା ଅଭିନେତା ସୈଫ୍‌ ଅଲ୍ଲୀ ଖାନ୍‌ଙ୍କୁ ବିବାହ କରିଥିବା ବେଳେ ଗତ ବର୍ଷ କରୀନାଙ୍କ ଅଭିନୀତ ଫିଲ୍ମ ‘ବୀରେ ଦି େଓ୍ଵଡିଙ୍ଗ୍‌’ର ରିଲିଜ୍‌ ହୋଇଥିଲା। ତେବେ ଆପଣଙ୍କ ସୂଚନା ପାଇଁ ଜଣାଉଅଛୁ କି ,କରୀନା ଯେତେବେଳେ ଏହି ଫିଲ୍ମର ସୁଟିଂ ଆରମ୍ଭ କରିଥିଲେ,ସେତେବେଳେ ସେ ଗର୍ଭବତୀ ଥିବାର ଜାଣିବାକୁ ପାଇଥିଲେ। ହେଲେ ବେବୋ ତାଙ୍କର ଏହି ପ୍ରେଗ୍ନେନ୍ସି ସମୟରେ ବି ଫିଲ୍ମର କିଛି ଅଂଶକୁ ସୁଟିଂ କରି,ପୁଣିଥରେ ସେ ଏହାର ସୁଟିଂ କାର୍ଯ୍ୟକୁ ତୈମୁର୍‌ର ଜନ୍ମ ହେବାପରେ ହିଁ ସଂପୂର୍ଣ୍ଣ କରିଥିଲେ।

publive-image NDTV.com

କାଜୋଲ୍‌: ବଲିଉଡର ହସକୁରୀ ଅଭିନେତ୍ରୀ କାଜୋଲ୍‌ ମଧ୍ୟ ଏହି କ୍ରମରେ ସାମିଲ ୍‌। ତେବେ ଅଭିନେତ୍ରୀ କାଜୋଲ୍‌ ଅଭିନେତା ଅଜୟ ଦେବଗନ୍‌ଙ୍କୁ ବିବାହ କରିଛନ୍ତି। ଏଥିସହିତ ଅଭିନେତ୍ରୀ କାଜୋଲ ଗର୍ଭଧାରଣ କରିଥିବା ସମୟରେ ଫିଲ୍ମ ‘ଉଇ ଆର୍‌ ଫ୍ୟାମଲି’ର ସୁଟିଂ କରିବା ସହିତ ଏହାର ପ୍ରମୋସନ୍‌ ମଧ୍ୟ କରିଥିଲେ।

publive-image The Indian Express

ଜୟା ବଚ୍ଚନ: ବଲିଉଡର ବରିଷ୍ଠ ଅଭିନେତ୍ରୀ ତଥା ବିଗ୍‌ ବି ଅମିତାଭ ବଚ୍ଚନଙ୍କ ଧର୍ମପତ୍ନୀ ଜୟା ବଚ୍ଚନଙ୍କୁ କିଏ ବା ନ ଜାଣେ!ତେବେ ଅଭିନେତ୍ରୀ ଜୟା ଯେତେବଳେ ଫିଲ୍ମ ‘ଶୋଲେ’ର ସୁଟିଂ କରୁଥିଲେ,ସେତେବେଳେ ସେ ମା’ ହେବାକୁ ଯାଉଛନ୍ତି ବୋଲି ଜାଣିବାକୁ ପାଇଲେ। ତଥାପି ଜୟା ତାଙ୍କ ସୁଟିଂ କାର୍ଯ୍ୟକ୍ରମରେ ବ୍ରେକ୍‌ ନ ଲଗାଇ ନିଜର ଅଭିନୟକୁ ଭଲଭାବେ ତୁଲାଇଥିଲେ।

publive-image DNA India

ଶ୍ରୀଦେବୀ: ବଲିଉଡର ଦିବଂଗତ ଅଭିନେତ୍ରୀ ଶ୍ରୀଦେବୀ ‘ଜୁଦାଇ’ଫିଲ୍ମ ର ସୁଟିଂ ସମୟରେ ଜାଣିବାକୁ ପାଇଥିଲେ କି ସେ ଗର୍ଭବତୀ ଅଛନ୍ତି। ତଥାପି ମଧ୍ୟ ସେ ଏହାର ସୁଟିଂ କାର୍ଯ୍ୟ ସୁରୁଖୁରୁରେ ଶେଷ କରିଥିଲେ। ତେବେ ଆପଣଙ୍କ ସୂଚନା ପାଇଁ ଜଣାଉଛୁ କି ଏହି ଫିଲ୍ମର ରିଲିଜ୍‌ ପରେ ହିଁ ଅଭିନେତ୍ରୀ ଜାହ୍ନବୀ କପୁରଙ୍କ ଜନ୍ମ ହୋଇଥିଲା।

publive-image SBS

ଜୁହି ଚାଓ୍ଵଲା: ବଲିଉଡ ଅଭିନେତ୍ରୀ ଜୁହି ଚାଓ୍ଵଲା ଫିଲ୍ମ ‘ଆମଦନୀ ଅଠାନୀ ଖର୍ଚ୍ଚା ରୁପୈୟା କି’ସୁଟିଂ ସମୟରେ ହିଁ ଗର୍ଭବତୀ ରହିଥିଲେ। ହେଲେ ସେ ଫିଲ୍ମର ସୁଟିଂ କରିବା ଛାଡି ନ ଥିଲେ। ବରଂ ଜୁହି ଏହାର ସୁଟିଂ କାର୍ଯ୍ୟକୁ ଶେଷ କରିଥିଲେ। ଆପଣଙ୍କ ସୂଚନା ପାଇଁ ଜଣାଉଅଛୁ କି ଅଭିନେତ୍ରୀ ଜୁହି ବି ଫିଲ୍ମ ‘ଇନ୍‌କାର ବିଟ୍‌ସ’ର ସୁଟିଂ ସମୟରେ ପ୍ରେଗ୍ନେଣ୍ଟ୍‌ ରହିଥିଲେ। ହେଲେ ସେ ଏହାର ସୁଟିଂ କାର୍ଯ୍ୟକୁ ସଂପୂର୍ଣ୍ଣ କରିବାକୁ ଉଚିତ୍‌ ମଣିଥିଲେ।

publive-image The Indian Express

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe