‘ମହା’ ଅର୍ଦ୍ଧ ଶତକ ଅପେକ୍ଷାରେ ଅଭିନେତ୍ରୀ ହଂସିକା ମୋତଓ୍ୱାନୀ

Advertisment
‘ମହା’ ଅର୍ଦ୍ଧ ଶତକ ଅପେକ୍ଷାରେ ଅଭିନେତ୍ରୀ ହଂସିକା ମୋତଓ୍ୱାନୀ

wallpaperaccess.com

ଏକ ଦଶନ୍ଧିରୁ ଅଧିକ ସମୟ ହେଲା କଲିଉଡ୍ ଚଳଚ୍ଚିତ୍ର ଶିଳ୍ପରେ ସକ୍ରିୟ ଥିବା ଅଭିନେତ୍ରୀ ହଂସିକା ମୋତଓ୍ୱାନୀ ନିଜ ଅଭିନୟ କ୍ୟାରିୟର୍‌ରେ ଏକ ନୂଆ ଉପଲବ୍ଧି ହାସଲ କରିବାକୁ ଯାଉଛନ୍ତି। ଆସନ୍ତା ଏପ୍ରିଲ୍‌ ୨୮ରେ ତାଙ୍କର ୫୦ତମ ଚଳଚ୍ଚିତ୍ର ‘ମହା’ ମୁକ୍ତିଲାଭ କରିବାକୁ ଯାଉଛି। ପ୍ରକୃତରେ ଏହି ରୋମାଞ୍ଚଧର୍ମୀ ଚଳଚ୍ଚିତ୍ରଟି ବହୁ ପୂର୍ବରୁ ରିଲିଜ୍ ହେବାର ଥିଲା। କିନ୍ତୁ ଚଳଚ୍ଚିତ୍ର ନିର୍ମାତା ଟିମ୍‌ର ଆଭ୍ୟନ୍ତରୀଣ ସମସ୍ୟା ଯୋଗୁଁ ମୁକ୍ତିଲାଭ ତାରିଖ ବିଳମ୍ବିତ ହୋଇଥିଲା। ତେବେ ଶେଷରେ ଏହା ବଡ଼ ପରଦାରେ ଲୋକଲୋଚନକୁ ଆସିବା ଲାଗି ପ୍ରସ୍ତୁତ ହୋଇଥିବାରୁ ହଂସିକାଙ୍କ ପ୍ରଶଂସକଙ୍କ ଉତ୍କଣ୍ଠା ବୃଦ୍ଧି ପାଇଛି।

publive-image teahub.io

ପଚାଶତମ ଚଳଚ୍ଚିତ୍ର ନେଇ ହଂସିକା ମଧ୍ୟ ଅତ୍ୟନ୍ତ ଉତ୍ସାହିତ। ଏହି ତାମିଲ ଚଳଚ୍ଚିତ୍ରରେ ହଂସିକା ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ତାଙ୍କ ବିପକ୍ଷରେ ତାମିଲ ସୁପର୍‌ଷ୍ଟାର୍ ସିମ୍ବୁ ଦେଖାଦେବେ। ଏହା ୟୁଆର୍‌ ଜାମିଲଙ୍କର ନିର୍ଦେଶିତ ପ୍ରଥମ ଚଳଚ୍ଚିତ୍ର। ହଂସିକା ଏକ ଶିଶୁ କଳାକାର ଭାବେ ଅଭିନୟ ଜଗତରେ ପାଦ ଦେଇଥିଲେ। ୨୦୧୧ ମସିହାର ଆକ୍ସନ୍-କମେଡି ସିନେମା ‘ମାପ୍ପିଲାଇ’ ଜରିଆରେ ତାମିଲ ସିନେମା ଶିଳ୍ପରେ ପ୍ରବେଶ କରିବା ପରେ ଅଳ୍ପ ସମୟରେ କଲିଉଡ୍‌ର ଅଗ୍ରଣୀ ଅଭିନେତ୍ରୀ ହୋଇ ପାରିଥିଲେ। ଏକ ମାଲୟାଲମ ଚଳଚ୍ଚିତ୍ର- ‘ଭିଲେନ୍’ରେ ମଧ୍ୟ ସେ ନିଜ ଅଭିନୟର ଜାଦୁ ଦେଖାଇଥିଲେ। ତେବେ ସଂପ୍ରତି ସେ ତାଙ୍କର ୫୫ତମ ଚଳଚ୍ଚିତ୍ର ସୁଟିଂରେ ବ୍ୟସ୍ତ ଅଛନ୍ତି। ତା ସହିତ ତେଲୁଗୁ ୱେବ୍ ଧାରାବାହିକ ‘ନଶା’ ପାଇଁ ସମୟ ଦେଉଛନ୍ତି। ଆଗକୁ ତାଙ୍କର ‘୧୦୫ ମିନିଟ’ ଓ ‘ମାଇଁ ନେମ୍ ଇଜ୍ ସ୍ମୃତି’ ଚଳଚ୍ଚିତ୍ର ମୁକ୍ତିଲାଭ କରିବାର ଅଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe