oneindia.com
ମୁମ୍ବାଇ: ଅଭିନେତ୍ରୀ କଙ୍ଗନା ରାଣାଓ୍ଵତ ଓ ନିର୍ଦ୍ଦେଶକ କରଣ ଜୋହରଙ୍କୁ ଦୃଷ୍ଟିକୁ ନେଲେ ସେ ଦୁହିଁଙ୍କ ଭିତରେ ଏକ ତିକ୍ତ ସଂପର୍କ ରହିଛି ବୋଲି ଦେଖିବାକୁ ମିଳେ। କାରଣ ହେଉଛି ଥରେ କଙ୍ଗନା କରଣଙ୍କ ଚାଟ୍ ସୋ’ ‘କଫି ଉଇଥ୍ କରଣ’କୁ ଆସି କରଣ ପ୍ରିୟାପ୍ରୀତିତୋଷଣ କରୁଥିବା କହି ସମାଲୋଚନା କରିଥିଲେ। ଏହା ସହ କହିଥିଲେ କି କରଣ ଇଣ୍ଡଷ୍ଟ୍ରି ବାହାରେ ଜଣେ ଅସହିଷ୍ଣୁ ବ୍ୟକ୍ତି। କିନ୍ତୁ ଏବେ ଦୁହିଁଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯିବା ପରେ କରଣଙ୍କ ଉପରେ ଥିବା ସବୁ ରାଗକୁ କଙ୍ଗନା ଭୁଲି ସାରିଥିବା ମନେ ହେଉଛି।
କରଣଙ୍କୁ ପଦ୍ମଶ୍ରୀ ସମ୍ମାନ ମିଳିଥିବା ଜାଣି କଙ୍ଗନା ଯେଉଁ ପ୍ରତିକ୍ରିୟା ରଖିଛନ୍ତି, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସାକ୍ଷାତକାରରେ କଙ୍ଗନାଙ୍କୁ ଏ ନେଇ ପଚରାଯିବା ପରେ ସେ କହିଥିଲେ, କରଣ ଜୋହର ଏହି ସମ୍ମାନ ପାଇବାକୁ ଯୋଗ୍ୟ। କରଣ ନିଜ ଚେଷ୍ଟାରେ ଆଜି ସଫଳ ହୋଇପାରିଛନ୍ତି। ଏ ନେଇ ତାଙ୍କୁ ପଦ୍ମଶ୍ରୀ ସମ୍ମାନ ମିଳିବା ଦରକାର। ସେ ସତରେ ଜଣେ ଭଲ ନିର୍ଦ୍ଦେଶକ। ସେ ବହୁତ ଭଲ ଭଲ ଫିଲ୍ମ ଆମ ଇଣ୍ଡଷ୍ଟ୍ରିକୁ ଦେଇଛନ୍ତି।
oneindia.comକଙ୍ଗନାଙ୍କ କରଣଙ୍କୁ ନେଇ ଏଭଳି ପ୍ରତିକ୍ରିୟା ଦେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ପୂର୍ବରୁ ତାଙ୍କୁ ନେଇ ଅନେକ ବିବାଦୀୟ ମନ୍ତବ୍ୟ ଦେଇ ସାରିଥିବା କଙ୍ଗନା ଏବେ ତାଙ୍କର ଏଭଳି ପ୍ରଶଂସା କରିବା ଖବରକୁ ଲୋକମାନେ ସହଜରେ ବିଶ୍ବାସ କରିପାରୁ ନାହାନ୍ତି।
Follow Us