କଙ୍ଗନା ରାଣାୱତ ଏବେ ଛୋଟ ପରଦାରେ

କଙ୍ଗନାଙ୍କୁ କଳାପତାକା

ବଡ଼ ପରଦାରେ ଅନେକ ଚର୍ଚ୍ଚିତ ଚଳଚ୍ଚିତ୍ରର ନାୟିକା ସାଜିଥିବା ଅଭିନେତ୍ରୀ କଙ୍ଗନା ରାଣାୱତ ଏବେ ଛୋଟ ପରଦାରେ ପ୍ରବେଶ କରିଛନ୍ତି। ଛୋଟ ପରଦାରେ ପ୍ରସାରିତ ହେଉଥିବା ରିୟାଲିଟି ‌ସୋ’ ‘ଲକ୍ ଅପ୍’ର ଉପସ୍ଥାପିକା ସାଜିଛନ୍ତି କଙ୍ଗନା। ଏହାର ଟ୍ୟାଗ୍‌ଲାଇନ୍ ରହିଛି ‘ବଦମାସ୍ ଜେଲ୍ ଅତ୍ୟାଚାରୀ ଖେଲ୍’। ସବୁଠୁ ମଜାଦାର କଥା ହେଉଛି ‘ବିଗ୍ ବସ୍’ ସିଜିନ୍-୧୫ରେ ଭାଗ ନେଇଥିବା କରନ୍ କୁନ୍ଦ୍ରା କଙ୍ଗନାଙ୍କ ଏହି ସୋ’ରେ ଜଣେ ଜେଲର୍ ଭୂମିକାରେ ଅବତୀର୍ଣ୍ଣ ହେଇଛନ୍ତି। କରନ୍ ମଧ୍ୟ ଅପରପକ୍ଷରେ ଘୋଷଣା କରିଛନ୍ତି ‘ଶରାଫତ୍ କିସ୍ ଚିଡିୟା କା ନାମ ହୈ, ଲଗତା ହୈ ୟେ ସବ ଭୁଲ ଗୟେ ହେଁ, ୟାଦ ଦିଲାନେ କା ୱକ୍‌ତ ଆ ଗୟା ହୈ’। କରନ୍ ଏହା କହିବାକୁ ଚାହିଛନ୍ତି ଯେ ଯେଉଁ ଲୋକମାନେ ତାଙ୍କୁ ଏଭଳି ଆରୋପ କରୁଛନ୍ତି ସମ୍ଭବତଃ ସେମାନଙ୍କର ସାମାନ୍ୟ ସମ୍ମାନ ଓ ସୌଜନ୍ୟବୋଧ ନାହିଁ। ସେମାନଙ୍କୁ ଏହା ହେଉଛି ମନେ ପକେଇଦେବାର ଯଥାର୍ଥ ସମୟ।’

କରନ୍ କହିଛନ୍ତି ‘ମୁଁ ଏବେ ସେ ସମସ୍ତଙ୍କୁ ବାଟକୁ ଆଣିବା ପାଇଁ କୁଇନ୍‌ଙ୍କ ବଦମାସ ଜେଲ୍ ଭିତରକୁ ଆସୁଛି। ଏବେ ଅସଲି ଅତ୍ୟାଚାରୀଙ୍କ ଖେଳ ଆରମ୍ଭ ହେବ’। ଏଇ ସୋ’ରେ କରଣବୀର ଭୋରା ମଧ୍ୟ ଚୋରି କେସ୍‌ରେ ଅଭିଯୁକ୍ତ ହେଇ ବେଶ୍ ଚର୍ଚ୍ଚାକୁ ଆସିବେ। ସୋ’କୁ ମଧ୍ୟ ପାୟଲ୍ ରୋହତଗୀ ଆସୁଥିବାରୁ ତାଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି। ଏପାଖେ ବବିତା ଫୋଗଟ୍ ବି ସୋ’ରେ ‘ଅସଲି ଦଙ୍ଗଲ୍’ ଦେଖାଇବାର ଯୋଜନା ରହିଛି। ସୋ’ରେ ‘ଜୟେଶ ଭାଇ ଜୋରଦାର’ ମଧ୍ୟ ତାଙ୍କ ପ୍ରମୋସନ୍‌ରେ ଆସିବେ ବୋଲି ଶୁଣାଯାଉଛି। ୧୫ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିବା ଏଇ ସୋ’ରେ ନିଶା ରାୱଲ୍‌, ପୁନମ୍‌ ପାଣ୍ଡେ, କରଣବୀର ଭୋରା, ଚକ୍ରପାଣି, ସିଦ୍ଧାର୍ଥ ଶର୍ମା, ଅଞ୍ଜଳି ଆରୋରା, ବବିତା ଫୋଗଟ୍, ଶିବମ୍ ଶର୍ମା, ସାରା ଖାନ୍, ପାୟଲ୍ ରୋହତୋଗୀ, ତହସିନ୍‌ ପୁନାୱାଲା, ସାୟଶା ସିନ୍ଦେ ପ୍ରମୁଖ ସେଲିବ୍ରିଟିମାନେ ଭାଗ ନେଇଛନ୍ତି। ମୁକ୍ତିଲାଭ କରିସାରିଥିଲେ ବି ଚଳଚ୍ଚିତ୍ର ‘ଗଙ୍ଗୁବାଈ କାଠିଆୱାଡ଼ି’ ଟିମ୍ ଆଉ ଥରେ ଉକ୍ତ ସୋ’ରେ ପ୍ରମୋସନ୍ ପାଇଁ ପହଞ୍ଚିବ ବୋଲି ଶୁଣାଯାଉଛି। ଏମ୍‌ଏକ୍ସ ପ୍ଲେୟାର୍‌ ଓ ଅଲ୍‌ଟ ବାଲାଜୀର ମିଳିତ ନିବେଦନରେ ପ୍ରସ୍ତୁତ ହେଇଥିବା ‘ଲକ୍ ଅପ୍’ ମାତ୍ର ୪୮ ଘଣ୍ଟା ଭିତରେ ଦେଢ଼ କୋଟି ଦର୍ଶକଙ୍କ ସମର୍ଥନ ପାଇଲାଣି ବୋଲି କଙ୍ଗନା ନିଜେ ଏକ ପ୍ରେସ୍ ବିଜ୍ଞପ୍ତି ଜରିଆରେ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe