କଙ୍ଗନାଙ୍କ ପ୍ରତିକ୍ରିୟା; ଯେଉଁମାନେ ଚାଷୀ ଆନ୍ଦୋଳନକୁ ସମର୍ଥନ କରୁଛନ୍ତି ସେମାନଙ୍କୁ ଜେଲରେ ଭର୍ତ୍ତି କର

କଙ୍ଗନାଙ୍କ ପ୍ରତିକ୍ରିୟା; ଯେଉଁମାନେ ଚାଷୀ ଆନ୍ଦୋଳନକୁ ସମର୍ଥନ କରୁଛନ୍ତି ସେମାନଙ୍କୁ ଜେଲରେ ଭର୍ତ୍ତି କର

aajtak

ନୂଆଦିଲ୍ଲୀ: ଦିଲ୍ଲୀ ପୁଲିସ ଏବଂ ଚାଷୀଙ୍କ ମଧ୍ୟରେ ଚାଲିଥିବା ସଂଘର୍ଷକୁ ନେଇ ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ କ୍ରମାଗତ ଭାବରେ ପ୍ରତିକ୍ରିୟା ରଖୁଛନ୍ତି। ପ୍ରଥମେ ସେ ପଞ୍ଜାବୀ କଣ୍ଠଶିଳ୍ପୀ ଦିଲଜିତ ଦୋସାଞ୍ଜଙ୍କୁ ଟାର୍ଗେଟ କରିଥିବା ବେଳେ ଏବେ ସେ ସୋସିଆଲ ମିଡିଆରେ ଟ୍ୱିଟ୍ କରି ଆନ୍ଦୋଳନରତ ଚାଷୀଙ୍କୁ ଟାର୍ଗେଟ କରିଛନ୍ତି।

କଙ୍ଗନା ଏକ ଭିଡିଓ ଜାରି କରି କହିଛନ୍ତି ଯେ, ଗଣତନ୍ତ୍ର ଦିବସରେ ଲାଲ୍କିଲ୍ଲା ଉପରେ କିପରି ଆକ୍ରମଣ କରାଯାଇପାରିଲା। ଯେଉଁମାନେ ଏହି କୃଷକ ଆନ୍ଦୋଳନକୁ ସମର୍ଥନ କରୁଛନ୍ତି ସେମାନଙ୍କୁ ଜେଲରେ ରଖାଯାଉ। ଭିଡିଓ କ୍ୟାପସନରେ ଲେଖାଯାଇଛି ଯେ, ପ୍ରାୟ ପ୍ରତି ମାସରେ ମୁଁ ଦଙ୍ଗା ଏବଂ ରକ୍ତପାତ ଖବର ଶୁଣି ବିରକ୍ତ ହୋଇଗଲାଣି। ଦିଲ୍ଲୀ, ବେଙ୍ଗାଲୁରୁ ଏବଂ ଏବେ ପୁଣିଥରେ ଦିଲ୍ଲୀ।

ଭିଡିଓରେ କଙ୍ଗନା କହିଛନ୍ତି ଯେ, ଗଣତନ୍ତ୍ର ଦିବସରେ କିପରି ଲାଲକିଲ୍ଲା ଉପରେ ଆକ୍ରମଣ କରାଗଲା। ସେଠାରେ ଖାଲିସ୍ତାନର ପତାକା ଉତ୍ତୋଳନ କରାଗଲା, ତାହା ସମସ୍ତେ ଦେଖିଛନ୍ତି। ଚଳିତ ବର୍ଷର ଗଣତନ୍ତ୍ର ଦିବସ, ଆମେ କରୋନା ଟିକା ଆସିବା ଏବଂ କରୋନା ଯୁଦ୍ଧରେ ଆମକୁ ମିଳିଥିବା ସଫଳତାକୁ ନେଇ ପାଳନ କରିପାରିଥାନ୍ତେ। କିନ୍ତୁ ସେଭଳି କିଛି ହେଲାନାହିଁ। ଯେଉଁମାନେ ନିଜକୁ ଚାଷୀ ବୋଲି ଦିଲ୍ଲୀରେ ଆନ୍ଦୋଳନ କରୁଛନ୍ତି, ସେମାନେ ପ୍ରକୃତରେ ଆତଙ୍କବାଦୀ। ଯେଉଁମାନେ ଏହାକୁ ସମର୍ଥନ କରୁଛନ୍ତି, ସେମାନଙ୍କୁ ଜେଲରେ ଭର୍ତ୍ତି କରିଦେବା ଦରକାର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe