ବିବାହରେ ୭୦ଲକ୍ଷର ‌ଲେହେଙ୍ଗା ପିନ୍ଧିଥିଲେ ସୋନମ, ଜାଣନ୍ତୁ ଦୀପିକା-କଟ୍ରିନାଙ୍କ ସମେତ ଏହି ଅଭିନେତ୍ରୀଙ୍କ ଲେହେଙ୍ଗାର ମୂଲ୍ୟ

Advertisment
ବିବାହରେ ୭୦ଲକ୍ଷର ‌ଲେହେଙ୍ଗା ପିନ୍ଧିଥିଲେ ସୋନମ, ଜାଣନ୍ତୁ ଦୀପିକା-କଟ୍ରିନାଙ୍କ ସମେତ ଏହି ଅଭିନେତ୍ରୀଙ୍କ ଲେହେଙ୍ଗାର ମୂଲ୍ୟ

ମୁମ୍ବାଇ: ବିବାହ ହେଉଛି ମହିଳାଙ୍କ ଜୀବନର ସବୁଠାରୁ ସ୍ମରଣୀୟ ମୂହୁର୍ତ୍ତ ମଧ୍ୟରୁ ଗୋଟିଏ ଏବଂ ଏହି ଦିନରେ ପିନ୍ଧା ଯାଉଥିବା ପୋଷାକ ସେହି ମୁହୂର୍ତ୍ତଗୁଡ଼ିକର ସୌନ୍ଦର୍ଯ୍ୟକୁ ବଢ଼ାଇଥାଏ। ପ୍ରତ୍ୟେକ ମହିଳା ନିଜ ବିବାହରେ ସବୁଠାରୁ ଭଲ ଦେଖାଯିବାକୁ ଚାହାନ୍ତି। ସୁନ୍ଦର ଲେହେଙ୍ଗା ସହ ‌ବଡ଼ ବଡ଼ ଅଳଙ୍କାର ପିନ୍ଧିବାକୁ ଚାହାନ୍ତି। ବିଶ୍ବର ସବୁ ମହିଳା ଏଭଳି କରନ୍ତି। ହେଲେ ବଲିଉଡ ଅଭିନେତ୍ରୀମାନେ ନିଜର ବିବାହ ଦିନକୁ ସ୍ବତନ୍ତ୍ର କରିବା ପାଇଁ ବିଭିନ୍ନ ବାଟ ଆପଣାଇଥାନ୍ତି।

ଗତ କିଛି ବର୍ଷ ମଧ୍ୟରେ ବଲିଉଡର ଆଗ ଧାଡିର ଅଭିନେତ୍ରୀ ବିବାହ କରିଛନ୍ତି। ସେମାନଙ୍କ ବିବାହକୁ ନେଇ ଯେତିକି ଚର୍ଚ୍ଚା ହୋଇଛି ସେମାନେ ପିନ୍ଧିଥିବା ଲେହେଙ୍ଗାକୁ ନେଇ ମଧ୍ୟ ସେତିକି ଚର୍ଚ୍ଚା ହୋଇଛି। ଆଜି ଆମେ କିଛି ବଲିଉଡ ଅଭିନେତ୍ରୀ ନିଜ ବିବାହରେ ପିନ୍ଧିଥିବା ଲେହେଙ୍ଗାର ଦାମ୍ ବିଷୟରେ ଜଣାଇବୁ, ଯେଉଁଥିରେ ଆପଣଙ୍କ ପୂରା ବିବାହର ଖର୍ଚ୍ଚ ଉଠିଯିବ।

୧. ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ୨୦୦୭ରେ ଅଭିନେତା ଅଭିଷେକ ବଚ୍ଚନଙ୍କୁ ବିବାହ କରିଥିଲେ। ତାଙ୍କ ବିବାହରେ ସେ ନୀତା ଲୁଲାଙ୍କ ଦ୍ୱାରା ଡିଜାଇନ କରାଯାଇଥିବା କାଞ୍ଜୀବରମ ଶାଢ଼ି ପିନ୍ଧିଥିଲେ, ଯାହାର ମୂଲ୍ୟ ଥିଲା ୭୫ଲକ୍ଷ।

publive-image asianetnews

୨. ବଲିଉଡ ଅଭିନେତ୍ରୀ ସୋନମ କପୁର ଆହୁଜା ୨୦୧୮ରେ ବ୍ୟବସାୟୀ ଆନନ୍ଦ ଆହୁଜାଙ୍କୁ ବିବାହ କରିଥିଲେ। ସେ ତାଙ୍କ ବିବାହରେ ଲାଲ ରଙ୍ଗର ଲେହେଙ୍ଗା ପିନ୍ଧିଥିବା ଦେଖାଯାଇଥିଲା। ଏହାକୁ ଅନୁରାଧା ବକିଲ ଡିଜାଇନ କରିଥିବା ବେଳେ ଏହାର ମୂଲ୍ୟ ୭୦-୯୦ଲକ୍ଷ ଥିଲା ବୋଲି କୁହାଯାଉଛି।

Sonam Kapoor and Anand Ahuja are married now: Meet the newlyweds indiatoday

୩. ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ୨୦୧୭ରେ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କୁ ବିବାହ କରିଥିଲେ। ତାଙ୍କ ବିବାହରେ ସେ ସବ୍ୟସାଚିଙ୍କ ଦ୍ବାରା ଡିଜାଇନ କରାଯାଇଥିବା ଲେହେଙ୍ଗା ପିନ୍ଧିଥିଲେ। ଏହାର ମୂଲ୍ୟ ୩୦ଲକ୍ଷ ଥିଲା ଏବଂ ୬୭କାରିଗରଙ୍କ ସାହାଯ୍ୟରେ ଏହାକୁ ତିଆରି କରିବା ପାଇଁ ୩୨ଦିନ ଲାଗିଥିଲା ବୋଲି କୁହାଯାଉଛି।

publive-image asianetnews

୪. କ୍ୱାଣ୍ଟିକୋ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଜୋନସ ଗାୟକ ନିକ୍ ଜୋନସଙ୍କୁ ୨୦୧୮ରେ ବିବାହ କରିଥିଲେ। ନିଜ ବିବାହରେ ସେ ଲାଲ୍ ରଙ୍ଗର ସବ୍ୟସାଚିଙ୍କ ଦ୍ବାରା ଡିଜାଇନ କରାଯାଇଥିବା ଲେହେଙ୍ଗା ପିନ୍ଧିଥିବା ଦେଖାଯାଇଥିଲା। ଏହାର ମୂଲ୍ୟ ୧୩ଲକ୍ଷ ଥିଲା ବୋଲି ଜଣାଯାଇଛି।

publive-image asianetnews

୫. ଇଟାଲୀର କମ୍ବୋ ହ୍ରଦରେ ବିବାହ କରିଥିଲେ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ଏବଂ ବଲିଉଡ ଅଭିନେତା ରଣବୀର ସିଂ। ବିବାହରେ ଦୀପିକା ପିନ୍ଧିଥିବା ଲେହେଙ୍ଗାର ମୂଲ୍ୟ ୧୩ଲକ୍ଷ ଥିଲା, ଯାହାକୁ ଡିଜାଇନ କରିଥିଲେ ସବ୍ୟସାଚି।

publive-image asianetnews

୬. ବଲିଉଡ ଅଭିନେତ୍ରୀ କଟ୍ରିନା କୈଫ୍ ୨୦୨୧ରେ ଅଭିନେତା ବିକି କୌଶଲଙ୍କୁ ବିବାହ କରିଥିଲେ। ବିବାହରେ ଅଭିନେତ୍ରୀ ୧୭ଲକ୍ଷ ଟଙ୍କାର ଲେହେଙ୍ଗା ପିନ୍ଧିଥିଲେ, ଯାହାକୁ ସବ୍ୟସାଚି ଡିଜାଇନ କରିଥିଲେ।

Katrina Kaif Gave THIS Condition Before Accepting Vicky ... bollywoodshaadis

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe