ସୋସିଆଲ୍ ମିଡିଆରେ ଛୋଟ ପରଦାର ନାୟିକା ମୌନୀ ରାୟଙ୍କ ନଖରାମି

ସୋସିଆଲ୍ ମିଡିଆରେ ଛୋଟ ପରଦାର ନାୟିକା ମୌନୀ ରାୟଙ୍କ ନଖରାମି

ଅଭିନେତା ହ୍ୟାଣ୍ଡସମ୍ ହେଇଥିବା ବେଳେ, ଅଭିନେତ୍ରୀ ସୁନ୍ଦରୀ। ସେ ଗୌରବର୍ଣ୍ଣା ଶ୍ରୀଦେବୀ ହୁଅନ୍ତୁ କି କୃଷ୍ଣବର୍ଣ୍ଣା ବିପାଶା; ପରଦାକୁ ଆସିଲେ ସେମାନେ ଦର୍ଶକଙ୍କ ନଜରରେ ସୁନ୍ଦରୀ। ଏମାନଙ୍କ ଭଳି ବିଶେଷ ଦକ୍ଷତା ନ ଥାଇ ସୁଦ୍ଧା କିଛିଦିନ ହେବ ବେଶ୍ ଚର୍ଚ୍ଚାକୁ ଆସିଛନ୍ତି ଛୋଟ ପରଦାର ନାୟିକା ମୌନୀ ରାୟ। ସିନେମାର ଆଇଟମ୍ ଗୀତଦୃଶ୍ୟର ନାୟିକା ସାଜି ସେ ଯେତିକି ହରକତି କରିଛନ୍ତି, ତା’ଠାରୁ ଆହୁରି ନଖରାମି କରୁଛନ୍ତି ସୋସିଆଲ୍ ମିଡିଆରେ। ଏବେ ଗ୍ଲାମର୍ ଇଣ୍ଡଷ୍ଟ୍ରିରେ ମଧ୍ୟ ସେ ଖୁବ୍ ଫେମସ୍ ହେଇଛନ୍ତି। ଅଭିନୟ କମ୍, ହେଲେ ସୋ’ବାଜି ବହୁତ। ନିକଟରେ ଧଳାରଙ୍ଗର ବିକିନୀ ପିନ୍ଧି ସେ ଯେଭଳି ପୋଜ୍ କମ୍ପୋଜ୍ ଦେଇଛନ୍ତି ଦେଖିବା ଲୋକେ ତା‌ଟକା ହେଇଯାଇଛନ୍ତି। ଫେସ୍‌ବୁକରୁ ଇନ୍‌ଷ୍ଟାଗ୍ରାମ୍‌ ଚାରିଆଡ଼େ ନିଜ ବିକିନୀ ପିନ୍ଧା ବୋଲ୍ଡ ଫଟୋ ପୋଷ୍ଟ କରି ନିଜକୁ ବହୁତ ଚର୍ଚ୍ଚିତ କରୁଛନ୍ତି ମୌନୀ।

ଟେଲିଭିଜନ୍‌ର ପପୁଲାର ରିୟାଲିଟି ସୋ’ ‘ଡାନ୍ସ ଇଣ୍ଡିଆ ଡାନ୍ସ’ର ବିଚାରିକା ସାଜିଥିବା ମୌନୀ ଆୟନ୍ ମୁଖାର୍ଜୀଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ବ୍ରହ୍ମାସ୍ତ୍ର’ରେ ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ସହ ଏ‌କ ବିଶେଷ ଭୂମିକାରେ ଥିବାରୁ ତାଙ୍କର ଭାଉ ଆଉ ଟିକେ ବଢ଼ିଯାଇଛି। କେତେକ କହୁଛନ୍ତି ମୌନୀ ଗୋଟେ ମାୟାବିନୀ। ବଙ୍ଗ ଲଳନା ମୌନୀ ଦିଲ୍ଲୀ ବିଶ୍ବବିଦ୍ୟାଳୟର ଛାତ୍ରୀ ଥିଲେ। ପ୍ରଥମେ ମଡେଲିଂ ଆଉ ତା’ପରେ ଛୋଟ ପରଦାକୁ ଆସିଲେ। ‘କ୍ୟୁଁକି ଶାଶ ଭି କଭି ବହୂ ଥୀ’ରୁ କହୋନା ୟାର ହୈ, ଜରା ନାଚକେ ଦିଖା, ପତି ପତ୍ନୀ ଔର୍ ଓହ, ଦୋ ସହେଲିୟାଁ, ଦେବୋଁ କେ ଦେବ, ନାଗିନ୍ ଭଳି ଲୋକପ୍ରିୟ ଧାରାବାହିକର ଅଭିନେତ୍ରୀ ମୌନୀ ଝଲକ ଦିଖ ଲା ଯା ଓ ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ ପରି ଟେଲି ରିୟାଲିଟି ସୋ’ ମାଧ୍ୟମରେ ବେଶ୍ ଚର୍ଚ୍ଚିତ ହୋଇଥିଲେ। ପରେ ବଡ଼ ପରଦାରେ ପଞ୍ଜାବୀ ମୁଭି ‘ହିରୋ ହିଟଲର୍ ଇନ୍ ଲଭ୍’ ଆନିମେଟେଡ୍ ମୁଭି ‘ମହାଯୋଦ୍ଧା ରାମ’, ହିନ୍ଦୀ ମୁଭି ‘ତୁମ ବିନ୍-୨’ ଓ ‘କେଜିଏଫ୍’ରେ ଅତିଥି କଳାକାର ସାଜିଥିଲେ। ପରେ ରୋମିଓ ଆକବର ୱାଲଟର, ମେଡ ଇନ୍ ଚାଇନା, ଲଣ୍ଡନ କନ୍‌ଫିଡେନ୍ସିଆଲ ଆଦି ଚଳଚ୍ଚିତ୍ରରେ ବିଶେଷ ଭୂମିକା ନିର୍ବାହ କରିଛନ୍ତି। ଆଗକୁ ଆସୁଛି ମୌନୀଙ୍କ ଅଭିନୀତ ଚଳଚ୍ଚିତ୍ର ‘ବ୍ରହ୍ମାସ୍ତ୍ର’ ଓ ‘ମାୟାଜାଲ’।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe