‘ଜୱାନ୍’ର ଶାହରୁଖଙ୍କ ନାୟିକା ସାଜିବେ ଦକ୍ଷିଣୀ ସୁନ୍ଦରୀ ନୟନତାରା

Advertisment
‘ଜୱାନ୍’ର ଶାହରୁଖଙ୍କ ନାୟିକା ସାଜିବେ ଦକ୍ଷିଣୀ ସୁନ୍ଦରୀ ନୟନତାରା

ବଲିଉଡ୍‌ର ନୂଆ ଚଳଚ୍ଚିତ୍ର ‘ଜୱାନ୍’ରେ ସୁପରହିରୋ ଶାହରୁଖ ଖାନ୍‌ଙ୍କ ସହ ଏଥର ଯୋଡ଼ି ସାଜିଛନ୍ତିି ଦକ୍ଷିଣୀ ସୁନ୍ଦରୀ ନୟନତାରା। ଏଇମାତ୍ର କିଛିଦିନ ତଳେ ଭିଗ୍ନେଶ ଶିବାନଙ୍କୁ ବିବାହ କରି ହନିମୁନ୍‌ ଯାଇଥିବା ନୟନତାରା ଯେ ଏତେଶୀଘ୍ର ସୁଟିଂସେଟ୍‌କୁ ଚାଲିଆସିବେ କେହି କଳ୍ପନା କରି ନ ଥିଲେ। ରେଡ୍ ଚିଲ୍ଲିଜ୍ ଏଣ୍ଟରଟେନ୍‌ମେଣ୍ଟ୍‌ ପକ୍ଷରୁ ଘୋଷଣା କରାଯାଇଥିବା ଚଳଚ୍ଚିତ୍ର ‘ଜୱା‌ନ୍’ର ନିର୍ଦ୍ଦେଶନା ଦେବେ ଅତଲି କୁମାର। ‘ପଠାନ୍’ ଚଳଚ୍ଚିତ୍ର ସୁଟିଂରେ ବ୍ୟସ୍ତ ଥିବା ଶାହରୁଖ କହିଛନ୍ତି- ଆହୁରି ବହୁତ ଦିନ ବାକି ଅଛି, ମୁଁ ବି ଜଣେ ଅଭିନେତା ହେବା ପାଇଁ ଆହୁରି ବହୁତ ଦକ୍ଷତାର ଆବଶ୍ୟକତା ଅଛି। ଅତଲିଙ୍କ ଭଳି ସୃଜନଶୀଳ ନିର୍ଦ୍ଦେଶକଙ୍କ ଚଳଚ୍ଚିତ୍ରରେ ମୁଁ ସୁଯୋଗ ପାଇଥିବାରୁ ନିଜକୁ କୃତଜ୍ଞ ମନେକରୁଛି।

publive-image Everything 4u

୨୦୦୩ରେ ‘ମାନସୀନାକରେ’ ‌, ‘ବିସ୍ମୟଥୁବାଥୁ’ ଓ ‘ନଟୁରାଜାଭୁ’ ଭଳି ମାଲୟାଲମ୍ ଚଳଚ୍ଚିତ୍ରରେ ସେ ସତସତିକା ଦର୍ଶକଙ୍କ ନୟନତାରା ସାଜିଥିଲେ। ଏହାପରେ ତାମିଲ ଚଳଚ୍ଚିତ୍ର ‘ଆୟା’ ଓ ‘ଚନ୍ଦ୍ରମୁଖୀ’ରେ ସେ ନାୟିକା ସାଜିଲେ। ତେଲୁଗୁ ମୁଭି ‘ଲକ୍ଷ୍ମୀ’ ଓ ‘ବସ୍’ରେ ମଧ୍ୟ ନୟନତାରା ଥିଲେ ମୁଖ୍ୟ ଆକର୍ଷଣ। ଏମିତି ତୁଳସୀ, ସତ୍ୟମ୍, ଅନାମିକା, ସାଲ୍ୟୁଟ୍, ସୁପର୍, ଟ୍ବେଣ୍ଟି ୨୦ ଭଳି ଅନେକ ତେଲୁଗୁ, ତାମିଲ, କନ୍ନଡ଼ ଓ ମାଲୟାଲମ୍ ସିନେମାରେ ଅଭିନୟ କରିବା ପରେ ବଲିଉଡ୍ ଏବେ ନୟନତାରାଙ୍କ ଉପରେ ନଜର ପକେଇଛି। ହିନ୍ଦୀ ଚଳଚ୍ଚିତ୍ର ‘ଜୱାନ୍‌’ରେ ନୟନତାରା ନାୟିକା ସାଜିବାକୁ ହଁ ଭରିଛନ୍ତି। ଶାାହରୁଖ ଜୱାନ୍‌ ଆଉ ନୟନତାରା ସାଜିବେ ଜୱାନୀ। ଏହାସହିତ ସୁଟିଂ ଚାଲିଥିବା ମାଲୟାଲାମ୍ ମୁଭି ‘ଗୋଲ୍ଡ’, ତାମିଲ ମୁଭି ‘ଇରାଇଭାନ୍’, ତେଲୁଗୁ ମୁଭି ‘ଗଡ୍‌ଫାଦର’ ଓ ତାମିଲ ମୁଭି ‘କନେକ୍ଟ’ରେ ସେ ନାୟିକା ସାଜିଛନ୍ତି।

୨୦୧୮ରେ ସେ ଶହେ ଜ‌ଣ ଭାରତୀୟ ସେଲିବ୍ରିଟିଙ୍କ ତାଲିକାରେ ଅଗ୍ରଗଣ୍ୟ ଥିଲେ। କର୍ଣ୍ଣାଟକର ବାଙ୍ଗାଲୋର ନିକଟସ୍ଥ ଥିରୁଭାଲ୍ଲାରେ ତାଙ୍କର ଜନ୍ମ। ତାଙ୍କର ମୂଳନାମ ଥିଲା ଦିଆନା ମାରିଅମ୍ କୁରିଆନ୍। ସିନେ ଜଗତକୁ ଆସିବା ପରେ ନାମ ପରିବର୍ତ୍ତନ କରି ସେ ନୟନତାରା ସାଜିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe