image source--midday
ମୁମ୍ବାଇ: ବଲିଉଡ ସୁପରଷ୍ଟାର ଅଜୟ ଦେବଗନଙ୍କ ସହ କାମ କରିବାକୁ ମନା କଲେ ପରିଣୀତି ଚୋପ୍ରା। ପରିଣୀତିଙ୍କ କ୍ୟାରିଅରର ସବୁଠାରୁ ବଡ଼ ହିଟ୍ ସିନେମା ହେଲା ‘ଗୋଲମାଲ ଏଗେନ୍’,ଯେଉଁଥିରେ ତାଙ୍କର ନାୟକ ଥିଲେ ଅଜୟ ଦେବଗନ। ହେଲେ ପୁଣି କ’ଣ ହେଲା ଯେ ସେ ଏହି ବଲିଉଡ ସୁପରଷ୍ଟାରଙ୍କ ସହ ନୂଆ ସିନେମାରେ କାମ କରିବାକୁ ଅରାଜି ହେଲେ!
image source-news 18ପରିଣୀତି ଚୋପ୍ରା ଅଜୟଙ୍କ ସହ ‘ଭୁଜ୍-ଦ ପ୍ରାଇଡ ଅଫ୍ ଇଣ୍ଡିଆ’ରେ କାମ କରିବାର ଥିଲା ହେଲେ ଏବେ ସେ ସେହି ସିନେମା ଛାଡ଼ି ଦେଇଛନ୍ତି। ଏଥିରେ ସଂଜୟ ଦତ୍ତ ଏବଂ ସୋନାକ୍ଷୀ ସିହ୍ନା ବି ଅଛନ୍ତି।
image source- india.comଏହାର କାରଣ ସଂପର୍କରେ ଅନୁସନ୍ଧାନ କରିବାପରେ ଜଣାଯାଇଛି ଯେ ପରିଣୀତି ଚୋପ୍ରା ସାଇନା ନେହଓ୍ଵାଲଙ୍କ ବାୟୋପିକରେ ବ୍ୟସ୍ତ ଅଛନ୍ତି। ଏବେ ପରିଣୀତ ଏହି ସିନେମାପାଇଁ ଖୁବ ପରିଶ୍ରମ କରୁଛନ୍ତି। କିଛି ଦିନତଳେ ନିର୍ଦ୍ଦେଶକ ଅମୋଲ ଗୁପ୍ତେ ଶ୍ରଦ୍ଧା କପୁରଙ୍କ ସ୍ଥାନରେ ପରିଣୀତି ଚୋପ୍ରାଙ୍କୁ ନେବେ ବୋଲି ଠିକ୍ କରିଥିଲେ। ଏହି ସିନେମାପରେ ପରିଣୀତି ହଲିଉଡ ମୁଭି ‘ଦ ଗର୍ଲ ଅନ୍ ଦ ଟ୍ରେନ୍’ର ରିମେକରେ କାମ କରିବେ। ଏଣୁ ସେ ଅଜୟ ଦେବଗନଙ୍କ ‘ଭୁଜ୍-ଦ ପ୍ରାଇଡ ଅଫ୍ ଇଣ୍ଡିଆ’ରୁ ଓହରି ଆସିଥିବା କୁହାଯାଉଛି।
Follow Us