ଜାତୀୟ ଚଳଚ୍ଚିତ୍ର ପୁରସ୍କାରର ସର୍ବକନିଷ୍ଠ ଜୁରି ଅଭିନେତ୍ରୀ ପ୍ରକୃତି ମିଶ୍ର

Advertisment

ତୁଳସୀ ମେଗା ଧାରାବାହିକରୁ ଜଣେ ଶିଶୁ କଳାକାରରୁ ନିଜର କ୍ୟାରିଅର ଆରମ୍ଭ କରିଥିବା ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ମିଳିଛି ଆଉ ଏକ ସଫଳତା। ସଙ୍ଗୀତମୟ ପରିବାରରେ ଜନ୍ମିତ ପ୍ରକୃତି ଗୀତ, ନୃତ୍ୟ ଓ ଅଭିନୟ ଦୁନିଆରେ ନିଜ ଯାଦୁ....

ତୁଳସୀ ମେଗା ଧାରାବାହିକରୁ ଜଣେ ଶିଶୁ କଳାକାରରୁ ନିଜର କ୍ୟାରିଅର ଆରମ୍ଭ କରିଥିବା ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ମିଳିଛି ଆଉ ଏକ ସଫଳତା। ସଙ୍ଗୀତମୟ ପରିବାରରେ ଜନ୍ମିତ ପ୍ରକୃତି ଗୀତ, ନୃତ୍ୟ ଓ ଅଭିନୟ ଦୁନିଆରେ ନିଜ ଯାଦୁ....

dgjgdjdgjbcnbn

ଭୁବନେଶ୍ବର: ତୁଳସୀ ମେଗା ଧାରାବାହିକରୁ ଜଣେ ଶିଶୁ କଳାକାରରୁ ନିଜର କ୍ୟାରିଅର ଆରମ୍ଭ କରିଥିବା ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ମିଳିଛି ଆଉ ଏକ ସଫଳତା। ସଙ୍ଗୀତମୟ ପରିବାରରେ ଜନ୍ମିତ ପ୍ରକୃତି ଗୀତ, ନୃତ୍ୟ ଓ ଅଭିନୟ ଦୁନିଆରେ ନିଜ ଯାଦୁ ଦେଖାଇଥିବା ବେଳେ ‘ହେଲୋ ଆର୍‌ସି’ ଚଳଚ୍ଚିତ୍ରରେ ଅଭିନୟ କରି ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ। ଏବେ ସେ ୭୧ତମ ‘ଜାତୀୟ ଚଳଚ୍ଚିତ୍ର ପୁରସ୍କାର’ରେ ସର୍ବକନିଷ୍ଠ ବିଚାରକ ଭାବେ ଆକର୍ଷଣର କେନ୍ଦ୍ର ପାଲଟିଛନ୍ତି। ଫିଚର ଚଳଚ୍ଚିତ୍ର ବର୍ଗରେ ସେ ଜୁରି ରହିଥିଲେ। 

ସର୍ବକନିଷ୍ଠ କଳାକାର ଭାବେ ଜାତୀୟ ପୁରସ୍କାର ପାଇବା ପରେ ପ୍ରକୃତି ପୁଣି ଏତେ କମ୍‌ ବୟସରେ ଜାତୀୟ ଚଳଚ୍ଚିତ୍ର ପୁରସ୍କାରର ବିଚାରକ ହେବା ନିଶ୍ଚିତ ଭାବେ ଓଡ଼ିଶା ପାଇଁ ଗର୍ବର ବିଷୟ। ଆଗାମୀ ଦିନରେ ଅନୁଷ୍ଠିତ ପୁରସ୍କାର ଉତ୍ସବରେ ବି ସେ ଜୁରି ସଦସ୍ୟା ଭାବେ ପୁରସ୍କୃତ ହେବେ। ସୂଚନା ଥାଉକି, ଗତ ଶୁକ୍ରବାର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା ହୋଇଥିଲା। ସେଥିରେ ଫିଚର ଚଳଚ୍ଚିତ୍ର ବର୍ଗରେ ଓଡ଼ିଆ ଭାଷାରେ ‘ପୁଷ୍କରା’ ଶ୍ରେଷ୍ଠ ଓଡ଼ିଆ ଫିଲ୍ମ ଭାବେ ପୁରସ୍କାର ପାଇଁ ମନୋନୀତ ହୋଇଛି। ଏହି ଫିଚର ଚଳଚ୍ଚିତ୍ର ପୁରସ୍କାର ବର୍ଗରେ କେନ୍ଦ୍ରୀୟ ଜୁରି ପ୍ୟାନେଲରେ ୧୧ ଜଣ ସଦସ୍ୟଙ୍କ ମଧ୍ୟରେ ଅଭିନେତ୍ରୀ ପ୍ରକୃତି ମିଶ୍ର ଥିଲେ। ଆଜି ସେ ଓଡ଼ିଶାରେ ପହଞ୍ଚିଥିବା ବେଳେ ବିମାନ ବନ୍ଦରରେ ତାଙ୍କୁ ସ୍ୱାଗତ କରାଯିବା ସହ ତାଙ୍କର ଏହି ସଫଳତା ପାର୍ଇ ଶୁଭେଚ୍ଛାର ସୁଅ ଛୁଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe