ବଲିଉଡ୍‌ ନାୟିକାଙ୍କ କୁକୁରକୁ ଅପହରଣ, ଖୋଜି ଆଣିଲେ ମିଳିବ ୫୦ହଜାର ଟଙ୍କାର ପୁରସ୍କାର

Advertisment
ବଲିଉଡ୍‌ ନାୟିକାଙ୍କ କୁକୁରକୁ ଅପହରଣ, ଖୋଜି ଆଣିଲେ ମିଳିବ ୫୦ହଜାର ଟଙ୍କାର ପୁରସ୍କାର

ନୋଏଡା: ଦିଲ୍ଲୀ ସହରରେ ଦିନକୁ ଦିନ ଅପରାଧିକ ମାମଲା ବୃଦ୍ଧି ପାଇବାରେ ଲାଗିଛି । ନିକଟରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ନୋଏଡାରେ ୪ଜଣ ଦୁର୍ବୃତ୍ତ ଛୁରି ମୁନରେ ଜଣେ ବଲିଉଡ ଅଭିନେତ୍ରୀଙ୍କ ପୋଷା କୁକୁରକୁ ଅପହରଣ କରି ନେଇଛନ୍ତି।

publive-image

ସୂଚନାଯୋଗ୍ୟ, ବଲିଉଡ୍‌ ନାୟିକା ରିୟା ସେନ୍‌ ନୋଏଡାରେ ସ୍ୱାମୀ ଶିବମ ତିଓ୍ଵାରି ଓ ଶାଶୁ-ଶ୍ୱଶୁର ସହ ରହୁଛନ୍ତି। ବୁଧବାର ସନ୍ଧ୍ୟାରେ ରିୟାଙ୍କ ବ୍ୟକ୍ତିଗତ ସହାୟକ କୁକୁରକୁ ତଳକୁ ବୁଲାଇବାକୁ ନେଇଥିଲା। ସେହି ସମୟରେ ଜଣେ ୪ଜଣ ଦୁର୍ବୃତ୍ତ ରିୟାଙ୍କ ବ୍ୟକ୍ତିଗତ ସହାୟକଙ୍କୁ ଛୁରି ଦେଖାଇ ଡରାଇ ଧମକାଇ ଜୋର ଜବରଦସ୍ତି କୁକୁରକୁ ଏକ ଧଳା ରଙ୍ଗର ଏସୟୁଭି କାରରେ ନେଇ ଫେରାର ହୋଇଯାଇଥିଲେ। ତେବେ ରିୟା ତାଙ୍କ କୁକୁରକୁ ଖବୁ ଭଲ ପାଆନ୍ତି।

publive-image

ରିୟା ସେନ ଓ ତାଙ୍କ ସ୍ୱାମୀ ଶିବମ ତିଓ୍ଵାରି ତାଙ୍କ କୁକୁର ଅପହରଣ ହୋଇଯାଇଥିବା ଜାଣିବା ପରେ ପୁଲିସରେ ଏହି ସମ୍ପର୍କରେ ସୂଚନା ଦେଇଥିଲେ। ପୁଲିକୁ ସୂଚନା ଦେବା ବ୍ୟତୀତ ଦୁହେଁ ତାଙ୍କର କୁକୁର ହଜିଯାଇଥିବା ନେଇ ବିଭିନ୍ନସ୍ଥାନରେ ପୋଷ୍ଟର ବି ଲଗାଇଛନ୍ତି। ପୋଷ୍ଟରରେ ଏହାବି ଲେଖିଛନ୍ତି କି, ଯେଉଁ ବ୍ୟକ୍ତି ତାଙ୍କ କୁକୁରକୁ ଖୋଜି ଆଣିବ ତାଙ୍କୁ ସେ ୫୦,୦୦୦ଟଙ୍କା ପର୍ଯ୍ୟନ୍ତ ପୁରସ୍କାର ରାଶି ପ୍ରଦାନ କରିବେ।

ବଲିଉଡ୍‌ ନାୟିକା ରିୟା ସେନଙ୍କ ଶ୍ୱଶୁର ଚିନ୍ତନ ତିଓ୍ଵାରୀ କହିଛନ୍ତି, ତାଙ୍କର ପୁଅ ଅଳ୍ପଦିନ ହେବ ଆମେରିକନ୍‌ ବୁଲି ବ୍ରିଡ୍‌ର ଏହି କୁକୁରକୁ କିିଣି ଘରକୁ ଆଣିଥିଲା। ଘରେ ସମସ୍ତେ ଏହି କୁକୁରକୁ ବହୁତ ଭଲ ପାଆନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe