jansatta.com
ମୁମ୍ବାଇ : ଅନ୍ଲାଇନ୍ ଅର୍ଡ଼ର କରି ଠକାମୀର ଶିକାର ହେବା ଘଟଣା ଆଗରୁ ଅନେକ ଥର ଘଟି ସାରିଛି । ଯାହାର ଖବର ଆମେ ଆପଣଙ୍କୁ ଦେଇ ଆସିଛୁ । କିନ୍ତୁ ବୋଧହୁଏ ପ୍ରଥମ ଥର ପାଇଁ ବଲିଉଡ୍ର ଜଣେ ଅଭିନେତ୍ରୀ ଅନ୍ଲାଇନ୍ ଜିନିଷ ଅର୍ଡ଼ର କରି ଠକାମୀର ଶିକାର ହୋଇଛନ୍ତି ।
ସୂଚନା ମୁତାବକ, ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ୧୮ହଜାର ଟଙ୍କା ଦେଇ ଆମାଜନ୍ରୁ ହେଡ଼୍ଫୋନ ଅର୍ଡ଼ର କରିଥିବା ବେଳେ ତାଙ୍କୁ ଠିକ୍ ସମୟରେ ଅର୍ଡ଼ର ଡ଼େଲିଭରି କରାଯାଇଥିଲା । କିନ୍ତୁ ଅର୍ଡ଼ର ମିଳିବା ପରେ ଭିତରେ ହେଡ଼୍ଫୋନ ପରିବର୍ତ୍ତେ ଦୁଇ ଖଣ୍ଡ ଲୁହା ବାହାରିଥିଲା । ୧୮ହଜାର ଟଙ୍କାର ଦୁଇଟି ଲୁହା ଖଣ୍ଡ ପାଇ ସୋନାକ୍ଷୀ ନିରାଶ ହେବା ସହ ଟୁଇଟ୍ରରେ ଫଟୋ ସେୟାର କରି ଆମାଜନକୁ ଅଭିଯୋଗ କରିଥିଲେ । ଘଟଣା ବିଷୟରେ ଜାଣି ଆମାଜନ ତରଫରୁ କ୍ଷମା ପ୍ରାର୍ଥନା କରାଯିବା ସହ ପ୍ରଡ଼କ୍ଟର ବିବରଣୀ ଦେବା ପାଇଁ କୁହାଯାଇଥିଲା ।
ଅନ୍ୟ ପକ୍ଷରେ ସୋନାକ୍ଷୀଙ୍କୁ ଅମାଜନ ବିରୋଧରେ ଅଭିଯୋଗ କରିବା ଭାରୀ ପଡ଼ିଥିଲା । ଡ଼େଲିଭର ହୋଇଥିବା ଜିନିଷର ଫଟୋ ଟୁଇଟରରେ ସେୟାର କରିବା ପରେ ବ୍ୟବହାରକାରୀ ସୋନାକ୍ଷୀଙ୍କୁ ଟ୍ରୋଲ କରିଥିଲେ । ତାଙ୍କ ଫିଲ୍ମ ‘ହାପି ଭାଗ୍ ଜାଏଗି’କୁ ନେଇ ବ୍ୟବହାକାରୀମାନେ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଥିଲେ ।
Follow Us