ପରଲୋକରେ ବଲିଉଡର ଭେଟେରାନ ଅଭିନେତ୍ରୀ ସୁଲୋଚନା

Advertisment
ପରଲୋକରେ ବଲିଉଡର ଭେଟେରାନ ଅଭିନେତ୍ରୀ ସୁଲୋଚନା

ମୁମ୍ବାଇ: ବଲିଉଡ ଜଗତର ଭେଟେରାନ ଅଭିନେତ୍ରୀ ସୁଲୋଚନା ଲଟକରଙ୍କର ୯୪ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି | ଦୀର୍ଘ ସମୟ ଧରି ଅସୁସ୍ଥ ଥିବା ଏହି ଅଭିନେତ୍ରୀଙ୍କୁ କିଛିଦିନ ହେଲା ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ନିଶ୍ୱାସ ନେବାରେ ଅସୁବିଧା ସହ ବୟସ ସମ୍ବନ୍ଧୀୟ ଅସୁସ୍ଥତା ହେତୁ ତାଙ୍କ ସ୍ୱାସ୍ଥ୍ୟ ପ୍ରାୟସମୟ ଖରାପ ରହୁଥିଲା | ତାଙ୍କୁ କିଛି ମାସ ପୂର୍ବରୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏହା ପରେ ତାଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଥିଲା।

ଆଉ କିଛିଦିନ ତଳେ ପୁଣି ସ୍ୱାସ୍ଥ୍ୟ ଖରାପ ହେବାରୁ ସୁଲୋଚନାଙ୍କୁ ମୁମ୍ବାଇର ସୁଶୃଶା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଆସନ୍ତାକାଲି ଭେଟେରାନ ଅଭିନେତ୍ରୀ ସୁଲୋଚାନାଙ୍କ ଶେଷ ଦର୍ଶନ ପରେ ଶିବାଜୀ ପାର୍କରେ ଅନ୍ତିମ ସଂସ୍କାର କରାଯିବ। ସୁଲୋଚାନା ମରାଠୀ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଏକ ଜଣାଶୁଣା ଚେହେରା | ଏଥି ସହିତ ସେ ହିନ୍ଦୀ ସିନେମାରେ ମଧ୍ୟ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ଏହି ଅଭିନେତ୍ରୀ ଦେବ ଆନନ୍ଦଙ୍କ ଠାରୁ ଆରମ୍ଭ କରି ରାଜେଶ ଖାନ୍ନାଙ୍କ ପର୍ଯ୍ୟନ୍ତ ବଡ ବଡ ତାରକାଙ୍କ ସହ କାମ କରିଥିଲେ। ସେ କେବଳ ବଲିଉଡରେ ୨୫୦ରୁ ଅଧିକ ଚଳଚ୍ଚିତ୍ର କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe