ଫୋର୍ବସ୍ ପ୍ରସ୍ତୁତ ‘୩୦ରୁ କମ୍ ୩୦’ ତାଲିକାରେ ବଲିଉଡ୍ ବିୟୁଟି ତୃପ୍ତି

ଫୋର୍ବସ୍ ପ୍ରସ୍ତୁତ ‘୩୦ରୁ କମ୍ ୩୦’ ତାଲିକାରେ ବଲିଉଡ୍ ବିୟୁଟି ତୃପ୍ତି

customercareind.com

ମୁମ୍ବାଇ:  ଭାରତର ଉଜ୍ଜ୍ବଳତମ ଯୁବ ପ୍ରତିଭାଙ୍କୁ ନେଇ ଫୋର୍ବସ୍ ପ୍ରସ୍ତୁତ କରୁଥିବା ଦେଶର ୩୦ ବର୍ଷରୁ କମ୍ ୩୦ ସଫଳ ବ୍ୟକ୍ତିଙ୍କ ତାଲିକାରେ ପ୍ରଥମ ଥର ପାଇଁ ଯୋଡ଼ି ହୋଇଛନ୍ତି ୨୭ ବର୍ଷୀୟା ଅଭିନେତ୍ରୀ ତୃପ୍ତି ଡିମରୀ। ୨୦୨୧ ମସିହା ପାଇଁ ମିଳିଥିବା ଏହି ସମ୍ମାନଜନକ ସ୍ବୀକୃତିକୁ ନେଇ ସେ ଏବେ ସିନେପ୍ରେମୀଙ୍କ ପ୍ରଶଂସା ସାଉଁଟୁଛନ୍ତି। ଏ ପର୍ଯ୍ୟନ୍ତ ସେ ବଲିଉଡ୍‌ରେ ସେତେଟା ଲୋକପ୍ରିୟ ହୋଇ ନ ଥିଲେ ହେଁ ତାଙ୍କର ଅଭିନୟ ପ୍ରତିଭା ଅପର୍ଯ୍ୟାପ୍ତ ସମ୍ଭାବନା ବହନ କରେ ବୋଲି ଅନେକଙ୍କ ମତ।

publive-image DNA India

୨୦୧୭ରେ ମୁକ୍ତିଲାଭ କରିଥିବା ‘ପୋଷ୍ଟର୍ ବୟଜ୍’ ଜରିଆରେ ତୃପ୍ତି ନିଜର ଅଭିନୟ କ୍ୟାରିୟର୍ ଆରମ୍ଭ କରିଥିଲେ। ଏହା ପରେ ୨୦୨୦ରେ ଏକ ଲୋକପ୍ରିୟ ଓଟିଟି ମଞ୍ଚରେ ମୁକ୍ତିଲାଭ କରିଥିଲା ତୃପ୍ତି ଅଭିନୀତି ଭୌତିକ-ରୋମାଞ୍ଚ ସିନେମା ‘ବୁଲ୍‌ବୁଲ୍‌’। ଏହା ଜରିଆରେ ସେ ସିନେ ସମୀକ୍ଷକ ଓ ଦର୍ଶକଙ୍କ ମନ ଜିଣିବା ସହିତ ଫିଲ୍ମଫେଆର୍ ଓଟିଟି ସଂସ୍କରଣର ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ହାସଲ କରିଥିଲେ। ଆଗକୁ ତୃପ୍ତି ‘କଲା’ ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବେ। ଏଥିରେ ତାଙ୍କ ସହିତ ସ୍ବର୍ଗତ ଅଭିନେତା ଇରଫାନ ଖାନଙ୍କ ପୁଅ ବାବିଲ ଅଭିନୟ କରିଛନ୍ତି। ସେହିପରି ଆଉ ଏକ ଚଳଚ୍ଚିତ୍ରରେ ସେ ଈଶାନ ଖଟ୍ଟରଙ୍କ ବିପକ୍ଷରେ ଏକ ଜଟିଳ ଚରିତ୍ରରେ ଦେଖାଦେବେ। ୨୦୨୩ରେ ରଣବୀର କପୁର ଓ ପରିଣୀତି ଚୋପ୍ରାଙ୍କ ସହ ‘ଆନିମଲ୍’ ଚଳଚ୍ଚିତ୍ରରେ ତାଙ୍କର ଝଲକ ଦେଖିବାକୁ ମିଳିବ ବୋଲି ମଧ୍ୟ ଶୁଣିବାକୁ ମିଳୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe