ଭୂତ ଭୂମିକାରେ ଅଭିନୟ କରୁକରୁ ଅଭିନେତାଙ୍କ ଶରୀରରେ ସବାର ହେଲା ଭୂତ, ଅଭିନେତ୍ରୀଙ୍କୁ କଲେ ଆକ୍ରମଣ !

Advertisment
ଭୂତ ଭୂମିକାରେ ଅଭିନୟ କରୁକରୁ ଅଭିନେତାଙ୍କ ଶରୀରରେ ସବାର ହେଲା ଭୂତ, ଅଭିନେତ୍ରୀଙ୍କୁ କଲେ ଆକ୍ରମଣ !

ନୂଆଦିଲ୍ଲୀ: ସମୟ ସମୟରେ ଆମେ ପାଖରେ ଯେମିତି କେହି ଜଣେ ଅଛି , ଯିଏକି ଅଦୃଶ୍ୟ ହୋଇଅଛି ଭଳି ଅନୁଭବ ହୋଇଥାଏ। ତେବେ ଏସବୁକୁ ଅପ୍ରାକୃତିକ ଘଟଣା ବୋଲି କୁହାଯାଇଥାଏ। ଏମିତି ବି କେତେକ ଘଟଣା ଶୁଣିବାକୁ ମିଳିିଛି ଯେ, ହରର ସିନେମା ବା ସୋ’ କରୁଥିବା ସମୟରେ ସେ ଅଭିନେତା ହୁଅନ୍ତୁ ଅବା ଅଭିନେତ୍ରୀ କିମ୍ବା ସେଟ୍‌ରେ ଥିବା ଅନ୍ୟ କଳାକାରମାନେ ଭୂତ ପ୍ରେତ ଥିବା ଆଦି ଅନୁଭବ କରିଥାଆନ୍ତି। ତେବେ ଏହି ଘଟଣାକୁ ନେଇ କୁହାଯାଇଥାଏ କି ହରର ସିନେମା ବା ସୋ’ କରୁଥିବା ସମୟରେ ନକରାତ୍ମକ ଶକ୍ତି ଅଧିକ ଥାଏ, ତେଣୁ ଲୋକମାନଙ୍କୁ ଏଭଳି ଅସ୍ୱାଭାବିକ ପରିସ୍ଥିତିର ଅନୁଭବ ହୋଇଥାଏ।

publive-image

ତେବେ ନିକଟରେ ଏକ ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି। ହରର ସିନେମା ସୁଟିଂ ସମୟରେ ଭୂତର ଭୂମିକା ନିଭାଉଥିବା କମ୍ବୋଡିୟାନ୍‌ ଅଭିନେତା ଶରୀର ଭିତରେ ଏକ ଆତ୍ମ ପ୍ରବେଶ କରିଥିବା ଶୁଣିବାକୁ ମିଳୁଛି। କେବଳ ଏତିକି ନୁହେଁ ସେ ନିଜର ସାଥୀ କୋ-ଷ୍ଟାର ଉପରେ ବି ଆକ୍ରମଣ କରିବା ଆରମ୍ଭ କରି ଦେଇଥିଲେ। ଫେସ୍‌ବୁକ୍‌ ପୋଷ୍ଟ ମୁତାବକ, ଅଭିନେତା ଜଣକ ତାର କୋ-ଷ୍ଟାରକୁ ଏକ ପତଳା ତାର ଜରିଆରେ ଗଳା ଦବାଇବା ପାଇଁ ଚେଷ୍ଟା କରିଥିଲେ। କୋ-ଷ୍ଟାର ଜଣକ ଅଭିନେତା କବଳରୁ କଳେବଳେ କୌଶଳେ ବର୍ତ୍ତି ଯାଇଥିଲେ। ତାଙ୍କ ଗଳାରେ ଆଘାତ ଚିହ୍ନ ଥିବା ଦେଖିବାକୁ ମିଳିଛି।

publive-image

ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓକୁ ଫେସ୍‌ବୁକ୍‌ ବ୍ୟବହାରକାରୀ ସୋଖାତ୍ୟଥ ତିନିଟି ଫଟୋଚିତ୍ର ଓ ଭିଡିଓ ସହିତ ସେୟାର କରିଛନ୍ତି। ଏହି ଭିଡିଓରେ କାଷ୍ଟ ଓ କ୍ରୁ ମେମ୍ବର୍ସ ଆତ୍ମା ସହିତ କଥା ହେବାକୁ ଚେଷ୍ଟା କରୁଛନ୍ତି କି ସେ ଅଭିନେତ୍ରୀଙ୍କ ଶରୀରକୁ ଛାଡ଼ି ଚାଲିଯାଉ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe