ପତ୍ନୀଙ୍କ ସହ ଡେଟରେ ଯାଇ ‌ଲୋକଙ୍କୁ ଏଭଳି ଉପଦେଶ ଦେଲେ ଆଦିଲ

Advertisment
ପତ୍ନୀଙ୍କ ସହ ଡେଟରେ ଯାଇ ‌ଲୋକଙ୍କୁ ଏଭଳି ଉପଦେଶ ଦେଲେ ଆଦିଲ

ମୁମ୍ବାଇ:  ଗତ କିଛି ଦିନ ହେବ ବିବାଦୀୟ ରାଣୀ ରାକ୍ଷୀ ସାୱନ୍ତଙ୍କ ପୂର୍ବତନ ସ୍ବାମୀ ଆଦିଲ ଖାନ୍ ଦୁରାନୀ ପୁଣି ଥରେ ଚର୍ଚ୍ଚାର ପରିସର ଭିତରକୁ ଆସିଛନ୍ତି। କିଛି ଦିନ ତଳେ ଆଦିଲ୍  ବିଗ୍ ବସର ପୂର୍ବତନ ପ୍ରତିଯୋଗୀ ସୋମି ଖାନଙ୍କୁ ଦ୍ବିତୀୟ ବିବାହ କରିଥିବା ସାମ୍ନାକୁ ଆସିଥିଲା। ଏନେଇ ଅନେକ ତାଙ୍କୁ ଟ୍ରୋଲ କରିଥିଲେ ବି ସେ ବହୁତ ଖୁସି ଥିବା କହିଥିଲେ।

ଏବେ ପତ୍ନୀଙ୍କୁ ଡେଟରେ ନେଇ ଆଦିଲ ବିବାହିତମାନଙ୍କୁ ଉପଦେଶ ଦେଇଛନ୍ତି। ଆଦିଲ ଖାନ ତାଙ୍କ ଇନଷ୍ଟାଗ୍ରାମରେ ପ୍ରଶଂସକଙ୍କ ସହ ଏହି ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓରେ ଆଦିଲ ଖାନ, ସୋମିଙ୍କ ସହ ଡେଟ‌ରେ ଯାଇଥିବା ଦେଖିବାକୁ ମିଳିଛି। ଭିଡିଓରେ, ଆଗରେ ରଖାଯାଇଥିବା କଫି, କିଛି ଖାଦ୍ୟ ଏବଂ ମିଠାକୁ ଦେଖାଉଛନ୍ତି ଆଦିଲ। ଏହା ସହ କହୁଛନ୍ତି ଯେ, ସମସ୍ତେ ନିଜ ଜୀବନସାଥୀଙ୍କ ସହ ଡେଟ‌ରେ ଯିବା ଓ ସମୟ କଟାଇବା ଉଚିତ୍।

ପୂର୍ବରୁ ସୋମିଙ୍କ ବିବାହକୁ ନେଇ ଟ୍ରୋଲ କରାଯିବାରୁ ସେ କହିଥିଲେ ଯେ, “ଅନେକ ଲୋକଙ୍କ ମନରେ ଏହି ପ୍ରଶ୍ନ ରହିଛି ଯେ, ମୁଁ କିପରି ପୁନର୍ବାର ନିକାହ କରିପାରିଲି? ଅଲହମଦୁଲିଲା ମୋର ପୁନର୍ବାର ନିକାହ କରିବାର ସମ୍ପୂର୍ଣ୍ଣ ଅଧିକାର ଅଛି। କାରଣ ମୁଁ ଜଣେ ମୁସଲମାନ ଏବଂ ମୁଁ ନିକାହ କରିପାରିବି। ମୁଁ ମୋ ପରିବାରର ଉପସ୍ଥିତିରେ ସଠିକ୍ ଭାବରେ ନିକାହ କରିସାରିଛି। ମୁଁ ଲୁଚି ଛପି ନିକାହ କରିନାହିଁ। ପରିବାର ବିନା, ଗୋଟାଏ ରୁମ‌ରେ ମୁଁ ଏଥର ନିକାହ କରିନାହିଁ। ସମସ୍ତଙ୍କ ଉପସ୍ଥିତିରେ ଓ ସମସ୍ତଙ୍କ ଆଶୀର୍ବାଦ ନେଇ ମୁଁ ନିକାହ କରିଛି। ନିକାହ ପରେ ଲୋକଙ୍କୁ ଭୋଜି ମଧ୍ୟ ଦେଇଥିଲି। ସୋମିଙ୍କ ସହିତ ଆନୁଷ୍ଠାନିକ ଭାବରେ ନିକାହ କରିବା ପରେ ଏବେ ମୁଁ ତାଙ୍କ ସହ ବୁଲୁଛି।”

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe