ପ୍ରଭାସଙ୍କ ଏଭଳି ବେଶ ଫ୍ୟାନଙ୍କୁ ଆସିଲା ନାହିଁ ପସନ୍ଦ, ଲୋକେ କରୁଛନ୍ତି ଟ୍ରୋଲ

Advertisment
ପ୍ରଭାସଙ୍କ ଏଭଳି ବେଶ ଫ୍ୟାନଙ୍କୁ ଆସିଲା ନାହିଁ ପସନ୍ଦ, ଲୋକେ କରୁଛନ୍ତି ଟ୍ରୋଲ

ନୂଆଦିଲ୍ଲୀ: ସାଉଥର ସୁପରଷ୍ଟାର ପ୍ରଭାସଙ୍କ ନିକଟରେ ଏକ ଲେଟେଷ୍ଟ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଫଟୋରେ ପ୍ରଭାସଙ୍କ ଲୁକ ସମ୍ପୂର୍ଣ୍ଣ ଭାବେ ବଦଳି ଯାଇଛି। ପ୍ରଭାସଙ୍କ ଏଭଳି ଲୁକ ତାଙ୍କ ଫ୍ୟାନମାନଙ୍କୁ ବୋଧହୁଏ ପସନ୍ଦ ଆସିନାହିଁ। ତେଣୁ ଲୋକେ ସୋସିଆଲ ମିଡିଆରେ ପ୍ରଭାସଙ୍କ ଏଭଳି ଲୁକକୁ ଟ୍ରୋଲ କରିବା ଆରମ୍ଭ କରିଛନ୍ତି।

ପ୍ରଭାସଙ୍କ ଯେଉଁ ଫଟୋ ଭାଇରାଲ ହେଉଛି ସେ ଫଟୋରେ ସେ ରଜନୀକାନ୍ତ ଓ ଶିବା କୁମାରଙ୍କ ସହିତ ଛିଡ଼ା ହୋଇଥିବା ଦେଖିବାକୁ ମିଳୁଛି। ଏହି ଫଟୋକୁ ସେୟାର କରି କ୍ୟାପସନରେ ଲେଖାହୋଇଛି, ‘ପ୍ରଭାସଙ୍କ ସହିତ ଏ କ’ଣ ହୋଇଗଲା? ଏଥିସହିତ ଏହି ଫଟୋକୁ ନେଇ ସୋସିଆଲ ମିଡିଆ ବ୍ୟବହାରକାରୀ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଇଛନ୍ତି।

ଦେଖିବାକୁ ଗଲେ ପ୍ରଭାସ ଖୁବଶୀଘ୍ର ତାଙ୍କ ଆଗାମୀ ସିନେମା‘ ଆଦିପୁରୁଷ’ରେ ନଜର ଆସିବେ ଏଥିପାଇଁ ସେ ବ୍ୟସ୍ତ ଅଛନ୍ତି। ଏହା ବ୍ୟତୀତ ତାଙ୍କର ଆଉ ଏକ ସିନେମା ‘ସାଲାର’ ବି ରିଲିଜ ହେବାକୁ ପ୍ରସ୍ତୁତ ହେଉଛି। ଏହି ଦୁଇଟି ବ୍ୟତୀତ ପ୍ରଭାସ ପ୍ରୋଜେକ୍ଟ ‘କେ’କୁ ନେଇ ଚର୍ଚ୍ଚାରେ ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe