ମନ୍ଦିର ପରିସରରେ କ୍ରିତିଙ୍କୁ ଚୁମ୍ବନ ଦେଇ ବିବାଦରେ ନିର୍ଦ୍ଦେଶକ ଓମ୍ ରାଉତ

Advertisment
ମନ୍ଦିର ପରିସରରେ କ୍ରିତିଙ୍କୁ ଚୁମ୍ବନ ଦେଇ ବିବାଦରେ ନିର୍ଦ୍ଦେଶକ ଓମ୍ ରାଉତ

ହାଇଦ୍ରାବାଦ: ଆଦିପୁରୁଷର ଟିଜର ରିଲିଜ୍ ପରଠାରୁ ବିଭିନ୍ନ କାରଣ ପାଇଁ ବିବାଦରେ ରହି ଆସିଛି ଏହି ଫିଲ୍ମ। ପୂର୍ବରୁ ଫିଲ୍ମରେ ଥିବା କଳାକାରଙ୍କ ଲୁକକୁ ନେଇ ବିବାଦ ହୋଇଥିବା ବେଳେ ଏବେ ନିର୍ଦ୍ଦେଶକ ଓମ୍ ରାଉତଙ୍କ ଏକ ଭିଡିଓକୁ ନେଇ ବିବାଦ ଆରମ୍ଭ ହୋଇଛି। ମନ୍ଦିରରେ ଅଭିନେତ୍ରୀଙ୍କ କ୍ରିତି ସାନୋନଙ୍କୁ ଚୁମ୍ବନ ଦେଇ ଓମ୍ ବିବାଦୀୟ ‌ହୋଇପଡ଼ିଛନ୍ତି।

ସୂଚନା ମୁତାବକ, ତିରୁପତିରେ ଗତକାଲି ଆଦିପୁରୁଷର ରିଲିଜ୍ ପୂର୍ବ ଇଭେଣ୍ଟ ଅନୁଷ୍ଠିତ ହୋଇଥିଲା। ଇଭେଣ୍ଟ ପୂର୍ବରୁ ଫିଲ୍ମର ପୂରା ଟିମ୍ ତିରୁମାଲାସ୍ଥିତ ଭେଙ୍କେଟେଶ୍ବର ସ୍ବାମୀ ମନ୍ଦିର ପରିଦର୍ଶନ କରିଥିଲେ। ଏହି ସମୟରେ ମନ୍ଦିର ପରିସରରେ ଓମ୍ ରାଉତ୍ କ୍ରିତିଙ୍କ ଗାଲକୁ ଚୁମ୍ବନ ଦେଇ ତାଙ୍କୁ ଆଲିଙ୍ଗନ କରିଥିଲେ। ସେ ଏଭଳି କରୁଥିବାର ଭିଡିଓ ଭାଇରାଲ ହେବା ପରେ ଏବେ ଲେ‌ାକେ ଏହାକୁ ପସନ୍ଦ କରୁନଥିବା ଦେଖାଯାଇଛି। ମନ୍ଦିର ଭିତରେ ଏଭଳି ଚୁମ୍ବନ ଦେବାକୁ ଲୋକେ ପସନ୍ଦ କରୁନାହାନ୍ତି।

ଅନ୍ଧ୍ରପ୍ରଦେଶର ବିଜେପି ରାଜ୍ୟ ସଂପାଦକ ରମେଶ ନାଇଡୁ ଏହାକୁ ନିନ୍ଦା କରିଛନ୍ତି। ପବିତ୍ର ସ୍ଥାନରେ ଏଭଳି କରିବା କ’ଣ ଜରୁରୀ ଥିଲା? ତିରୁମାଲାରେ ଭଗବାନ ଭେଙ୍କେଟେଶ୍ବର ସ୍ବାମୀ ମନ୍ଦିର ଆଗରେ ଏଭଳି କାମ କରିବା ଗ୍ରହଣୀୟ ନୁହେଁ। ଏହାକୁ ସହ୍ୟ କରାଯିବ ନାହିଁ। ଜୁନ ୧୬ରେ ଫିଲ୍ମ ରିଲିଜ୍ ହେବାକୁ ଥିବା ବେଳେ ଏହା ପୂର୍ବରୁ ଏଭଳି ବିବାଦ ହେବା ନିର୍ମାତାଙ୍କ ଚିନ୍ତା ବଢ଼ାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe