indianexpress
ମୁମ୍ବାଇ: ବକ୍ସ ଅଫିସରେ ଫ୍ଲପ, ୟୁଟ୍ୟୁବରେ ହେଲା ହିଟ୍। କିଛି ଘଣ୍ଟା ମଧ୍ୟରେ ଦେଖିଲେ ୨ମିଲିୟନରୁ ଅଧିକ ଲୋକ। ଜୁନ୍ ୧୬ ତାରିଖରେ ରିଲିଜ ହୋଇଥିବା ଚଳଚ୍ଚିତ୍ର ‘ଆଦିପୁରୁଷ’କୁ ଏହାର ସଂଳାପ ପାଇଁ ସମାଲୋଚନା କରାଯାଇ ଆସୁଛି। ଏଥିପାଇଁ ଶନିବାର ସଂଳାପ ଲେଖକ ମନୋଜ ମୁନ୍ତାଶିର ଦର୍ଶକମାନଙ୍କୁ ହାତଯୋଡ଼ି ନିଃସର୍ତ୍ତ କ୍ଷମାପ୍ରାର୍ଥନା କରିଥିଲେ। ଚଳଚ୍ଚିତ୍ରର ଦୁର୍ବଳ ଭିଏଫ୍ଏକ୍ସ ସମେତ ଏହାର ସଂଳାପକୁ ଅଧିକାଂଶ ଦର୍ଶକ ନାପସନ୍ଦ କରିଥିଲେ। ଏହାର ପ୍ରଭାବ ଫିଲ୍ମର ଆୟ ଉପରେ ପଡ଼ିଥିଲା। ୬୦୦କୋଟିରେ ଫିଲ୍ମଟି ନିର୍ମାଣ ହୋଇଥିବା ବେଳେ ବକ୍ସ ଅଫିସରେ ଫିଲ୍ମଟି ଭଲ ଆୟ ନକରିପାରି ଫ୍ଲପ ହୋଇଥିଲା।
ହେଲେ ବକ୍ସ ଅଫିସରେ ଫିଲ୍ମଟି ଭଲ ଆୟ ନକରିପାରିଥିଲେ ବି ୟୁଟ୍ୟୁବରେ ଫିଲ୍ମକୁ ୨ମିଲିୟନରୁ ଅଧିକ ଲୋକ ଦେଖିଥିବା ଜଣାପଡ଼ିଛି। ୟୁଟ୍ୟୁବ୍ ପ୍ଲାଟଫର୍ମରେ ଫିଲ୍ମ 'ଆଦିପୁରୁଷ'ର ଲିକ୍ ହେବାର ଖବର ସାମ୍ନାକୁ ଆସିଛି। ଜାତୀୟ ଗଣମାଧ୍ୟମ ନ୍ୟୁଜ୍ ୧୮ ଅନୁଯାୟୀ, ଏହି ଚଳଚ୍ଚିତ୍ରଟି ୟୁଟ୍ୟୁବରେ ଏଚଡି କ୍ଲାରିଟି ସହିତ ଉପଲବ୍ଧ ଥିଲା ଏବଂ ଏହାକୁ କିଛି ଘଣ୍ଟା ମଧ୍ୟରେ ୨.୩ ମିଲିୟନରୁ ଅଧିକ ଲୋକ ଦେଖିଥିଲେ। ତେବେ ବର୍ତ୍ତମାନ ଫିଲ୍ମଟି ୟୁଟ୍ୟୁବରେ ଉପଲବ୍ଧ ନାହିଁ। କାରଣ ଫିଲ୍ମକୁ ଅପଲୋଡ କରିଥିବା ୟୁଟ୍ୟୁବ ଆକାଉଣ୍ଟଧାରୀ ଏବେ ଏହାକୁ ସାଇଟରୁ ଡିଲିଟ କରିଦେଇଛନ୍ତି।
ତେବେ ନିଜର ବିବାଦୀୟ ସଂଳାପ ପାଇଁ ସାମାଜିକ ଗଣମାଧ୍ୟମରେ ବାରମ୍ବାର ସଫେଇ ଦେବା ପରେ ଶେଷରେ ମନୋଜ ସାମାଜିକ ଗଣମାଧ୍ୟମରେ ହିଁ କ୍ଷମାପ୍ରାର୍ଥନା କରିଛନ୍ତି। ହେଲେ ଏହାକୁ ଗ୍ରହଣ କରିନାହାନ୍ତି ଲୋକେ।
Follow Us