ଦ୍ବିତୀୟଥର ମା’ ହେଲେ ଆଦିତି; ଅନ୍ତସତ୍ତ୍ବା ଖବରକୁ ରଖିଥିଲେ ଗୋପନ

ଆଦିତି ଦ୍ବିତୀୟଥର ମା’ ହେବାର ଖବର ପାଇବା ପରେ ଅଭିନେତ୍ରୀଙ୍କ ଫ୍ୟାନ୍ସମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। କାରଣ ଆଦିତି ଦ୍ବିତୀୟଥର ମା’ ହେବା ଖବରକୁ ଗୋପନ ରଖିଥିଲେ।  ସନ୍ତାନ ପ୍ରସବ ପରେ ହିଁ ଆଦିତି ତାଙ୍କ ଫ୍ୟାନ୍ସମାନଙ୍କୁ ଏହି ଖୁସିଖବର ଦେଇଛନ୍ତି।

qwerqer

ନୂଆଦିଲ୍ଲୀ: ଟେଲିଭିଜନ ଅଭିନେତ୍ରୀ ଆଦିତି ଦେବ ଶର୍ମା ଫ୍ୟାନ୍ସମାନଙ୍କୁ ଖୁସି ଖବର ଦେଇଛନ୍ତି। ଆଦିତି ୪୧ବର୍ଷ ବୟସରେ ଦ୍ବିତୀୟ ଥର ମା’ ହେବାର ସୌଭାଗ୍ୟପ୍ରାପ୍ତ କରିଛନ୍ତି। 

ଆଦିତି ଦ୍ବିତୀୟଥର ମା’ ହେବାର ଖବର ପାଇବା ପରେ ଅଭିନେତ୍ରୀଙ୍କ ଫ୍ୟାନ୍ସମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। କାରଣ ଆଦିତି ଦ୍ବିତୀୟଥର ମା’ ହେବା ଖବରକୁ ଗୋପନ ରଖିଥିଲେ।  ସନ୍ତାନ ପ୍ରସବ ପରେ ହିଁ ଆଦିତି ତାଙ୍କ ଫ୍ୟାନ୍ସମାନଙ୍କୁ ଏହି ଖୁସିଖବର ଦେଇଛନ୍ତି।

ସୂଚନାଯୋଗ୍ୟ, ଆଦିତି ଓ ତାଙ୍କ ସ୍ବାମୀ ସରବର ଆହୁଜାଙ୍କ ପ୍ରଥମରୁ ଏକ ପୁତ୍ର ସନ୍ତାନ ଅଛି। ଯାହାଙ୍କ ନାମ ସରତାଜ ରହିଛି। ୨୦୧୯ରେ ଆଦିତି ପ୍ରଥମଥର ମା’ ହେବାର ସୌଭାଗ୍ୟ ପାଇଥିଲେ।

ତେବେ ଦ୍ବିତୀଥର ମା’ ହେବାର ଖୁସି ଖବରକୁ ଆଦିତି ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ଏଥିରେ ଆଦିତି ଅନ୍ତସତ୍ତ୍ବା ଥିବା ସମୟର ଫଟୋ ଦେଇଥିବା ଦେଖିବାକୁ ମିଳୁଛି। 

ପୋଷ୍ଟର କ୍ୟାପସନରେ ଅଦିତି ଲେଖିଛନ୍ତି, ସ୍ନେର ଶିଶୁକନ୍ୟା। ତୁମେ ଜାଣି ରଖ  ତୁମେ ଏଦୁନିଅକୁ ଆସିବା ପାଇଁ ମୁଁ ଅନେକ ଓଷାବ୍ରତ କରିଥିଲି। ତୁମର ଆଗମନ ପାଇଁ ଅନେକ ଦିନରୁ ଅପେକ୍ଷା ରହିଥିଲା। ତୁମେ ଏବେ ଦୁନିଆକୁ ଆସି ସାରିଛି। ଆମ ପରିବାର ମଧ୍ୟରେ ଏକ ପ୍ରକାର ଖୁସିର ଲହରି ଖେଳି ଯାଇଛି।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe