ଅନେକ ବର୍ଷ ପ୍ରେମ ସମ୍ପର୍କରେ ରହିବା ପରେ ବିବାହ କଲେ ସିଦ୍ଧାର୍ଥ-ଅଦିତି

ବଲିଉଡ ଅଭିନେତ୍ରୀ ଅଦିତି ରାଓ ହାଇଦରୀ ଏବଂ ଅଭିନେତା ସିଦ୍ଧାର୍ଥ ଦୀର୍ଘ ଦିନ ଧରି ପ୍ରେମ ସମ୍ପର୍କରେ ଥିବା ନେଇ ଚର୍ଚ୍ଚା ହେଉଥିଲା। ଏବେ ଦୁହେଁ ବିବାହ କରିଥିବା ନେଇ ଘୋଷଣା କରିଛନ୍ତି।

tyuio

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଅଦିତି ରାଓ ହାଇଦରୀ ଏବଂ ଅଭିନେତା ସିଦ୍ଧାର୍ଥ ଦୀର୍ଘ ଦିନ ଧରି ପ୍ରେମ ସମ୍ପର୍କରେ ଥିବା ନେଇ ଚର୍ଚ୍ଚା ହେଉଥିଲା। ଦୁହେଁ କେବେ ବିବାହ କରିବେ ସେହି ଦିନକୁ ଦୁହିଁଙ୍କ ପ୍ରଶଂସକ ଅନାଇ ବସିଥିବା ବେଳେ ଏବେ ସେମାନଙ୍କ ବିବାହ ଫଟୋ ସାମ୍ନାକୁ ଆସିଛି। ମାର୍ଚ୍ଚରେ ଏହି ଦମ୍ପତି ନିର୍ବନ୍ଧ କରିଥିବା ବେଳେ ଏବେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଅଭିନେତ୍ରୀ ଅଦିତି, ସିଦ୍ଧାର୍ଥଙ୍କ ସହ ତାଙ୍କ ବିବାହର ପ୍ରଥମ ଫଟୋ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିବା ପରେ ଏହି ଖବର ସାମ୍ନାକୁ ଆସିଛି।

ବିବାହ ଫଟୋରେ ଏହି ଦମ୍ପତି ପାରମ୍ପାରିକ ପୋଷାକ ପିନ୍ଧିଥିବା ଦେଖାଯାଇଛି। ଚଳିତ ବର୍ଷ ପ୍ରାରମ୍ଭରେ ଭୋଗ ଇଣ୍ଡିଆକୁ ସାକ୍ଷାତକାର ଦେଇ ଅଦିତି ପ୍ରକାଶ କରିଥିଲେ ଯେ ସେ ଏବଂ ସିଦ୍ଧାର୍ଥ ୱାନାପାର୍ଥୀରେ ୪୦୦ବର୍ଷ ପୁରୁଣା ମନ୍ଦିରରେ ବିବାହ କରିବାକୁ ନିଷ୍ପତ୍ତି ନେଇଛନ୍ତି। ମନ୍ଦିରଟି ଅଦିତିଙ୍କ ପରିବାର ପାଇଁ ମହତ୍ବପୂର୍ଣ୍ଣ ବୋଲି ସେ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe