ଏହି କାର୍ଯ୍ୟକ୍ରମରେ ବିନା ପାଉଣାରେ ନାଚିବେ ଅଦିତି, ଜାଣନ୍ତୁ କାହିଁକି

Advertisment
ଏହି କାର୍ଯ୍ୟକ୍ରମରେ ବିନା ପାଉଣାରେ ନାଚିବେ ଅଦିତି, ଜାଣନ୍ତୁ କାହିଁକି

Deccan Chronicle

ବଲିଉଡ୍‌ରେ ଏ ଭଳି କିଛି କଳାକାର ଅଛନ୍ତି, ଯେଉଁମାନେ ସମୟ ପାଇଲେ ସମାଜର ମଙ୍ଗଳ ପାଇଁ କିଛି ନା କିଛି କାର୍ଯ୍ୟ କରିବାକୁ ଭଲପାଆନ୍ତି। ଏ ପରି ଜଣେ ହେଲେ ଅଦିତି ରାଓ ହୈଦରୀ। ମାଲେସିୟାରେ ଭାରତୀୟ ତମିଲଙ୍କ ସଂଖ୍ୟା ବେଶ୍‌ ଅଧିକ। ସେମାନଙ୍କର ଏକ ସାମାଜିକ ପ୍ରତିଷ୍ଠାନ ପକ୍ଷରୁ ‘ନାଦିଗର ସଙ୍ଗମ ଭବନ’ ନାମରେ ଏକ ଦାତବ୍ୟ ଅନୁଷ୍ଠାନ ତିଆରିକରାଯାଉଛି। ଏଥି ପାଇଁ ପାଣ୍ଠି ସଂଗ୍ରହ ନିମନ୍ତେ ଏକ ଉତ୍ସବ ଆୟୋଜିତ ହେଉଛି, ଯେଉଁଠି ଅଦିତି ବିନା ପାଉଣାରେ ଏକ ମନୋରଂଜନ କାର୍ଯ୍ୟକ୍ରମରେ ଭାଗନେବେ। ପ୍ରାୟ ଅଶୀ ହଜାର ଦର୍ଶକ ଏହି କାର୍ଯ୍ୟକ୍ରମ ଉପଭୋଗ କରିବେ। ରଜନୀକାନ୍ତ, କମଲ ହସନ, ବିଜୟ, ବିଜୟକାନ୍ତଙ୍କ ଭଳି ଦକ୍ଷିଣୀ ସୁପର୍‌-ଷ୍ଟାର୍‌ମାନେ ମଧ୍ୟ ଏହି ଉତ୍ସବରେ ଯୋଗଦେବେ। ଫିଲ୍ମ କଳାକାରଙ୍କ ମଧ୍ୟରେ ଏକ ଫୁଟ୍‌ବଲ୍‌ ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହେବ। ଦର୍ଶକ ଟିକେଟ୍‌ କାଟି ଏସବୁ କାର୍ଯ୍ୟକ୍ରମ ଉପଭୋଗ କରିବେ। ଏ ବାବଦକୁ ଯେଉଁ ଅର୍ଥ ମିଳିବ, ତାହା ବିଭିନ୍ନ ଜନକଲ୍ୟାଣମୂଳକ କାର୍ଯ୍ୟରେ ଲଗାଯିବ। ଗତ ବର୍ଷ ‘ଭୂମି’ ଓ ‘ଦ ଲିଜେଣ୍ଡ୍‌ ଅଫ୍‌ ମାଇକେଲ୍‌ ମିଶ୍ରା’ରେ ଅଦିତି ଦେଖିବାକୁ ମିଳିଥିଲେ। ଏ ବର୍ଷ ‘ପଦ୍ମାବତ୍‌’ରେ ଦେଖିବାକୁ ମିଳିବେ। ଏହା ଛଡ଼ା ତାଙ୍କ ହାତରେ ଅଛି ‘ଦାସ ଦେବ’।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe