ଜାଣନ୍ତୁ ଅଦିତି ରାଓ ହାଇଦରୀଙ୍କର ଅନ୍ୟ ଅଭିଳାଷ ସଂପର୍କରେ

Advertisment
ଜାଣନ୍ତୁ ଅଦିତି ରାଓ ହାଇଦରୀଙ୍କର ଅନ୍ୟ ଅଭିଳାଷ ସଂପର୍କରେ

photo-bollywood bee.in

ବଲିଉଡ଼୍‍ର ନାୟିକା ଅଦିତି ରାଓ ହାଇଦରୀଙ୍କର ଆଜି ହେଉଛି ଜନ୍ମଦିନ। ସେ ୧୯୭୮ ମସିହା ଅକ୍ଟୋବର ୨୮ ତାରିଖରେ ହାଇଦ୍ରାବାଦଠାରେ ଜନ୍ମ ହୋଇଥିଲେ। ଇତିମଧ୍ୟରେ ଅଦିତି ବେଶ କେତୋଟି ହିନ୍ଦୀ ସିନେମାରେ ଅଭିନୟ କରିସାରିଲେଣି। ଏଥିମଧ୍ୟରେ ଚଳିତ ବର୍ଷ ମୁକ୍ତିପ୍ରାପ୍ତ ସିନେମା ‘ଭୂମି’ ବି ରହିଛି।

publive-image photo-indian express

ସେ ସଂପ୍ରତି ତାଙ୍କର ଏକ ଅପକମିଂ ସିନେମାର ଅପେକ୍ଷାରେ ରହିଛନ୍ତି। ଏହା ହେଲା ପ୍ରଖ୍ୟାତ ନିର୍ମାତା-ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂସାଲୀଙ୍କ ‘ପଦ୍ମାବତୀ’। ଏଥିରେଅଦିତି ରାଓ ହାଇଦରୀଙ୍କ ଭୂମିକା ହେଉଛି ଆଲ୍ଲାଉଦ୍ଦିନ୍‌ ଖିଲଜୀଙ୍କ ପତ୍ନୀ। ଏହି ସିନେମାରେ ରଣବୀର ସିଂହ ଅଛନ୍ତି ଆଲ୍ଲାଉଦ୍ଦିନ୍‌ ଖିଲଜୀ ଚରିତ୍ରରେ। ତେବେ ଏଯାବତ୍‌ ସେଭଳି ବଡ଼ ହିଟ୍‌ ସିନେମାର ଅଙ୍ଗ ହୋଇନଥିବା ହେତୁ ତାଙ୍କର ନଜର ଏବେ ରହିଛି ‘ପଦ୍ମାବତୀ’ ଉପରେ।

ଅଭିନୟ ସହିତ ଗାୟନ କ୍ଷେତ୍ରରେ ବି ପ୍ରବେଶ କରିଛନ୍ତି।ତେବେ ସେ କୌଣସି ସିନେମା ପାଇଁ ଗୀତ ଗାଇନାହାଁନ୍ତି। ଅଦିତି ଆନ୍ତର୍ଜାତୀୟ ଖ୍ୟାତି ସଂପନ୍ନ ସଙ୍ଗୀତ ନିର୍ଦ୍ଦେଶକ ଏ.ଆର୍‌ ରହେମାନ୍‌ଙ୍କ ସହ ଡେବ୍ୟୁ କରିଛନ୍ତି। ଅଦିତି ରାଓ ହାଇଦରୀ ନ୍ୟୁୟର୍କରେ ଅନୁଷ୍ଠିତ ଆଇଫା ଆଓ୍ଵାର୍ଡ଼ରେ ଏ.ଆର୍‌ ରହେମାନ୍‌ଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ମଞ୍ଚରେ ଗୀତ ଗାଇଛନ୍ତି। ସେ ଏଯାବତ୍‌ ପ୍ରଚ୍ଛଦପଟ୍ଟ ଗାୟିକା ହେବାର ସୁଯୋଗ ପାଇ ନାହାନ୍ତି ,ମାତ୍ର ତାଙ୍କର ସିନେମାରେ କଣ୍ଠଦାନ କରିବାର ଅଭିଳାଷ ରହିଛି ବୋଲି ଅଦିତି ରାଓ ହାଇଦରୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe