‘ପାନି’ ଫିଲ୍ମକୁ ନେଇ ସୁଶାନ୍ତ ଅବସାଦଗ୍ରସ୍ତ ନଥିଲେ: ଆଦିତ୍ୟ ଚୋପ୍ରା

Advertisment
‘ପାନି’ ଫିଲ୍ମକୁ ନେଇ ସୁଶାନ୍ତ ଅବସାଦଗ୍ରସ୍ତ ନଥିଲେ: ଆଦିତ୍ୟ ଚୋପ୍ରା

India TV News

ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ମୁମ୍ବାଇ ପୁଲିସ ୟଶରାଜ ଫିଲ୍ମର ମାଲିକ ଆଦିତ୍ୟ ଚୋପ୍ରାଙ୍କୁ ପଚରା ଉଚରା କରିଥିଲା। ସୂଚନାଯୋଗ୍ୟ ଶେଖର କପୁର ଆରୋପ ଲଗାଇଥିଲେ ଯେ କିଛି ମାସର ପ୍ରସ୍ତୁତି ପରେ ୟଶରାଜ ଫିଲ୍ମସ ଫିଲ୍ମ ‘ପାନି’ରୁ ତାଙ୍କୁ ବାହାର କରିଦେଇଥିଲା। ଫିଲ୍ମ ବି ବନ୍ଦ ହୋଇଗଲା। ଏଥିରେ ସୁଶାନ୍ତ ମୁଖ୍ୟ ଭୂମିକାରେ ଥିବା ବ‌େଳେ ଫିଲ୍ମ ବନ୍ଦ ହେବା ପରେ ଏହାକୁ ନେଇ ସୁଶାନ୍ତ ଦୁଃଖିତ ଥିଲେ। ତେବେ ଆଦିତ୍ୟ ଏହି ମାମଲାରେ ପୁଲିସ୍‌କୁ କହିଛନ୍ତି ଯେ ଫିଲ୍ମ ‘ପାନି’କୁ ନେଇ ସୁଶାନ୍ତ କେବେ ବି ଅବସାଦରେ ନଥିଲେ। ଶେଖରଙ୍କ ଆରୋପ ଭିତ୍ତିହୀନ। ଆଦିତ୍ୟ କହିଥିଲେ, ସୁଶାନ୍ତଙ୍କ ସହ କେବେ ବି ଗ୍ରୁପିଜିମ୍‌ କରାଯାଇନାହିଁ। ଆଦିତ୍ୟଙ୍କ ଉପରେ ଆରୋପ ଥିଲା ଯେ ପ୍ରଯୋଜନା ସଂସ୍ଥା ୟଶରାଜ ଫିଲ୍ମସ ସୁଶାନ୍ତଙ୍କୁ ସଞ୍ଜୟ ଲୀଲା ଭଂସାଲିଙ୍କ ଫିଲ୍ମ ‘ବାଜିରାଓ ମସ୍ତାନି’ରେ କାମ କରିବାରେ ରୋକ ଲଗାଇଥିଲେ। ଅବଶ୍ୟ ସେତେବେଳେ ସୁଶାନ୍ତ ୟଶରାଜ ଫିଲ୍ମସ୍‌ ସହ ଚୁକ୍ତି କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe