ଆଦିତ୍ୟ ଜୀବିତ!

Advertisment
ଆଦିତ୍ୟ ଜୀବିତ!

ଚଳଚ୍ଚିତ୍ର ‘ଆଶିକ୍-୨’ର ବିରହୀ ପ୍ରେମିକ ରାହୁଲ ଜୟକରଙ୍କୁ ଏବେ ଦର୍ଶକ କହୁଛନ୍ତି ‘କ୍ୟା ଅଭି ଭି ରାହୁଲ୍‌ ଜୟକର ଜିନ୍ଦା ହୈ’। ଏହାର ଅର୍ଥ କ’ଣ ହେଇପାରେ! ଉକ୍ତ ଚଳଚ୍ଚିତ୍ରରେ ଆରୋହୀ ଶିର୍‌କେ ପ୍ରେମିକ ରାହୁଲ୍‌ଙ୍କ ହାତ ଛାଡ଼ିଦେବା ପରେ ପ୍ରଚଣ୍ଡ ନିଶାସକ୍ତ ହେଇ ରାହୁଲ୍ ନିଜକୁ ନିଜେ ମ‌ାରିଦିଏ। ଏଭଳି ଏକ ଭା‌ବପ୍ରବଣ ପ୍ରେମକାହାଣୀ ଦର୍ଶକଙ୍କ ହୃଦୟରେ ଆଲୋଡ଼ନ ସୃଷ୍ଟି କରେ, ମାତ୍ର ଅନେକଙ୍କ ମନରେ ଏହା ନିଶ୍ଚିତ ହେଇଯାଏ ଯେ ‌ପ୍ରେମିକ ରାହୁଲ୍‌ ସମ୍ଭବତଃ ଆରୋହୀକୁ ନ ପାଇ ବିରହରେ ମରିଯାଏ। ତେଣୁ ଦର୍ଶକଙ୍କ ମନରେ ରାହୁଲ୍ ହଜିଯାଇଛନ୍ତି ବୋଲି ଏକ ଅଦ୍ଭୁତ ଭାବନା ବସାବାନ୍ଧିଛି।

ଏବେ ଆଦିତ୍ୟ ଦିଲ୍ଲୀ ଏନ୍‌ସିଆର କ୍ୟାମ୍ପସ୍‌ରେ ସୁଟିଂରେ ବ୍ୟସ୍ତ ଅଛନ୍ତି। ଏଠାରେ ଥିବା ଗୁରୁଗ୍ରାମ ସାଇବର ହବ୍‌ରେ ଆଦିତ୍ୟଙ୍କୁ ଦେଖିବାକୁ ମିଳିଛି। ‘ଆଶିକ୍-୨’ ପରି ପୁଣି ସେ ହାତରେ ଗୀଟାର ଧରିଛନ୍ତି ଓ ଗୀତ ଗାଉଛନ୍ତି। ସୋସିଆଲ୍ ମିଡିଆରେ ମଧ୍ୟ ରାହୁଲ୍‌ ବଞ୍ଚିଛନ୍ତି କି ବୋଲି ଅନେକ ପ୍ରଶ୍ନ କରିଛନ୍ତି। ତାମିଲ ଫିଲ୍ମ ‘ଥାଡାମ୍’ର ହିନ୍ଦୀ ରିମେକ୍‌ରେ ଆଦିତ୍ୟ ସାଜିଛନ୍ତି ନାୟକ। ପୁଣି ତାଙ୍କ ବିପକ୍ଷର ନାୟିକା ସାଜିଛନ୍ତି ମୃଣାଳ ଠାକୁର ଓ ବେଦିକା ପିଣ୍ଟୋ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe