ଆଜି ଆଦିତ୍ୟ ନାରାୟଣଙ୍କ ବିବାହ, ଏହି ସବୁ ପ୍ରସିଦ୍ଧ ବ୍ୟକ୍ତିଙ୍କୁ ନିମନ୍ତ୍ରଣ କରିଛନ୍ତି ପିତା ଉଦିତ୍‌ ନାରାୟଣ

Advertisment
ଆଜି ଆଦିତ୍ୟ ନାରାୟଣଙ୍କ ବିବାହ, ଏହି ସବୁ ପ୍ରସିଦ୍ଧ ବ୍ୟକ୍ତିଙ୍କୁ ନିମନ୍ତ୍ରଣ କରିଛନ୍ତି ପିତା ଉଦିତ୍‌ ନାରାୟଣ

The Indian Express

ମୁମ୍ବାଇ: ଆଜି ପ୍ରସିଦ୍ଧ ଟେଲିଭିଜନ ହୋଷ୍ଟ୍‌ ତଥା ଅଭିନେତା ଆଦିତ୍ୟ ନାରାୟଣଙ୍କ ବିବାହ। କୋଭିଡ୍‌ କଟକଣା ସହ ବାନ୍ଧବୀ ଶ୍ବେତାଙ୍କୁ ବିବାହ କରିବା ପାଇଁ ପୂର୍ବରୁ ସମସ୍ତ ପ୍ରକାରର ବନ୍ଦୋବସ୍ତ କରିଥିଲେ ସୁପ୍ରସିଦ୍ଧ ଗାୟକ ଉଦିତ ନାରାୟଣଙ୍କ ପୁଅ ଆଦିତ୍ୟ। ସୀମିତ ଅତିଥିମାନଙ୍କ ଉପସ୍ଥିତିରେ ଏହି ବିବାହ ଏକ ମନ୍ଦିରରେ ହେବାର ଯୋଜନା ପୂର୍ବରୁ ଧାର୍ଯ୍ୟ କରାଯାଇଥିଲା। ଗତକାଲି ‘ତିଲକ୍‌ ଉତ୍ସବ’ କରି ଏହି ଦମ୍ପତ୍ତି ନିଜ ବିବାହର ପ୍ରଥମ ଶୁଭକାର୍ଯ୍ୟ ଆରମ୍ଭ କରିଥିଲେ। ଆପଣ ଜାଣିଥିବେ ନିଶ୍ଚୟ ଯେ ଏହି ଯୋଡ଼ି ପରସ୍ପରଙ୍କୁ ‘ଶାପିଥ୍‌’ ଚଳଚ୍ଚିତ୍ରରୁ ହିଁ ଜାଣିଥିଲେ ଓ ସେବେଠାରୁ ସେ ଦୁହିଁଙ୍କ ଭିତରେ ପ୍ରେମ ସଂପର୍କ ରହି ଆସିଥିଲା।

ବର୍ତ୍ତମାନ ତାଙ୍କ ବିବାହ ପୂର୍ବର(ପ୍ରି ୱେଡିଂ) ଅନେକ ଫଟୋ ଓ ଭିଡିଓ ସବୁ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ଏହା ସହ ଆଦିତ୍ୟଙ୍କ ବିବାହର ନିମନ୍ତ୍ରଣ କାର୍ଡ ମଧ୍ୟ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାର ଦେଖିବାକୁ ମିଳିଛି।

ଏକ ସାକ୍ଷାତ୍‌କାରରେ ଆଦିତ୍ୟଙ୍କ ବାପା ଉଦିତ୍‌ ନାରାୟଣ କହିଥିଲେ ଯେ ସେ ତାଙ୍କ ପୁଅର ବିବାହ ଉତ୍ସବକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମେଗାଷ୍ଟାର୍‌ ଅମିତାଭ ବଚ୍ଚନ, ଶତ୍ରୁଘ୍ନ ସିହ୍ନା, ଧର୍ମେନ୍ଦ୍ର, ରଣବୀର ସିଂହ, ଦୀପିକା ପାଦୁକୋନ, ମାଧୁରୀ ଦୀକ୍ଷିତ୍‌ ଏବଂ ଅନ୍ୟ ପ୍ରମୁଖ କଳାକାରମାନଙ୍କୁ ନିମନ୍ତ୍ରଣ କରିଛନ୍ତି। ସେ ଆହୁରି ବି କହିଥିଲେ ଯେ ଏହି କୋଭିଡ-୧୯ ପରିସ୍ଥିତିରେ କେଉଁମାନେ ତାଙ୍କ ବିବାହକୁ ଆସିବେ ଏ ନେଇ ସେ ଆଦୌ ବି ନିଶ୍ଚିତ ନୁହଁନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe